LIVE UPDATES: ଡ଼ୋନାଲ୍ଡ ଟ୍ରମ୍ପ୍‌ ଓ ପତ୍ନୀ ମେଲାନିଆ ଆଗ୍ରାରେ ତାଜ୍‌ ମହଲ୍‌ ଦେଖି ଖୁବ୍‌ ଖୁସି ହେଲେ, ଫଟୋ ଉଠେଇଲେ

ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲାନିଆ ତାଜ୍‌ ମହଲ୍‌ ସାମନାରେ ଠିଆ ହୋଇ ଫଟୋ ଉଠେଇଲେ । ତାଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ୍‌ କୁଶ୍‌ନର୍‌ ମଧ୍ୟ ସେଠି ଫଟୋ ଉଠେଇଲେ । ତାଜ୍‌ ମହଲ୍‌ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ ।

LIVE UPDATES: ଡ଼ୋନାଲ୍ଡ ଟ୍ରମ୍ପ୍‌ ଓ ପତ୍ନୀ ମେଲାନିଆ ଆଗ୍ରାରେ ତାଜ୍‌ ମହଲ୍‌ ଦେଖି ଖୁବ୍‌ ଖୁସି ହେଲେ, ଫଟୋ ଉଠେଇଲେ
ତାଜ୍‌ ମହଲ୍‌ ସାମନାରେ ଟ୍ରମ୍ପ୍‌ ଓ ମେଲାନିଆ ଫଟୋ ଉଠାଉଛନ୍ତି ।
  • News18 Odia
  • Last Updated: February 24, 2020, 6:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଗ୍ରା ଓ ଅହମଦାବାଦ: ଆଜି ଭାରତ ଗସ୍ତରେ ଆସି ସପରିବାର ଅହମଦାବାଦରେ ପହଞ୍ଚିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରୁ ଏକ ବିଶାଳ ରୋଡ଼ ଶୋ’ ମଧ୍ୟରେ ଯାଇ ସାବରମତୀ ନଦୀ କୂଳରେ ଅବସ୍ଥିତ ମହାତ୍ମା ଗାନ୍ଧିଙ୍କ ସାବରମତୀ ଆଶ୍ରମରେ କିଛି ସମୟ ବିତେଇଥିଲେ । ଟ୍ରମ୍ପ୍‌ ଓ ମେଲାନିଆଙ୍କୁ ସେଠାରେ ବୁଲାଇ ମୋଦି ବିଭିନ୍ନ ସ୍ଥାନ ଓ ପଦାର୍ଥ ଦେଖାଇଥିଲେ ଓ ସେମାନଙ୍କୁ ସେ ସବୁର ମହତ୍ୱ ବୁଝାଇଥିଲେ ।

ମୋଟେରା ଷ୍ଟାଡିଅମ୍‌ରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଟ୍ରମ୍ପ ଓ ମୋଦି ଦୁହେଁ ଏକ ବିଶାଳ ଜନ ସଭାକୁ ସମ୍ବୋଧିତ କଲେ । ତା’ପରେ ଟ୍ରମ୍ପ ସପରିବାର ଯାଇ ଆଗ୍ରାରେ ପହଞ୍ଚିଲେ ।

5:39 PM- ଭିଜିଟର୍ସ ବୁକ୍‌ରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଲେଖଛନ୍ତି: ‘‘ତାଜ୍‌ ମହଲ୍‌ ଭାରତୀୟ ସଂସ୍କୃତିର ସମୃଦ୍ଧ ଓ ବିବିଧ ସୁନ୍ଦରତାକୁ ଦେଖାଉଥିବା ଏକ କାଳଜୟୀ ବିବୃତି । ଧନ୍ୟବାଦ, ଭାରତ ।’’

Image

05:26 PM- ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ତାଙ୍କ ପତି ଜାରେଡ଼ କୁଶ୍ନର୍‌  ମଧ୍ୟ ତାଜମହଲ ଦେଖିଲେ ଓ ଫଟୋ ଉଠେଇଲେ ।

Image

05:19 PM- ଟ୍ରମ୍ପ ଦମ୍ପତି ତାଜମହଲ ସାମ୍ନାରେ ଫଟୋ ଉଠାଇଲେ ।

Image

05:15 PM- ଡ଼ୋନାଲ୍ଡ ଟ୍ରମ୍ପ ଭିଜିଟର୍ସ ବହିରେ ଲେଖିଲେ ମେସେଜ୍ ।

Image

05:12 PM - ତାଜମହଲରେ ପହଞ୍ଚିଲେ ଡ଼ୋନାଲ୍ଡ ଓ ମେଲାନିଆ ଟ୍ରମ୍ପ ।

Image

5:00 PM- ଆଉ କିଛି ସମୟ ମଧ୍ୟରେ ତାଜ୍‌ ମହଲରେ ପହଞ୍ଚିବେ ଡ଼ୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲାନିଆ ।

05:57 PM - ଡ଼ୋନାଲ୍ଡ ଟ୍ରମ୍ପଙ୍କ ଆଗାମୀ କାର୍ଯ୍ୟକ୍ରମ:

ସନ୍ଧ୍ୟା 05.15 PM - ଡ଼ୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହିତ ତାଜମହଲ ଦେଖିବା ପାଇଁ ଯିବେ ।
ସନ୍ଧ୍ୟା 06.45 PM- ଡ଼ୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହିତ ତାଜମହଲ ଦେଖିବା ପାଇଁ ଯିବେ ।
ସନ୍ଧ୍ୟା 06.45PM-ଆଗ୍ରାରୁ ଦିଲ୍ଲୀ ପାଇଁ ବାହାରିବେ ।
ସନ୍ଧ୍ୟା 07.30PM-ଦିଲ୍ଲୀର ପାଲମ୍ ଏୟାର ଫୋର୍ସ ଷ୍ଟେସନ ପ୍ରହଞ୍ଚିବେ ।
ଦିଲ୍ଲୀର ଏକ ପ୍ରସିଦ୍ଧ ହୋଟେଲରେ ଟ୍ରମ୍ପ ଓ ପରିବାରଙ୍କ ରହିବାର ବ୍ୟବସ୍ଥା କରାଯାଇଛି ।

4:33 PM - ଆଗ୍ରାରେ ୟୁ.ପି.ର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ୍ ଓ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡ଼ୋନାଲ୍ଡ ଟ୍ରମ୍ପ ଓ ମେଲାନିଆଙ୍କୁ ସ୍ବାଗତ କରିଛନ୍ତି ।

Image

4:18 PM - ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର ଆଗ୍ରାରେ ପହଞ୍ଚି ଯାଇଛନ୍ତି ।

Image

02:32 PM: ପି.ଏମ ମୋଦୀ ତାଙ୍କ ଭାଷଣର ଶେଷରେ କହିଥିଲେ: ‘‘ଆଜି ୧୩୦ କୋଟି ଭାରତୀୟ ମିଶି ନୂତନ ଭାରତର ନିର୍ମାଣ କରୁଛନ୍ତି । ଆମ ଯୁବ ଶକ୍ତି ପ୍ରେରଣାରେ ଭରି ରହିଛି ।’’

02:30 PM - ଟ୍ରମ୍ପଙ୍କ ଭାଷଣ ଶେଷରେ ମୋଦି ଭାଷଣ ଦେଲେ ଓ କହିଲେ: ‘‘ ମୁଁ ଟ୍ରମ୍ପଙ୍କ ସହ ପ୍ରଥମଥର ଭେଟିଥିଲି, ସେତେବେଳେ ସେ ମୋତେ କହିଥିଲେ ଯେ ଭାରତର ପ୍ରକୃତ ବନ୍ଧୁ ଏବେ ହ୍ବାଇଟ୍‌ ହାଉସ୍‌ରେ ଅଛନ୍ତି ।’’

02:25 PM - ‘‘କାଲି ମୁଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବି । ଏଥିରେ ଆମେ ଅନେକ ବୁଝାମଣା ଉପରେ କଥା ହେବୁ । ଭାରତ ଓ ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । ଆମେ ଭାରତକୁ ଶୀଘ୍ର ସବୁ ଠୁ ଭୟଙ୍କର ମିସାଇଲ୍‌ ଦେବୁ,’’ କହିଛନ୍ତି ଟ୍ରମ୍ପ୍‌ ।



02:14 PM: ‘‘ଭାରତ ପ୍ରତି ବର୍ଷ ୨,୦୦୦ ରୁ ଅଧିକ ବଲିଓଡ଼ ଫିଲ୍ମ ନିର୍ମାଣ କରୁଛି। ସାରା ଦୁନିଆାରେ ଏହାର ସ୍ବାଗତ କରାଯାଉଛି । ଲୋକେ ଭାଙ୍ଗଡ଼ା ମ୍ୟୁଜିକକୁ ବହୁତ ପସନ୍ଦ କରୁଛନ୍ତି, ଲୋକଙ୍କୁ DDLJ ବି ବହୁତ ପସନ୍ଦ,’’ ଟ୍ରମ୍ପ ତାଙ୍କ ଭାଷଣରେ କହିଲେ ।

02: 10 PM - ‘‘ରାଜନୀତିକୁ ଆସିବା ପୂର୍ବରୁ ମୋଦି ଚ଼ା ବିକୁଥିଲେ । ତାଙ୍କୁ ସମସ୍ତେ ପସନ୍ଦ କରନ୍ତି, କିନ୍ତୁ ସେ ଭାରି ଶକ୍ତ ବ୍ୟକ୍ତି,’’ କହିଛନ୍ତି ଟ୍ରମ୍ପ୍‌ ।

02:09 PM - ‘‘ଆଜି ମୋଦି ଭାରତର ସବୁ ଠୁ ବଡ଼ ନେତା । ଗତ ବର୍ଷ ନିର୍ବାଚ଼ନରେ ୬୦ କୋଟିରୁ ଅଧିକ ଲୋକ ତାଙ୍କୁ ଭୋଟ୍‌ ଦେଇଥିଲେ  ସବୁ ଠୁ ବଡ଼ ବିଜୟ ସୁନିଶ୍ଚିତ କରେଇଥିଲେ...’’ କହିଛନ୍ତି ଟ୍ରମ୍ପ୍‌ ।

02:03 PM - ‘‘ମୁଁ ଓ ଆମେରିକାର ଫାଷ୍ଟ ଲେଡି ୮,୦୦୦ କିଲେମିଟର୍‌ ଦୂରରୁ ଭାରତକୁ ଆସିଛୁ ଏହା କହିବା ପାଇଁ ଯେ ଆମେରିକା ଭାରତକୁ ଭଲ ପାଏ,’’ କହିଛନ୍ତି ଟ୍ରମ୍ପ୍‌ ।

02:00 PM - ପ୍ରଧାନ ମନ୍ତ୍ରୀ ମୋଦିଙ୍କ ପରେ ଏବେ ଟ୍ରମ୍ପ୍‌ ଭାଷଣ ଦେଉଛନ୍ତି । ସେ ମୋଦିଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି ।



01:52 PM: ମୋଟେରା ଷ୍ଟାଡ଼ିୟମରେ ନମସ୍ତେ ଟ୍ରମ୍ପର ଇଭେଣ୍ଟର ଆରମ୍ଭରେ ମୋଦୀ ଭାଷଣ ଦେଲେ ଓ ଭାରତ-ଆମେରିକା ମଧ୍ୟରେ ଥିବା ଗଭୀର ବନ୍ଧୁତ୍ୱ ବିଷୟରେ କହିଲେ । ‘‘ଏହି ମାଟି ଗୁଜୁରାଟର, କିନ୍ତୁ ଆଜି ସାରା ଭାରତ ଭଳି ଦେଖା ଯାଉଛି... ଆଜି ଆମେରିକା ଓ ଭାରତର ସମ୍ପର୍କ ସର୍ବୋଚ୍ଚ ହୋଇଛି,’’ ସ୍ବାଗତ ଅଭିଭାଷଣରେ ମୋଦୀ କହିଥିଲେ ।



