ଭଗବାନ କୃଷ୍ଣଙ୍କୁ ବିବାହ କଲେ ଏଲଏଲବି ଛାତ୍ରୀ: କନ୍ୟାଦାନ କଲେ ମାଆ, ବାପା

ଏକ ବିବାହ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଜଣେ ଏଲଏଲବି ଛାତ୍ରୀ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସହ ବିବାହ କରିଛନ୍ତି ।

ଭଗବାନ କୃଷ୍ଣଙ୍କୁ ବିବାହ କଲେ ଏଲଏଲବି ଛାତ୍ରୀ: କନ୍ୟାଦାନ କଲେ ମାଆ, ବାପା

ଭଗବାନ କୃଷ୍ଣଙ୍କୁ ବିବାହ କଲେ ଏଲଏଲବି ଛାତ୍ରୀ: କନ୍ୟାଦାନ କଲେ ମାଆ, ବାପା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବିବାହ (Marriage) ନାରୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କୁହାଯାଏ ଏହି ପାହାଚ ଅତିକ୍ରମ କରିବା ପରେ ନାରୀ ଜୀବନରେ ଅନେକ ଦାୟିତ୍ୱ (responsibility) ବଢିଯାଇଥାଏ । କିନ୍ତୁ ବେଳେବେଳେ ବିବାହକୁ ନେଇ ଏମିତି କିଛି ଖବର ଆସେ ଯାହା ଅନ୍ୟକୁ ଆଶ୍ଚର୍ଯ୍ୟ କରିଥାଏ । ସେମିତି ଏକ ଖବର ଆସିଛି ଉତ୍ତରପ୍ରଦେଶରୁ (up ) ।

ରାଧା ନାମକ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି । ରାଧାଙ୍କ ବାପା ରଣଜିତ ସିଂ ଜଣେ ଅବସରପ୍ରାପ୍ତ ଶିକ୍ଷକ (retirement teacher) । ରାଧା ନିଜର ସ୍ନାତକୋତ୍ତର ଶେଷ ପରେ ଏଲଏଲବି (llb) ପଢୁଛନ୍ତି । ରାଧା ନିଷ୍ପତ୍ତି ନେଇଥିଲେ ଯେ, ସେ ଭଗବାନ ଶ୍ରୀକୃଷ୍ଣଙ୍କ (lord srikrishna) ମୂର୍ତ୍ତି ସହ ବିବାହ କରି ସାରା ଜୀବନ କୃଷ୍ଣଙ୍କ ପତ୍ନୀ ହୋଇ ରହିବେ । ତେବେ ତାଙ୍କର ଏହି ଇଚ୍ଛାକୁ ତାଙ୍କ ବାପା ମାଆ ମଧ୍ୟ ସମ୍ମାନ ଦେଇଥିଲେ । ରଣଜିତ ସିଂ ତାଙ୍କ ଝିଅ ରାଧାଙ୍କୁ କୃଷ୍ଣଙ୍କ ମୂର୍ତ୍ତି ସହ ବିବାହ କରାଇବାପାଇଁ ସମସ୍ତ ପ୍ରକାର ଆୟୋଜନ କରିଥିଲେ ।

ବିବାହ ଭୋଜିକୁ ସମସ୍ତ ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ (invited) କରାଯାଇଥିଲା । ଏପରି ଏକ ନିଆରା ବିବାହ ହେଉଥିବା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଶନିବାରର (Saturday) ଏକ ଶୁଭ ଲଗ୍ନରେ ବିବାହ କରାଇବାକୁ ପଣ୍ଡିତ ପରାମର୍ଶ ଦେଇଥିଲେ । ବିବାହ ମଣ୍ଡପର ସାଜସଜା (decoration) ମଧ୍ୟ ଖୁବ ସୁନ୍ଦର ଭାବରେ କରାଯାଇଥିଲା । ଭଗବାନ କୃଷ୍ଣଙ୍କ ପ୍ରତିମାକୁ ସଜାଇ ସାଧାରଣ ବିବାହ ପରି ବରଯାତ୍ରୀ ରୋଷଣୀରେ ବିବାହ ମଣ୍ଡପ ନିକଟକୁ ଯାଇଥିଲେ । ଯଥା ବିଧିରେ ବରଯାତ୍ରୀଙ୍କୁ ଚର୍ଚ୍ଚା କରାଯାଇଥିଲା । ବିଭିନ୍ନ ପ୍ରକାରର ଖାଦ୍ୟ, ପାନୀୟ ବ୍ୟବସ୍ଥା କରାଯିବା ସହ ସଙ୍ଗୀତ ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା ।

ବିବାହ କାର୍ଯ୍ୟ ସମାପ୍ତ ପରେ ଝିଅ ବିଦା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କୃଷ୍ଣଙ୍କ ପ୍ରତିମା ସହ ନବବଧୂ ରାଧା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ପରେ କୃଷ୍ଣଙ୍କ ମୂର୍ତ୍ତି ସହ ନିଜ ମାଆଙ୍କ ନିକଟକୁ ଫେରିଥିଲେ ।

ଏହି ଖବର ପଢ଼ନ୍ତୁ - http://ମହିଳାଙ୍କୁ ବଳ ଯୋଗାଉଛି ମିଶନ ଶକ୍ତି: ତରଭୁଜ ଚାଷରେ ଲକ୍ଷାଧିକ ରୋଜଗାର କରୁଛନ୍ତି ମହିଳା ଚାଷୀ

ସୂଚନାଯୋଗ୍ୟ, ୨୦୨୨ ମସିହା ଜୁଲାଇ ମାସରେ ରାଧା ଏକ ମନ୍ଦିରକୁ ଯାଇଥିଲେ । ତେବେ କିଛି ଏକ କାରଣରୁ ରାଧାଙ୍କ ମନରେ ରାଗ ଆସିଥିଲା । କୃଷ୍ଣଙ୍କ ପ୍ରତି ରାଧାଙ୍କର ଭକ୍ତି ଦେଖି ତାଙ୍କ ବାପା ମାଆ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଥିଲେ ।
Published by:Soubhagya Mishra
First published: