Loan Moratorium: ଲୋନ ଉପରେ ସୁଧର ରିହାତିକୁ ନେଇ ସରକାର ଜାରି କଲେ ନିର୍ଦ୍ଦେଶାବଳୀ; ଆପଣଙ୍କ ଆକାଉଣ୍ଟକୁ ଫେରସ୍ତ ଆସିବା ଟଙ୍କା

Loan Moratorium ର ଅବଧି ମଧ୍ୟରେ ସୁଧ ଉପରେ ସୁଧର ଛାଡକୁ ନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଲୋକଙ୍କୁ ଏଥିରେ ଲାଭ ମିଳିବ । ଲୋନ ଆକାଉଣ୍ଟରେ ସମନ୍ୱିତ ସୁଧ ଯଥା ସୁଧ ଉପରେ ସୁଧ ଓ ସରଳ ସୁଧ ମଧ୍ୟରେ ପାର୍ଥକ୍ୟର ଟଙ୍କା ସରକାର ଭର୍ତ୍ତି କରିବେ ।

Loan Moratorium: ଲୋନ ଉପରେ ସୁଧର ରିହାତିକୁ ନେଇ ସରକାର ଜାରି କଲେ ନିର୍ଦ୍ଦେଶାବଳୀ; ଆପଣଙ୍କ ଆକାଉଣ୍ଟକୁ ଫେରସ୍ତ ଆସିବା ଟଙ୍କା
ଲୋନ ଉପରେ ସୁଧର ରିହାତିକୁ ନେଇ ସରକାର ଜାରି କଲେ ନିର୍ଦ୍ଦେଶାବଳୀ
  • News18 Odia
  • Last Updated: October 24, 2020, 10:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଲୋନ ମୋରାଟରିୟମ ସହିତ ଜଡ଼ିତ ସୁଧରୁ ମୁକ୍ତ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କୋଭିଡ -୧୯ ସଙ୍କଟ ଯୋଗୁଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ତରଫରୁ ଋଣ ପରିଶୋଧ କରିବାକୁ ଏକ ସମୟସୀମା ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା । ଏହା ଅଧୀନରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଛଅ ମାସ ପାଇଁ ଦିଆଯାଇଥିବା ସ୍ଥଗିତାଦେଶ ସମୟରେ ସୁଧ ଉପରେ ସୁଧ ଓ ସରଳ ସୁଧ ମଧ୍ୟରେ ପାର୍ଥକ୍ୟ ସହିତ ସମାନ ପରିମାଣ ଟଙ୍କା ସରକାର ଦେବେ ।

ସୁପ୍ରିମକୋର୍ଟ (Supreme Court of India) କେନ୍ଦ୍ରକୁ ଆରବିଆଇ (RBI) ତରଫରୁ ଋଣ ଉପରେ ଯଥାଶୀଘ୍ର ସୁଧ ଛାଡ କରିବାକୁ ନେଇ ଦେଇଥିବା ଲୋନ ମୋରାଟରିୟମ ଅଧୀନରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧର ଋଣ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଏହି ଗାଇଡଲାଇନ ଆସିଛି ।

କ’ଣ ହେବ ଏହି ଲାଭର ଅବଧି ?
ଆର୍ଥିକ ସେବା ବିଭାଗ (Department of Financial Services) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଋଣ ନେଇଥିବା ବ୍ୟକ୍ତି ଋଣ ଆକାଉଣ୍ଟରେ ଏହି ଯୋଜନାର ଲାଭ ପାଇପାରିବେ । ଏହି ଲାଭ ୧ ମାର୍ଚ୍ଚ ୨୦୨୦ ରୁ ୩୧ ଅଗଷ୍ଟ ୨୦୨୦ ସମୟସୀମା ପର୍ଯ୍ୟନ୍ତ ଅଟେ । ଏହା ଅନୁଯାୟୀ ଯେଉଁବ୍ୟକ୍ତିଙ୍କ ୨୯ ଫେବୃଆରୀ ପର୍ଯ୍ୟନ୍ତ ମୋଟ ଋଣ ୨ କୋଟିରୁ ଅଧିକ ଥିବ ନାହିଁ ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଏହି ଋଣ ଉପରେ ମିଳିବ ଲାଭ
ଏହି ଯୋଜନା ଅଧୀନରେ ଗୃହ ଋଣ, ଶିକ୍ଷା ଋଣ, କ୍ରେଡିଟ କାର୍ଡ ଦେୟ, ଅଟୋ ଋଣ, MSME (ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ), ସ୍ଥାୟୀ ଉପଭୋକ୍ତା ବସ୍ତୁ ପାଇଁ ନିଆଯାଇଥିବା ଋଣ ଓ ବ୍ୟବହାର ପାଇଁ ନିଆଯାଇଥିବା ଋଣ ଅନ୍ତର୍ଭୁକ୍ତ ରହିବ ।

ଋଣ ଆକାଉଣ୍ଟକୁ ଫେରସ୍ତ ଆସିବ ଟଙ୍କା
ଗାଇଡଲାଇନ ଅନୁଯାୟୀ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଯୋଗ୍ୟ ଋଣଗ୍ରହୀତାଙ୍କ ଆକାଉଣ୍ଟରେ ବିଳମ୍ବ ଅବଧି ମଧ୍ୟରେ ସୁଧ ଉପରେ ସୁଧ ଓ ସରଳ ସୁଧ ମଧ୍ୟରେ ପାର୍ଥକ୍ୟର ଟଙ୍କା ସରକାର ଦେବେ । ଏହା ସମସ୍ତ ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଯେଉଁମାନେ ୨୭ ମାର୍ଚ୍ଚ ୨୦୨୦ ରେ ଘୋଷିତ ଯୋଜନା ଅନୁଯାୟୀ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଋଣ ଛାଡ ପାଇଁ ଆରବିଆଇ ଦେଇଥିବା ରିହାତିର ଲାଭ ଉଠାଇଥିଲେ ।

ଆର୍ଥିକ ସଂସ୍ଥାଗୁଡ଼ିକ ସଂପୃକ୍ତ ଋଣଗ୍ରହୀତାଙ୍କ ଆକାଉଣ୍ଟରେ ଟଙ୍କା ପ୍ରଦାନ କରି ଏହାକୁ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବେ । ସୂତ୍ର ଅନୁସାରେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ସରକାରୀ ଖର୍ଚ୍ଚର ଭାର ୬,୫୦୦ କୋଟି ଟଙ୍କା ହେବ ।
Published by: Jagdish Barik
First published: October 24, 2020, 9:59 AM IST
corona virus btn
corona virus btn
Loading