Babri Masjid Judgment: ଅଦାଲତର ରାୟ ଶୁଣି ଖୁସିରେ ଆଡଭାନୀ କହିଲେ ‘ଜୟ ଶ୍ରୀରାମ’

ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପୂର୍ବତନ ଉପ-ପ୍ରଧାନ ମନ୍ତ୍ରୀ ଏଲ.କେ. ଆଡଭାନୀଙ୍କ ଘରେ ଉତ୍ସବର ପରିବେଶ ଗଢ଼ିଉଠିଛି । ମିଠା ବଣ୍ଟନ କରାଯାଉଛି । ମୁରଲୀ ମନୋହର ଯୋଶୀ କହିଛନ୍ତି, ‘‘ଆଜି ସାରା ଦେଶ ଖୁସି ଅଛି ।’’

Babri Masjid Judgment: ଅଦାଲତର ରାୟ ଶୁଣି ଖୁସିରେ ଆଡଭାନୀ କହିଲେ ‘ଜୟ ଶ୍ରୀରାମ’
ପୂର୍ବତନ ଉପ-ପ୍ରଧାନ ମନ୍ତ୍ରୀ ଏଲ.କେ. ଆଡଭାନୀ
  • News18 Odia
  • Last Updated: September 30, 2020, 5:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ (CBI special court) ଅଯୋଧ୍ୟାରେ ଡିସେମ୍ବର ୬, ୧୯୯୨ରେ ଦିନ ଘଟିଥିବା ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ (Babri Demolition Case) ବହୁ ପ୍ରତୀକ୍ଷିତ ରାୟ ଦେଇ ସବୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସ୍ୱତନ୍ତ୍ର ଅଦାଲତର ବିଚାରପତି ଏସ.କେ. ଯାଦବ ନିଜ ରାୟରେ କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ପୂର୍ବରୁ ଯୋଜନା କରି କରାଯାଇ ନ ଥିଲା ଓ ଏହା ଏକ ଦୁର୍ଘଟଣାଜନକ ଘଟଣା ଥିଲା । ଏହି ରାୟ ଆସିବା ପରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ (LK Advani) ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ‘‘ଆଜି ଆସିଥିବା ସ୍ପେଶାଲ କୋର୍ଟର ନିଷ୍ପତ୍ତି ଅତି ଗୁରୁତ୍ୱପୂର୍ଣ୍ଣ । ମୁଁ ଯେତେବେଳେ ଏହି ଖବର ଶୁଣିଲି, ‘ଜୟ ଶ୍ରୀ ରାମ’ କହି ଏହାକୁ ସ୍ୱାଗତ କରିଥିଲି ।’’

‘‘ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସ୍ୱତନ୍ତ୍ର ଅଦାଲତଙ୍କ ନିଷ୍ପତ୍ତିକୁ ମୁଁ ହୃଦୟରୁ ସ୍ୱାଗତ କରୁଛି । ଏହି ରାୟ ମୋ’ର ବ୍ୟକ୍ତିଗତ ବିଶ୍ୱାସ ତଥା ବିଜେପିର ବିଶ୍ୱାସ ଓ ରାମ ଜନ୍ମଭୂମି ଆନ୍ଦୋଳନ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି,’’ କହିଛନ୍ତି ଆଡଭାନି ।

ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପୂର୍ବତନ ଉପ-ପ୍ରଧାନ ମନ୍ତ୍ରୀ ଏଲ.କେ. ଆଡଭାନୀଙ୍କ ଘରେ ଉତ୍ସବର ପରିବେଶ ଗଢ଼ିଉଠିଛି । ମିଠା ବଣ୍ଟନ କରାଯାଉଛି । କୋର୍ଟଙ୍କ ରାୟ ଶୁଣିବା ପରେ ପରେ ଏକ ବିବୃତ୍ତିରେ ଆଡଭାନୀ କହିଛନ୍ତି ଯେ ଦେଶର ଅନ୍ୟ ଲୋକଙ୍କ ସହ ସେ ବି ଏକ ସୁନ୍ଦର ରାମ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି ।

ମୁରଲୀ ମନୋହର ଯୋଶୀ


ଏହି ମାମଲାରେ ଅନ୍ୟ ଏକ ଅଭିଯୁ୍କ୍ତ ମୁରଲୀ ମନୋହର ଯୋଶୀ ବି ନିର୍ଦୋଷରେ ଖଲାସ ହେବା ପରେ କହିଛନ୍ତି, ‘‘ଆଜି ସମଗ୍ର ଦେଶ ଖୁସି ଅଛି ।’’

କିଏ କିଏ ଅଭିଯୁକ୍ତ ଥିଲେ?