01:46 PMରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଆରମ୍ଭ ହେଲା ।

View image on Twitter

01:42 PM - ମୋଟେରା ଷ୍ଟାଡ଼ିୟମରେ ଲୋକମାନେ ପି.ଏମ. ମୋଦୀ ଓ ଡ଼ୋନାଲ୍ଡ ଟ୍ରମ୍ପଙ୍କ ମାସ୍କ ଲଗାଇ ପହଞ୍ଚିଛନ୍ତି ।



01:40 PM - ମୋଟେରା ଷ୍ଟାଡ଼ିୟମରେ BCCI ର ଚିଫ ସୌରଭ ଗାଙ୍ଗୁଲି ଓ BCCI ର ସେକ୍ରେଟାରୀ ଜୟ ଶାହ ଉପସ୍ଥତ ଅଛନ୍ତି ।





01:38 PM - ମୋଟେରା ଷ୍ଟାଡିଅମ୍‌ର ମଞ୍ଚ ଉପରେ ଥିବା ଏହି ଦୁଇଟି ସିଟ୍‌ରେ ସମ୍ଭବତଃ ମୋଦି ଓ ଟ୍ରମ୍ପ୍‌ ବସିବେ ।



01:30 PM - ମୋଟେରା ଷ୍ଟାଡିଅମ୍‌ ପହଞ୍ଚିଲେ ଟ୍ରମ୍ପ୍‌ ଓ ମୋଦି । ସାଙ୍ଗରେ ଅଛନ୍ତି ମେଲାନିଆ, ଅମିତ ଶାହ ଓ ଗୁଜରାଟର ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣି ।



01: 29 PM - ଭାରତ ଓ ଆମେରିକା ମଧ୍ୟରେ ବ୍ୟାପାର ବୁଝାମଣା ଉପରେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ତାଙ୍କ ପତି ଜାରେଡ୍‌ କୁଶନର୍‌ କୌଣସି ପ୍ରଭାବ ପକେଇ ପାରିବେ କି?



12: 57 PM - ସାବରମତୀ ଆଶ୍ରମର ଭିଜିଟର୍‌ସ୍‌ ଖାତାରେ ଟ୍ରମ୍ପ୍‌ ମୋଦିଙ୍କୁ ଧନ୍ୟବାଦ ଦେଇ ଲେଖିଲେ: ‘‘ମୋ’ର ବହୁତ ଭଲ ସାଙ୍ଗ ମୋଦିଙ୍କୁ ଏହି ଅଦ୍ଭୁତ ଭ୍ରମଣ ପାଇଁ ଧନ୍ୟବାଦ ।



12: 39 PM – ସାବରମତୀ ଆଶ୍ରମରେ ଟ୍ରମ୍ପ୍‌ ମହାତ୍ମା ଗାନ୍ଧିଙ୍କ ଚ଼ରଖା ଚ଼ଳେଇଥିଲେ । ମେଲାନିଆ ବଡ଼ ଆଗ୍ରହରେ ଏହା ଦେଖୁଥିଲେ । ପ୍ରଧାନ ମନ୍ତ୍ରୀ ମୋଦି ସେମାନଙ୍କୁ ଚ଼ରଖା ଚ଼ଳେଇବାର ମହତ୍ୱ ଓ ଗାନ୍ଧିଙ୍କ ବିଚ଼ାର ବୁଝାଇ କହିଥିଲେ ।



 
First published: February 24, 2020, 6:09 PM IST
corona virus btn
corona virus btn
Loading