ବିଶ୍ୱ ଶୌଚାଳୟ ଦିବସ ନଭେମ୍ବର ୧୯ରେ CNN News18ରେ ସିଧାପ୍ରସାରଣ

ବିଶ୍ଵ ଶୌଚାଳୟ ଦିବସ ୨୦୨୨ ଅବସରରେ ହାର୍ପିକ ଓ ନେଟୱର୍କ୧୮ ମିଳିତ ଭାବେ ପୁଣି ମିଶନ ସ୍ବଚ୍ଛତା ଓ ପାନି ଆନୁଆଲ ଟେଲିଥନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।

ବିଶ୍ୱ ଶୌଚାଳୟ ଦିବସ ନଭେମ୍ବର ୧୯ରେ CNN News18ରେ ସିଧାପ୍ରସାରଣ

ବିଶ୍ୱ ଶୌଚାଳୟ ଦିବସ ନଭେମ୍ବର ୧୯ରେ CNN News18ରେ ସିଧାପ୍ରସାରଣ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପରିଷ୍କାର ପରିଚ୍ଛନ୍ନତା ଏବଂ ଜଳ ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଯାହା ପୃଥିବୀରେ ଜୀବନକୁ ବଞ୍ଚାଇଥାଏ । ଭାରତର ପ୍ରମୁଖ ମିଡ଼ିଆ ସମୂହ ନେଟୱାର୍କ୧୮ ଓ ଶୌଚାଳୟ ସ୍ୱଛତା ବର୍ଗର ଅଗ୍ରଣୀ ବ୍ରାଣ୍ଡ ହାର୍ପିକ୍ ଆଜି ହାର୍ପିକ୍ ନେଟୱର୍କ୧୮ ମିଶନ ପାଣି ଅଭିଯାନକୁ ବଢାଇବା ନେଇ ଘୋଷଣା କରିଛି । ଏଥିରେ ସ୍ବଚ୍ଛତା ମଧ୍ୟ ଅନ୍ତର୍ଭୁକ୍ତ । ମିଶନ ସ୍ବଚ୍ଛତା ଓ ପାଣି ଅଧୀନରେ ଏକ ୮ ଘଣ୍ଟିଆ ଟେଲିଥନ୍ ବିଶ୍ୱ ଶୌଚାଳୟ ଦିବସ, ନଭେମ୍ବର ୧୯, ୨୦୨୨ରେ ଅନୁଷ୍ଠିତ ହେବ, ଯାହାଦ୍ଵାରା ଉନ୍ନତ ପରିମଳ ପାଇଁ ଭାରତକୁ ଏକତ୍ରିତ କରାଯାଇ ପାରିବ । ଅଭିଯାନର ଆମ୍ବାସେଡର୍ ଅକ୍ଷୟ କୁମାର ଅନ୍ୟ ନେତାଙ୍କ ସହ ଏହି ଲାଇଭ ଟେଲିକଷ୍ଟରେ ନିଜର ମତ ରଖିବେ।

ନ୍ୟୁଜ୍ ୧୮ ଓ ହାର୍ପିକର 'ମିଶନ ସ୍ୱଚ୍ଛତା ଓ ପାଣି' ସ୍ବଚ୍ଛତା ଅଭିଯାନ ସମସ୍ତଙ୍କ ପାଇଁ ଏକ ଏପରି ଆନ୍ଦୋଳନ ଅଟେ, ଯାହା ସମସ୍ତ ପ୍ରକାର ସ୍ବଚ୍ଛତା ଆହ୍ବାନକୁ ସମର୍ଥନ କରେ, ଯେଉଁଠାରେ ସମସ୍ତେ ପରିଷ୍କାର ଶୌଚାଳୟ ପାଇପାରିବେ । ଏହା ସମସ୍ତ ଲିଙ୍ଗ, ଦକ୍ଷତା, ଜାତି ଏବଂ ଶ୍ରେଣୀ ପାଇଁ ସମାନତାକୁ ପ୍ରୋତ୍ସାହିତ କରିଥାଏ ଓ ଦୃଢ଼ ଭାବରେ ବିଶ୍ବାସ କରେ ଯେ, ପରିଷ୍କାର ଶୌଚାଳୟ ଏକ ସହଭାଗୀ ଦାୟିତ୍ବ ଅଟେ ।

Network 18 ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା A+E ନେଟୱାର୍କ, ଟିଭି 18 ପରିଚାଳନା ନିର୍ଦ୍ଦେଶକ ଅଭିନାଶ କୌଲ କହିଛନ୍ତି, “ଭାରତ ନିକଟ ଅତୀତରେ ଅଦ୍ଭୁତପୂର୍ବ ଉନ୍ନତି କରିଛି । ଜଳ ଜୀବନ ମିଶନ୍ ଅଧୀନରେ ୧୦୦ ନିୟୁତ ଗ୍ରାମୀଣ ପରିବାରନିକଟରେ ପାଇପ ମାଧ୍ୟମରେ ଜଳ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି , ଗତ ତିନିବର୍ଷରେ ଯାହା ମଧ୍ୟରୁ ୭୦ ନିୟୁତ ପର୍ଯ୍ୟନ୍ତ ଲକ୍ଷ ହାସଲ ହୋଇଛି । ଏକ ଦାୟିତ୍ବବାନ ଗଣମାଧ୍ୟମ ଭାବରେ ଆମେ ଭୂମିକା ଗ୍ରହଣ କରିବା ଗୁରୁତ୍ଵପୂର୍ଣ୍ଣ ମନେ କରୁଛୁ ଓ ଏହି ମିଶନ ମାଧ୍ୟମରେ ଆମର ପ୍ରୟାସ ହେଉଛି, ଜନମତ ତଥା ସାମାଜିକ କାର୍ଯ୍ୟକୁ ପ୍ରେରିତ କରି ଆମର ଯୋଗଦାନ ଦେବୁ । ଜୀବନରେ ସମସ୍ତ କ୍ଷେତ୍ରର ସବୁ ନେତାଙ୍କ ନିକଟରେ ଆମେ କୃତଜ୍ଞ, ଯେଉଁମାନେ ଏହି ଜନସଚେତନତା ତଥା ପରିମଳ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବାକୁ ଆମ ସହ ଏକାଠି ହୋଇଛନ୍ତି । ”

