ଅଧିକ ସମୟ ଧରି କାମ କରିବା ଆପଣଙ୍କ ଜୀବନ ଘାତକ ହୋଇପାରେ; WHO ଆଲର୍ଟ କଲା

WHO: ୨୦୧୬ ବର୍ଷରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଥିବା ୭୪୫,୦୦୦ ଲୋକ ହୃଦରୋଗରେ ପ୍ରାଣ ହରାଇଛନ୍ତି । ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ରହିଛି ।

ଅଧିକ ସମୟ ଧରି କାମ କରିବା ଆପଣଙ୍କ ଜୀବନ ଘାତକ ହୋଇପାରେ; WHO ଆଲର୍ଟ କଲା
ଅଧିକ ସମୟ ଧରି କାମ କରିବା ଆପଣଙ୍କ ଜୀବନ ଘାତକ ହୋଇପାରେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ସାରା ବିଶ୍ୱରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବାର ଅଭ୍ୟାସ ଯୋଗୁଁ ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । WHO କହିଛି ଯେ କରୋନା ଭୂତାଣୁ ମହାମାରୀ ଯୋଗୁଁ ଆଗାମୀ ଦିନରେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ । ଯେଉଁମାନେ ଦୀର୍ଘ ସମୟ ଧରି କାମ କରନ୍ତି ସେମାନଙ୍କ ଉପରେ ଏକ ଗବେଷଣା କରାଯାଇଛି । ଏହି ଅନୁଯାୟୀ ୨୦୧୬ ବର୍ଷରେ ବିଳମ୍ବ ସମୟ ପର୍ଯ୍ୟନ୍ତ କାମ କରୁଥିବା ୭୪୫,୦୦୦ ଲୋକ ହୃଦରୋଗରେ ପ୍ରାଣ ହରାଇଛନ୍ତି । ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା ।

WHO ର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନେରା କହିଛନ୍ତି ଯେ ପ୍ରତି ସପ୍ତାହରେ ୫୫ ଘଣ୍ଟା କିମ୍ବା ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ । ଶ୍ରମିକମାନଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ଆମେ ଏହି ସୂଚନା କରୁଛୁ । WHO ଓ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଅଧିକାଂଶ ପୀଡିତ ପୁରୁଷ (୭୨%) ଓ ମଧ୍ୟମ ଆୟୁବର୍ଗ କିମ୍ବା ତା' ଠାରୁ ଅଧିକ ବୟସ୍କ ଥିଲେ । ଗବେଷଣା ଅନୁଯାୟୀ ଅନେକ ଥର ଏପରି ଲୋକ ମୃତ୍ୟୁ ୧୦ ବର୍ଷ ପରେ ମଧ୍ୟ ହୋଇଥାଏ ।

ମୋଟ ଉପରେ ଏହି ଗବେଷଣା ୧୯୪ ଟି ଦେଶର ତଥ୍ୟ ଉପରେ ଆଧାରିତ ଥିଲା । ଏହି ଅନୁଯାୟୀ ସପ୍ତାହରେ 55 ଘଣ୍ଟା କିମ୍ବା ଅଧିକ କାମ କରିବା ଦ୍ୱାରା ଷ୍ଟ୍ରୋକ ହେବାର ୩୫% ଅଧିକ ଓ ୩୫-୪୦ ଘଣ୍ଟା କାମ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ହୃଦଘାତରେ ମୃତ୍ୟୁ ହେବାର ୧୭% ଅଧିକ ଆଶଙ୍କା ଥାଏ । ୨୦୦୦-୨୦୧୬ ମଧ୍ୟରେ ଏହି ଗବେଷଣା କରାଯାଇଛି । ତେଣୁ ଏଥିରେ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ କୌଣସି ତଥ୍ୟ ନାହିଁ । 'ଦୀର୍ଘ କାର୍ଯ୍ୟ ଜୀବନ ଉପରେ ପ୍ରଭାବ' ବିଷୟରେ ପରିବେଶ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ଦୁନିଆର ପ୍ରଥମ ଗବେଷଣା ପ୍ରକାଶ ପାଇଛି ।
Published by: Jagdish Barik
First published: May 17, 2021, 3:02 PM IST