News18 Odia Digital
# AmitShahToNews18: ଆଗାମୀ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ଲୋକ ଜନଶକ୍ତି ପାର୍ଟି (LJP) ଗଠବନ୍ଧନ ଠାରୁ ପୃଥକ ନିର୍ବାଚନ ଲଢ଼ିବାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Chirag Paswan) କହିଛନ୍ତି ଯେ 'ଚିରାଗ ପାସୱାନଙ୍କ ନେତୃତ୍ୱାଧୀନ ଏଲଜେପି ଲୋକସଭା ପାର୍ଟି (LJP) ଏକୁଟିଆ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ନିର୍ବାଚନକୁ ଏକାଠି ଲଢ଼ିବା ପାଇଁ ତାଙ୍କୁ ଯଥେଷ୍ଟ ସଂଖ୍ୟକ ସିଟ୍ ଅଫର୍ କରାଯାଇଥିଲା ଓ ବୁଝାମଣା ପାଇଁ ଅନେକ ଚେଷ୍ଟା କରାଯାଇଥିଲା ।
ନେଟୱାର୍କ ୧୮ ଗ୍ରୁପ୍ ସମ୍ପାଦକ ରାହୁଲ ଯୋଶୀଙ୍କ(Rahul Joshi) ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅମିତ ଶାହା କହିଛନ୍ତି ଯେ, ''ବିଜେପି-ଜେଡିୟୁ-ଏଲଜେପି ମିଳିତ ଗଠବନ୍ଧନ ବିଷୟରେ କହିବାକୁ ଗଲେ ଉଭୟ ବିଜେପି ଓ ଜେଡିୟୁ ତରଫରୁ ଏଲଜେପିକୁ (LJP) ବାରମ୍ବାର ଯଥେଷ୍ଟ ସଂଖ୍ୟକ ସିଟ୍ ଅଫର୍ କରାଯାଇଥିଲା । ଏ ବିଷୟରେ ଅନେକ ଥର ଆଲୋଚନା ହୋଇଥିଲା । ମୁଁ ବ୍ୟକ୍ତିଗତ ଭାବେ ଚିରାଗଙ୍କ ସହ ଅନେକ ଥର କଥା ହୋଇଥିଲି । "
ବିଫଳ ଆଲୋଚନା ପଛର କାରଣ ବର୍ଣ୍ଣନା କରି ସେ କହିଛନ୍ତି, "ଏଥର ଆମର ମିଳିତ ମଞ୍ଚର ନୂତନ ସଦସ୍ୟ ଅଛନ୍ତି, ତେଣୁ ଦଳ ନିଜର ସିଟ୍ ସଂଖ୍ୟା ହ୍ରାସ ପାଇବାକୁ ବାଧ୍ୟ ହୋଇଛି । ଜେଡିୟୁ ଓ ବିଜେପି ମଧ୍ୟ କିଛି ସିଟ୍ ଛାଡିଛନ୍ତି । କିନ୍ତୁ ଶେଷରେ ଏହା LJP ସହିତ ହୋଇପାରିଲା ନାହିଁ "
ଶାହା ଆହୁରି କହିଛନ୍ତି ଯେ ଏକପାଖିଆ ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା, ଯାହାର ପରିଣାମ ଦଳୀୟ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ତେଣୁ ସେମାନଙ୍କ ପାଇଁ ଏକ କ୍ୟାମ୍ପରେ ରହିବା କଷ୍ଟସାଧ୍ୟ ହୋଇ ପଡିଥିଲା । ତେବେ ଏହା ପରେ ମଧ୍ୟ ଆମେ ଗଠବନ୍ଧନ ଭାଙ୍ଗିନଥିଲୁ । ସେମାନେ ଆନୁଷ୍ଠାନିକ ଭାବରେ ଏହା କରିବାକୁ ଘୋଷଣା କଲେ। '
ଏହି ନିର୍ବାଚନ ପରେ ଏଲଜେପି ଏନଡିଏକୁ ଫେରିପାରିବ କି ନାହିଁ ସେ ସମ୍ପର୍କରେ ଶାହା କହିଛନ୍ତି ଯେ "ବିହାରର ଲୋକମାନେ ବୁଝିଛନ୍ତି ଯେ କାହିଁକି ଓ କେଉଁ କାରଣରୁ ଭାଙ୍ଗିଗଲା । ଆମେ ନିର୍ବାଚନ ପରେ ଦେଖିବୁ ଯେ ଏଲଜେପି ଏନଡିଏରେ ଯୋଗ ଦେଉଛନ୍ତି କି ନାହିଁ । ଆମେ ଏବେ ବିରୋଧୀ ଅଛୁ ଓ ସେହି ଅନୁଯାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।