Modi Government: ୮ ବର୍ଷରେ ଏତିକି ଲୋକଙ୍କୁ ମିଳିଛି ସରକାରୀ ଚାକିରି

Government Jobs: ମୋଦି ସରକାରଙ୍କ ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେତେ ଲୋକ ଚାକିରି ପାଇଛନ୍ତି? ଏହାକୁ ଲୋକସଭାରେ କେନ୍ଦ୍ରୀ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏକ ଲିଖିତ ଉତ୍ତରରେ କେନ୍ଦ୍ର ଶ୍ରମିକ ମନ୍ତ୍ରୀ ଜିତେନ୍ଦ୍ର ସିଂ ସରକାରୀ ଚାକିରି ତଥ୍ୟ ଉପସ୍ଥାପନ କରିଛନ୍ତି।

ସରକାରୀ ଚାକିରିକୁ ନେଇ ତଥ୍ୟ ରଖିଲେ ମୋଦି ସରକାର

ସରକାରୀ ଚାକିରିକୁ ନେଇ ତଥ୍ୟ ରଖିଲେ ମୋଦି ସରକାର

  • Share this:
News18 Odia Digital

Government Jobs: କେନ୍ଦ୍ରରେ ଥିବା ମୋଦି ସରକାର ଲୋକସଭାରେ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ କେତେ ଲୋକଙ୍କୁ ସରକାରୀ ଚାକିରି ଦିଆଯାଇଛି। କେନ୍ଦ୍ର ଶ୍ରମିକ ମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ ୨୦୧୪ ରୁ ୨୦୨୨ ମଧ୍ୟରେ କେନ୍ଦ୍ର ସରକାରୀ ଚାକିରି ପାଇଁ ୨୨.୦୫ କୋଟିରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ବିଭିନ୍ନ ଏଜେନ୍ସି ଦ୍ୱାରା ୭.୨୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଥିଲେ।

ଲୋକସଭାରେ ଉପସ୍ଥିତ କଲେ ଡାଟା

ଲୋକସଭାରେ ଏ ରେୱନ୍ତ ରେଡ୍ଡୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗରେ ସ୍ଥାୟୀ ଚାକିରି ପାଇଥିବା ଲୋକଙ୍କ ବିବରଣୀ ରେଡ୍ଡୀ ଖୋଜିଥିଲେ। ମନ୍ତ୍ରୀ କହିଛନ୍ତି ଯେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ନିଯୁକ୍ତି ଏଜେନ୍ସି ଦ୍ୱାରା ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୭,୨୨,୩୧୧। ସେ କହିଛନ୍ତି ଯେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨,୦୫,୯୯,୨୩୮ ଆବେଦନ ଗ୍ରହଣ କରାଯାଇଛି।

କେତେ ମିଳିଥିଲା ଆପ୍ଲିକେସନ?

୨୦୧୪-୧୫- ୨,୩୨,୨୨,୦୮୩।
୨୦୧୫-୧୬- ୨,୯୫,୫୧,୮୪୪।
୨୦୧୬-୧୭- ୨,୨୮,୯୯,୬୧୨।
୨୦୧୭-୧୮- ୩,୯୪,୭୬,୮୭୮।
୨୦୧୮-୧୯- ୫,୦୯,୩୬,୪୭୯।
୨୦୧୯-୨୦- ୧,୭୮,୩୯,୭୫୨।
୨୦୨୦-୨୧- ୧,୮୦,୦୧,୪୬୯।
୨୦୨୧-୨୨- ୧,୮୬,୭୧,୧୨୧।

କେଉଁ ବର୍ଷରେ କେତେ ନିଯୁକ୍ତି ମିଳିଥିଲା?

୨୦୧୪-୧୫- ୧,୩୦,୪୨୩।
୨୦୧୫-୧୬ - ୧,୧୧,୮୦୭।
୨୦୧୬-୧୭- ୧,୦୧,୩୩୩।
୨୦୧୭-୧୮- ୭୬,୧୪୭।
୨୦୧୮-୧୯- ୩୮,୧୦୦।
୨୦୧୯-୨୦- ୧,୪୭,୦୯୬।
୨୦୨୦-୨୧- ୭୮,୫୫୫।
୨୦୨୧-୨୨- ୩୮,୮୫୦।

ରୋଜଗାର ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା

ଜିତେନ୍ଦ୍ର ସିଂ କହିଛନ୍ତି ଯେ ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା। ସେ କହିଛନ୍ତି ଯେ ଦେଶରେ ରୋଜଗାର ସୃଷ୍ଟି କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି, ୨୦୨୧-୨୨ ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୫ ବର୍ଷ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (PLI) ଯୋଜନା ଆରମ୍ଭ କରାଯାଇଛି।
Published by:Lipina Das
First published: