Loan Moratorium: ଦୀପାବଳୀ ପୂର୍ବରୁ କୋଟି କୋଟି ଲୋକଙ୍କୁ ମିଳିବ ଉପହାର! ସୁଧ ଉପରେ ସୁଧକୁ ନେଇ SC ରେ ଆଜି ଶୁଣାଣି

Supreme Court on Loan Moratorium: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କୋଟି କୋଟି ଲୋକଙ୍କୁ ଉପହାର ଦେଇପାରନ୍ତି । ବର୍ତ୍ତମାନ ଲୋନ ମୋରାଟରିୟମ ନେଇଥିବା ଲୋକଙ୍କୁ ଆଉ ସୁଧ ଉପରେ ସୁଧ ଦେବାକୁ ପଡିବ ନାହିଁ । ଏହି ମାମଲାରେ ସୁପ୍ରିମ କୋର୍ଟ ୨ ନଭେମ୍ବର ଅର୍ଥାତ ଆଜି ଶୁଣାଣି କରିବେ ।

Loan Moratorium: ଦୀପାବଳୀ ପୂର୍ବରୁ କୋଟି କୋଟି ଲୋକଙ୍କୁ ମିଳିବ ଉପହାର! ସୁଧ ଉପରେ ସୁଧକୁ ନେଇ SC ରେ ଆଜି ଶୁଣାଣି
ଲୋନ ମୋରାଟରିୟମକୁ ନେଇ ସୁପ୍ରିମ କୋର୍ଟରେ ଆଜି ଶୁଣାଣି ହେବ
  • News18 Odia
  • Last Updated: November 2, 2020, 9:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କୋଟି କୋଟି ଲୋକଙ୍କୁ ଉପହାର ଦେଇପାରନ୍ତି । ବର୍ତ୍ତମାନ ଲୋନ ମୋରାଟରିୟମ ନେଇଥିବା ଲୋକଙ୍କୁ ଆଉ ସୁଧ ଉପରେ ସୁଧ ଦେବାକୁ ପଡିବ ନାହିଁ । ଏହି ମାମଲାର ସୁପ୍ରିମ କୋର୍ଟ ୨ ନଭେମ୍ବର ଅର୍ଥାତ ଆଜି ଶୁଣାଣି କରିବ । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଓ ଏମଆର ଶାହାଙ୍କ ବେଞ୍ଚ ଛଅ ମାସର ଲୋନ ମୋରାଟରିୟମ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରିବ । କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୦ ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ପୂର୍ବରୁ ଲୋନ ନେଇଥିବା ଗ୍ରାହକଙ୍କୁ ଲୋନ ମୋରାଟରିୟମର ସୁବିଧା ଯୋଗାଇ ଦେଇଥିଲେ । ସର୍ବୋଚ୍ଚ ଅଦାଲତ ପୂର୍ବରୁ ସରକାରଙ୍କୁ କହିଥିଲେ ଯେ ସରକାର ଯଥାଶୀଘ୍ର ସୁଧ ଛାଡ ଯୋଜନା କାର୍ଯ୍ୟକାରୀ କରିବା ଉଚିତ । ଏଥିସହ ସାଧାରଣ ଲୋକଙ୍କୁ ବହୁତ ଆରାମ ଦେଇ ସେ କହିଛନ୍ତି ଯେ ଯେଉଁମାନେ ଲୋନ ମୋରାଟରିୟମ ସୁବିଧା ନେଇଛନ୍ତି ସେମାନଙ୍କୁ ୧୫ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ ନାହିଁ ।

ସୁପ୍ରିମ କୋର୍ଟ ୨ ନଭେମ୍ବର ସୁଦ୍ଧା ଏହି ଯୋଜନା ସମ୍ପର୍କରେ ସର୍କୁଲାର ଜାରି କରିବାକୁ କହିଥିଲେ
ସୁପ୍ରିମ କୋର୍ଟ ଲୋନ ମୋରାଟରିୟମ ମାମଲାକୁ ନେଇ ଶେଷ ଶୁଣାଣି ୧୪ ଅକ୍ଟୋବରରେ କରିଥିଲେ । ଏହି ଶୁଣାଣିରେ SC କହିଛନ୍ତି ଯେ ସୁଧ ଉପରେ ସୁଧ ଛାଡ ଯୋଜନା ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ । ଏହି ସମୟ ମଧ୍ୟରେ, ସର୍କୁଲାର ଜାରି କରିବାକୁ କେନ୍ଦ୍ର ୧୫ ନଭେମ୍ବର ପର୍ଯ୍ୟନ୍ତ ସମୟ ମାଗିଥିଲେ । ସଲିସିଟର ଜେନେରାଲ କହିଛନ୍ତି ଯେ ସରକାର ୧୫ ନଭେମ୍ବର ସୁଦ୍ଧା ଏଥିରେ ଲାଗିଥିବା ଏକ ସର୍କୁଲାର ଜାରି କରିବେ । ଏହାକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମ କୋର୍ଟ ୨ ନଭେମ୍ବର ସୁଦ୍ଧା କେନ୍ଦ୍ରକୁ ଏକ ସର୍କୁଲାର ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଛନ୍ତି ଯେ ଯେତେବେଳେ ନିଷ୍ପତ୍ତି ନିଆଯାଇ ସାରିଛି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏତେ ସମୟ କାହିଁକି ଲାଗିବ?

ଏହି ଯୋଜନା ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଉ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ ଓ ତତକ୍ଷଣାତ୍ ଏହି ଯୋଜନା ପାସ କରିବା ଉଚିତ । ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ସଲିସିଟର ଜେନେରାଲ କହିଛନ୍ତି ଯେ ସରକାର ୨ ନଭେମ୍ବର ପର୍ଯ୍ୟନ୍ତ ସୁଧ ଛାଡ ଯୋଜନା ଉପରେ ଏକ ସର୍କୁଲାର ଜାରି କରିବେ ।

ସରକାର ସୁଝିବେ ଋଣର ଟଙ୍କା
ସରକାର କମ୍ପାଉଣ୍ଡ ସୁଧ ଓ ବକେୟା ଋଣର ସରଳ ସୁଧ ମଧ୍ୟରେ ପାର୍ଥକ୍ୟର ଅର୍ଥ ପୂରଣ କରିବେ । ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଏମଏସଏମଇ, ଶିକ୍ଷା, ଘର, ଉପଭୋକ୍ତା, ଅଟୋ ଋଣ ସମେତ ୮ଟି କ୍ଷେତ୍ରରେ ପ୍ରଯୁଜ୍ୟ ଯୌଗିକ ସୁଧ ଛାଡ କରାଯିବ । ଏହା ବ୍ୟତୀତ କ୍ରେଡିଟ୍ କାର୍ଡ ବାଲାନ୍ସ ଉପରେ ମଧ୍ୟ ଏହି ସୁଧ ଆଦାୟ କରାଯିବ ନାହିଁ ।

ଜାଣନ୍ତୁ ଲୋନ ମୋରାଟରିୟମ କ’ଣ
କରୋନା କାରଣରୁ ହୋଇଥିବା ଲକଡାଉନରେ ଅନେକ ଲୋକ ଚାକିରି ହରାଇଲେ । ଏପରି ପରିସ୍ଥିତିରେ ଋଣ କିସ୍ତି ପରିଶୋଧ କରିବା କଷ୍ଟକର ହୋଇପଡିଥିଲା । ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଲୋନ ମୋରାଟରିୟମ ସୁବିଧା ଦେଇଥିଲା । ଅର୍ଥାତ୍ ଋଣ ଉପରେ କିସ୍ତି ସ୍ଥଗିତ ରଖାଯାଇଥିଲା । ଯଦି ଆପଣ ଋଣ ଉପରେ ଲୋନ ମୋରାଟରିୟମର ଲାଭ ଉଠାଇ କିସ୍ତି ଦେଇନାହାନ୍ତି ତେବେ ସେହି ଅବଧି ପାଇଁ ସୁଧ ପ୍ରିନ୍ସିପାଲରେ ଯୋଡି ହେବ । ଅର୍ଥାତ ବର୍ତ୍ତମାନର ମୂଲଧନ + ସୁଧ ଆଦାୟ କରାଯିବ ।ଏହି ସୁଧ ଉପରେ ସୁଧ ମାମଲା ଏବେ ସୁପ୍ରିମ କୋର୍ଟରେ ଅଛି ।
Published by: Jagdish Barik
First published: November 2, 2020, 9:48 AM IST
corona virus btn
corona virus btn
Loading