ବାଇକରେ କନିଆଁ ନେଇ ଯାଉଥିଲା ବର; ପୋଲିସ ଅଟକାଇ ଫୁଲମାଳ ପିନ୍ଧାଇଲା, ଶଗୁନ ଦେଲା-Video Viral

ଭିଡିଓକୁ ସୋସିଆଲ ମିଡିଆରେ IPS ଅଧିକାରୀ ଦିପାଂଶୁ କାବ୍ରା ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, 'କୋଭିଡ ପ୍ରୋଟୋକଲ ପାଳନ କରି ଏକ ନବ ବିବାହିତ ଦମ୍ପତି ବାଇକରେ ଘରକୁ ଯାଉଛନ୍ତି । ପୋଲିସ ଘରର ବୟସ୍କଙ୍କ ପରି ଅଭିବାଦନ ଓ ସଗୁନ ଦେଲା ।'

ବାଇକରେ କନିଆଁ ନେଇ ଯାଉଥିଲା ବର; ପୋଲିସ ଅଟକାଇ ଫୁଲମାଳ ପିନ୍ଧାଇଲା, ଶଗୁନ ଦେଲା-Video Viral
ବାଇକରେ କନିଆଁ ନେଇ ଯାଉଥିଲା ବର; ପୋଲିସ ଅଟକାଇ ଫୁଲମାଳ ପିନ୍ଧାଇଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଚଣ୍ଡିଗଡ଼: ପଞ୍ଜାବରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ପଞ୍ଜାବରେ କରୋନାର ବଢ଼ୁଥିବା ଗ୍ରାଫ ମଧ୍ୟରେ ସୋସିଆଲ ମିଡିଆରେ ଏକ ଗୌରବମୟ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓକୁ (Video) ସୋସିଆଲ ମିଡିଆରେ (Social Media) ଆଇପିଏସ୍ ଅଧିକାରୀ ଦିପାଂଶୁ କାବ୍ରା ୧୧ ମଇରେ ପୋଷ୍ଟ କରିଥିଲେ । ଏହି ଭିଡିଓ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, 'କୋଭିଡ ପ୍ରୋଟୋକଲ ପାଳନ କରି ଏକ ନବ ବିବାହିତ ଦମ୍ପତି ବାଇକରେ ଘରକୁ ଯାଉଛନ୍ତି । ପୋଲିସ ଘରର ବୟସ୍କଙ୍କ ପରି ଅଭିବାଦନ ଓ ମୁହଁ ଦେଖା ଦେଇଥିଲା । ଖାକି ତରଫରୁ ସୁନ୍ଦର ଜେଶ୍ଚର୍ ।'

ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ନବ ବିବାହିତ ଦମ୍ପତି ଏକ ବାଇକରେ ଯାଉଛନ୍ତି । ଯାହା ଦେଖି ରାସ୍ତାରେ ଥିବା ପୋଲିସ୍ ସେମାନଙ୍କୁ କରୋନା ନିୟମ ପାଳନ କରିବାକୁ ଅଟକାଉଛନ୍ତି । ୨୮ ସେକେଣ୍ଡର ଭିଡିଓରେ, ପୋଲିସ୍ ପ୍ରଥମେ ଦୁଇଜଣଙ୍କୁ ପ୍ରଥମେ ଫୁଲ ମାଳ ପିନ୍ଧାଇଥିଲେ ଓ ପରେ ସେମାନଙ୍କୁ କିଛି ଟଙ୍କା ଶଗୁନ ହିସାବରେ ଦେଇଥଲେ । ଏହି ପରିପ୍ରେକ୍ଷୀରେ ପୋଲିସର ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଏହି ଦମ୍ପତିଙ୍କ ସହ ପୋଲିସର ପ୍ରଶଂସା କରୁଛନ୍ତି ।



ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ ହଜାରରୁ ଅଧିକ ଥର ଦେଖାଯାଇଛି ଓ ୫ ହଜାରରୁ ଅଧିକ ଲାଇକ୍ କରାଯାଇଛି । ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଏହା ମଧ୍ୟ ପୋଲିସର ଏକ ରୂପ ଯାହାକି ପ୍ରଶଂସନୀୟ । ବାସ୍ତବରେ ବେଳେବେଳେ କିଛି ପୋଲିସ୍ କର୍ମଚାରୀ ଏହି କାମ କରନ୍ତି । ଉଜ୍ଜ୍ୱଳ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ବହୁତ ବହୁତ ଅଭିନନ୍ଦନ । ଏହି ଭିଡିଓଟିକୁ ପୂର୍ବ ବର୍ଷ ମେ' ମାସର ବୋଲି କୁହାଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ପୋଲିସକୁ ବହୁତ ପ୍ରଶଂସା କରାଯାଇଥିଲା ।
Published by: Jagdish Barik
First published: May 13, 2021, 10:35 AM IST