ଏହି ମାମଲାରେ ଏଲ.କେ. ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ଉମା ଭାରତୀ, ବିନୟ କଟିୟାର, ସାଧବୀ ରୀତମ୍ବରା, ମହନ୍ତ ନିତ୍ୟ ଗୋପାଳ ଦାସ, ଡକ୍ଟର ରାମ ଭିଲାସ ବେଦାନ୍ତୀ, ଚମ୍ପତ ରାୟ, ମହନ୍ତ ଧର୍ମଦାସ, ସତୀଶ ପ୍ରଧାନ, ପୱନ କୁମାର ସିଂହ ପାଣ୍ଡେ, ପ୍ରକାଶ ଶର୍ମା, ବିଜୟ ବହାଦୂର ସିଂ, ସନ୍ତୋଶ ଦୁବେ, ଗାନ୍ଧୀ ଯାଦବ, ରାମଜୀ ଗୁପ୍ତା, ବ୍ରଜ ଭୂଷଣ ଶରଣ ସିଂ, କମଲେଶ ତ୍ରିପାଠୀ, ରାମଚନ୍ଦ୍ର ଖତ୍ରି, ଜୟ ଭଗବାନ୍ ଗୋୟଲ, ଓମ ପ୍ରକାଶ ପାଣ୍ଡେ, ଅମର ନାଥ ଗୋୟଲ, ଜୟବନ ସିଂ ପାୱାର, ନବୀନ ଭୋଇ ଶୁକ୍ଲା, ଆର.ଏନ୍ ଶ୍ରୀବାସ୍ତବ, ଆଚାର୍ଯ୍ୟ ଚେନ୍ଦ୍ର ଦେବ, ସୁଧୀର କୁମାର କକ୍କର ଓ ଧର୍ମେନ୍ଦ୍ର ସିଂ ଗୁରୁଜାର ଅଭିଯୁକ୍ତ ଥିଲେ ।

କୋର୍ଟରେ ଶୁଣାଣି ସମୟରେ ଜଣେ ଅଭିଯୁକ୍ତ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ । କୋର୍ଟ କହିଥିଲେ ଯେ ସିବିଆଇ ଏହି ମାମଲାର କିଛି ଭିଡିଓ କ୍ୟାସେଟ ପ୍ରସ୍ତୁତ କରିଛି, ହେଲେ ସେଥିରେ ଥିବା ଦୃଶ୍ୟ ସ୍ପଷ୍ଟ ଦିଶୁନାହିଁ ଓ ସେହି କ୍ୟାସେଟଗୁଡ଼ିକୁ ସିଲ୍ କରାଯାଇ ନାହିଁ । ବାବ୍ରି ମସଜିଦ ବିଧ୍ୱଂସ ଘଟଣାର ଫଟୋଗୁଡ଼ିକର ନେଗେଟିଭ୍‌ ବି କୋର୍ଟରେ ପ୍ରସ୍ତୁତ କରାଯାଇ ନ ଥିଲା ।

ସିବିଆଇ କୋର୍ଟ ଆଉ କହିଛନ୍ତି?



ଡିସେମ୍ବର ୬, ୧୯୯୨ରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା ବୋଲି କୋର୍ଟ କହିଛନ୍ତି । ‘‘କିନ୍ତୁ 'ବିବାଦୀୟ ଢାଞ୍ଚା'ର ପଛ ପଟୁ ପଥର ଫିଙ୍ଗା ଆରମ୍ଭ ହେଲା । ବିଶ୍ୱ ହିନ୍ଦୁ ପରିଷଦ ନେତା ଅଶୋକ ସିଙ୍ଘଲ 'ବିବାଦୀୟ ଢାଞ୍ଚା'କୁ ବଞ୍ଚାଇବାକୁ ଚାହୁଁଥିଲେ କାରଣ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଏହି ସଂରଚନାରେ ରଖାଯାଇଥିଲା । ସେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ କର ସେବକମାନଙ୍କର ଦୁଇ ହାତକୁ ବ୍ୟସ୍ତ ରଖିବା ପାଇଁ ସେମାନଙ୍କୁ ପାଣି ଓ ଫୁଲ ଆଣିବାକୁ କହିଥିଲେ,’’ କୋର୍ଟ କହିଛନ୍ତି ।



ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଏହା ବି ପଢ଼ନ୍ତୁ | ବରିଷ୍ଠ IPS ଅଫିସର ନିଜ ସ୍ତ୍ରୀଙ୍କୁ ଖୁବ୍ ପିଟିଲେ; Video ଭାଇରାଲ୍ ହେଲା; ପଦରୁ ହଟାଗଲେ

ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟର ଜଷ୍ଟିସ ଯାଦବ ଏହି ମାମଲାର ସବୁ ୩୨ ଜଣ ଅଭିଯୁକ୍ତଙ୍କୁ ବିଚାର ଦିନ କୋର୍ଟରେ ହାଜର ହେବାକୁ କହିଥିଲେ ।



ବିଭିନ୍ନ କାରଣରୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନ ମନ୍ତ୍ରୀ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ରାମ ଜନ୍ମଭୂମି ନ୍ୟାସ ସଭାପତି ମହନ୍ତ ନିତ୍ୟ ଗୋପାଳ ଦାସ ଓ ସତୀଶ ପ୍ରଧାନ ବିଭିନ୍ନ କାରଣରୁ କୋର୍ଟରେ ହାଜର ହୋଇପାରି ନ ଥିଲେ ।
Published by: Anand Shankar Thankur Das
First published: September 30, 2020, 5:33 PM IST
corona virus btn
corona virus btn
Loading