ନେଟୱାର୍କ 18 ଏବଂ ହାର୍ପିକ ଦ୍ବାରା ୨୦୧୯ ରେ ଆରମ୍ଭ ହୋଇଥିବା ନିରନ୍ତର ଅଭିଯାନ ଜଳ ଏବଂ ପରିମଳର ପ୍ରମୁଖ ସମସ୍ୟାକୁ ସାମ୍ନାକୁ ଆଣି ଯଥେଷ୍ଟ ସଫଳତା ହାସଲ କରିଛି ।

କୌଲ କହିଛନ୍ତି, “ଟେଲିଥନ୍ ଭାରତର ବର୍ତ୍ତମାନର ପରିମଳ ଯାତ୍ରା ଓ ଆଗାମୀ ୫ ବର୍ଷ ପାଇଁ ରାସ୍ତାକୁ ପ୍ରଦର୍ଶିତ କରିବ । ଯାହା ସ୍ୱଚ୍ଛତା ଓ ସ୍ୱଚ୍ଛ ଶୌଚାଳୟକୁ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବହାରିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ । ମିଶନ୍ ପାଣି ଅଧୀନରେ ଜଳ ଅଭିଯାନକୁ ଆଗକୁ ବଢାଇବା ପାଇଁ ଡିଜାଇନ୍ କରାଯାଇଛି । “ଜଳ ସଂରକ୍ଷଣ ଓ ନିରାପତ୍ତାକୁ ନେଇ ବ୍ୟାପକ ଆଚରଣ ବିଧି ଏବଂ ମନୋଭାବ ପରିବର୍ତ୍ତନ ଆଣିବା ଉପରେ କାର୍ଯ୍ୟ ଏବଂ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ନେଇ ପ୍ରେରିତ ହୋଇ ଆମେ ଏହାକୁ ଅନ୍ତର୍ଭୁକ୍ତ କରିବାକୁ ଉଚିତ୍ ବୋଲି ଭାବିଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମିଳିଛି ପ୍ରେରଣା , ବର୍ତ୍ତମାନ ସ୍ୱଚ୍ଛତା ମଧ୍ୟ ଆମର ମିଶନର ଏକ ଅଂଶ

ପ୍ରେସିଡେଣ୍ଟ କର୍ପୋରେଟ୍ ଷ୍ଟ୍ରାଟେଜୀ, ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ୍ ପୁନିତ୍ ସିଂଘଭି କହିଛନ୍ତି, ସ୍ୱଚ୍ଛତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୁରୁତ୍ଵକୁ ଦେଖି ଆମେ ମଧ୍ୟ ଆମର ମିଶନରେ ସ୍ୱଚ୍ଛତା ଯୋଡିଛୁ । ପରିଷ୍କାର ମଧ୍ୟ ଆମର ମିଶନର ଏକ ଅଂଶ । ଆମର ମିଶନରେ ପ୍ରାୟ ୨.୫ ଲକ୍ଷ ଲୋକ ସ୍ୱଚ୍ଛତା ଏବଂ ଜଳ ବିଷୟରେ ଶପଥ ନେଇ କହିଛନ୍ତି ଯେ, ସେମାନେ ଏହାର ଯତ୍ନ ନେବେ । ଏହା ସମାଜ ପାଇଁ ଏକ ବହୁତ ଭଲ ବାର୍ତ୍ତା ଦେଇଛି । ଦକ୍ଷିଣ ଏସିଆର ବୈଦେଶିକ ଡାଇରେକ୍ଟର ଏକ୍ସଟରନାଲ ଆଫେୟାର ଆଣ୍ଡ ପାଟନରସିପ ରବି ଭଟନଗର କହିଛନ୍ତି, “ମିଶନ୍ ସ୍ବଚ୍ଛତା ଓ ପାନି ଅଭିଯାନ ଅଧୀନରେ ଭାରତରେ ପରିମଳ ଏବଂ ସ୍ୱଚ୍ଛତା ପାଇଁ ହାର୍ପିକ ଏବଂ ନେଟୱାର୍କ 18 ଜଳର ଗୁରୁତ୍ୱ ଉପରେ କାର୍ଯ୍ୟ କରୁଛି । ଏହା ଅଧୀନରେ ଆମେ ୨ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଆଶା କରିଛୁ।
Published by:Soubhagya Mishra
First published: