News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀରେ ଅରବିନ୍ଦ କେଜରୀୱାଲଙ୍କ ଆପ୍କୁ ପୁଣି ମିଳିଲା ବହୁମତ । ‘‘ଏ ବିଜୟ ପୂରା ଦେଶର ବିଜୟ,’’ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି କେଜରୀୱାଲ । ଏ ପର୍ଯ୍ୟନ୍ତ ଆପ୍ ମୋଟ ୭୦ ଆସନରୁ ୪୬ଟି ଜିତି ସାରିଛି ଓ ୧୭ଟି ଆସନରେ ଆଗୁଆ ଅଛି । ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ପୁଣି ପିନ୍ଧିବେ ଦିଲ୍ଲୀର ମୁକୁଟ ।
ମୁଖ୍ୟ ବିରୋଧୀ ଦଳ ବିଜେପି ମାତ୍ର ପାଞ୍ଚଟି ଆସନ ଏ ପର୍ଯ୍ୟନ୍ତ ଜିତିଛି ଓ ଦୁଇଟିରେ ଆଗୁଆ ଅଛି । କଂଗ୍ରେସ ଓ ଅନ୍ୟମାନଙ୍କୁ ମିଳିଛି ଶୂନ୍ୟ ।
Live Updates:03:27 PM: ଶାହଦାରା ଆସନରେ ଆପ୍ର ରାମ ନିବାସ ଗୋଏଲ ବିଜୟୀ
- କ୍ରିଷ୍ଣା ନଗର ଆସନରେ ଆପ୍ର ଏସ୍.କେ. ବଗା ବିଜୟୀ
- ତ୍ରିଲୋକପୁରୀ ଆସନରେ ଆପ୍ର ରୋହିତ କୁମାରୀ ବିଜୟୀ

ନିଜ ଆସନରୁ ଜିତିବା ପରେ ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଡ଼ିଆ ଖୁସିରେ ବିଜୟ ଚ଼ିହ୍ନ ଦେଖାଉଛନ୍ତି ।
02: 08 PM - ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରେ ଆପ୍ର ରାଖୀ ବିର୍ଲା ଆଗୁଆ ଅଛନ୍ତି ।
- ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଆସନରେ ବିଜେପିର ମନୀଷ ସିଂହ ଆଗୁଆ
- କାଲକାଜି ଆସନରେ ଆପର ଅତିସୀ ମର୍ଲେଣା ଆଗୁଆ
- ପଛରେ ପଡ଼ିଛନ୍ତି କିଛି ହେଭିୱେଟ
01: 59 PM - କସ୍ତୁରୀ ନଗର ଆସନରେ ଆପର ମଦନଲାଲ ଆଗୁଆ
- ବୱାନା ଆସନରେ ବିଜେପିର ରବିନ୍ଦର କୁମାର ଆଗୁଆ
- ତୁଘଲକାବାଦରେ ବିଜେପିର ବିକ୍ରମ ବିଧୁରୀ ଆଗୁଆ
- କିରାଡ଼ି ଆସନରେ ବିଜେପିର ଅନିଲ ଝା ଆଗୁଆ
- କ୍ରିଷ୍ଣା ନଗର ଆସନରେ ବିଜେପିର ଅନିଲ ଗୋୟଲ ଆଗୁଆ

ନିର୍ବାଚ଼ନ ପ୍ରଚ଼ାର ସମୟରେ କେଜରୀୱାଲ
01: 55 PM - ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଡ଼ିଆ ପଟପଡ଼ଗଞ୍ଜ ଆସନରେ ୭୭୯ ଭୋଟରେ ଆଗୁଆ ଚ଼ାଲିଛନ୍ତି ।
01: 52 PM - ବିଜେପି ଏ ପର୍ୟ୍ୟନ୍ତ ଗୋଟିଏ ଆସନ ଜିତିଛି ଓ ୧୦ଟି ଆସନରେ ଆଗୁଆ ଅଛି ।
01:47 PM - ଆପ୍ର ରାଘବ ଚ଼ଢ଼ା ରାଜିନ୍ଦର ନଗର ଆସନରେ ଜିତିଛନ୍ତି । ସେ ଦଳର ସବୁ ଠୁ କମ୍ ବୟସର ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ।
01: 34 PM - ଦିଲ୍ଲୀ ବିଧାନସଭା ନର୍ବାଚନରେ ଖାତା ଖୋଲିଲା ବିଜେପି । ବିଶ୍ବାସ ନଗର ଆସନରେ ବିଜେପିର ଓମ୍ ପ୍ରକାଶ ଶର୍ମା ବିଜୟୀ ହେଲେ ।

ଅରବିନ୍ଦ କେଜରୀୱାଲ ପତ୍ନୀ ସୁନିତାଙ୍କ ହାତରୁ ଜନ୍ମ ଦିନର ମିଠା ଖାଉଛନ୍ତି ।
01: 27 PM - କରାୱଲ୍ ନଗରରେ ବିଜେପିର ମୋହନ ସିଂ ବିଷ୍ଟା ଆଗୁଆ
- କାଲକାଜୀ ଆସନରେ ଆପ୍ର ଅତୀଶୀ ମାର୍ଲେନା ଆଗୁଆ
- ମୁନ୍ଦ୍ରିକା ଆସନରେ ଆପ୍ର ଧରମପାଲ୍ ଲାକରା ଆଗୁଆ
01: 23 PM - ମାଲବୀୟ ନଗରରେ ଆପ୍ର ସୋମନାଥ ଭାରତୀ ଆଗୁଆ
- ତ୍ରିନଗର ଆସନରେ ଆପ୍ର ପ୍ରୀତି ତୋମର ବିଜୟୀ ହେଲେ ।
01:20 PM: କିରାରୀ ଆସନରେ ବିଜେପିର ଅନିଲ ଝା ଆଗୁଆ
01:18 PM: ରୋହିଣୀରେ ଆପ୍ର ରାଜେଶନାମା ବଂଶୀୱାଲା ଆଗୁଆ
- ଦ୍ବାରକା ଆସନରେ ଆପ୍ର ବିନୟ ମିଶ୍ର ଆଗୁଆ
- ୱାଜିରପୁର ଆସନରେ ଆପ୍ର ରାଜେଶ ଗୁପ୍ତା ଆଗୁଆ
- ବିକାଶପୁରୀ ଆସନରେ ଆପ୍ର ମହିନ୍ଦର ଯାଦବ ଆଗୁଆ
- ସିଲମପୁରରୁ ଆପ୍ର ଅବଦୁଲ୍ ରେହମାନ ବିଜୟୀ
01:08 PM - ବିଜେପି ୧୩ଟି ଆସନରେ ଆଗୁଆ ଅଛି । ଏ ପର୍ଯ୍ୟନ୍ତ ଗୋଟେ ବି ଆସନ ଜିତି ନାହିଁ ।
01:04 PM - ଆପ୍ ଏ ପର୍ଯ୍ୟନ୍ତ ୫ଟି ଆସନ ଜିତି ସାରିଲାଣି ।
12: 49 PM - ଆମ୍ ଆଦମୀ ପାର୍ଟି ମୋଟ ୭୦ ଆସନରୁ ୫୬ରେ ଆଗୁଆ ଅଛି
12: 40 PM - ଆପ୍ ଏ ପର୍ଯ୍ୟନ୍ତ ୩ଟି ଆସନ ଜିତି ସାରିଲାଣି ।
12: 39 PM - ତିଲକନଗର ଆସନରୁ ଆପ୍ର ଜର୍ଣ୍ଣେଲ୍ ସିଂହ ବିଜୟୀ ହେଲେ ।
12: 30 PM - ଦେଓଲି ସଂରକ୍ଷିତ ଆସନରୁ ଆପ୍ର ପ୍ରକାଶ ବିଜୟୀ ହେଲେ ।
12:25 PM - ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ର ପ୍ରଥମ ବିଜୟ | ଶୀଲମପୁର ଆସନରେ ଆପ୍ର ଅବଦୁଲ୍ ରେହମାନ ବିଜୟୀ ।
12: 20 PM - ତ୍ରିନଗର ଆସନରେ ବିଜେପିର ତିଲକରାମ ଗୁପ୍ତା ଆଗୁଆ ଅଛନ୍ତି ।
ଜାତୀୟ ରାଜଧାନୀ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ କରାଯାଇଥିବା ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସତୁରି ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନ ସଭାରେ କେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ ତାହା ଜଣାପଡ଼ିବ ଗଣତି ଶେଷ ହେଲେ । ସବୁ ଏଗଜିଟ୍ ପୋଲରେ ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ)କୁ ଭୀଷଣ ବହୁମତ ମିଳିବ ବୋଲି ଭବିଷ୍ୟବାଣୀ କରାଯାଇଥିଲା ।
ଏହି ନିର୍ବାଚ଼ନ ମୁଖ୍ୟତଃ ଆପ୍ ଓ ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଲଢ଼ାଯାଇଥିଲା । ନିର୍ବାଚ଼ନ ପ୍ରଚ଼ାରରେ ବିଜେପି ଆକ୍ରାମକ ଢଙ୍ଗରେ ନିଜକୁ ଜନତାଙ୍କ ସାମନାରେ ଉପସ୍ଥାପିତ କରିଥିଲା । ଏହି ନିର୍ବାଚ଼ନରେ ୭୦ଟି ଆସନ ପାଇଁ ମୋଟ ୬୭୨ ଜଣ ପ୍ରାର୍ଥୀ ଥିଲେ । ସେମାନଙ୍କ ମଧ୍ୟରୁ ୫୯୩ ପୁରୁଷ ଓ ୭୯ ମହିଳା ଥିଲେ ।
ଦିଲ୍ଲୀ ନିର୍ବାଚ଼ନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭୋଟ୍ ଗଣତି ପାଇଁ ଜତୀୟ ରାଜଧାନୀ କ୍ଷେତ୍ରର ୧୧ଟି ଜିଲ୍ଲାରେ ୨୧ଟି ସ୍ଥାନରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲା ।
ଗଣତି କେନ୍ଦ୍ରଗୁଡ଼ିକ ଅନ୍ୟ ସ୍ଥାନମାନଙ୍କ ମଧ୍ୟରେ ମୁଖ୍ୟତଃ ପୂର୍ବ ଦିଲ୍ଲୀର ସି.ଡବଲ୍ୟୁ.ଜି. ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ, ପଶ୍ଚିମ ଦିଲ୍ଲୀର ଏନ୍.ଏସ୍.ଆଇ.ଟି. ଦ୍ୱାରକାରେ, ଦକ୍ଷିଣପୂର୍ବ ଦିଲ୍ଲୀର ମୀରାବାଇ ଇନଷ୍ଟିଚ଼୍ୟୁଟ୍ ଅଫ୍ ଟେକନୋଲୋଜି ଓ ଜି.ବି. ପନ୍ତ ଇନଷ୍ଟିଚ଼୍ୟୁଟ୍ ଅଫ୍ ଟେକନୋଲୋଜିରେ, ମଧ୍ୟ ଦିଲ୍ଲୀର ସର୍ ସି.ଭି. ରମଣ ଆଇ.ଆଇ.ଟି. ଧୀରପୁର, ଏବଂ ଉତ୍ତର ଦିଲ୍ଲୀର ବୟାନାରେ ଥିବା ରାଜୀବ ଗାନ୍ଧି ଷ୍ଟାଡିଅମରେ ଅଛି । ମୋଟ ୩୩ ଜଣ ଗଣତି ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।
ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଉପ-ନିର୍ବାଚ଼ନ କମିଶନର ସନ୍ଦୀପ ସାକ୍ସେନା କହିଥିଲେ ଯେ ନିର୍ବାଚ଼ନ ୧୩,୭୮୦ଟି ବୁଥରେ ହୋଇଥିଲା, ଯେଉଁଠି ପ୍ରିଜାଇଡିଂ ଅଫିସର ପ୍ରତି ଭୋଟ ପାଇଁ ଦାୟୀ ଥିଲେ । ମୋଟ ୫୪୫ଟି ସମ୍ବେଦନଶୀଳ ମତଦାନ ସ୍ଥାନ ଥିଲେ, ଓ ସେହି ସ୍ଥାନଗୁଡ଼ିକରେ ୩,୮୪୩ଟି ବୁଥ୍ ଥିଲେ । ଇ.ଭି.ଏମ୍. ରଖାଯାଇଥିବା ସବୁ ଷ୍ଟ୍ରଙ୍ଗ୍ ରୁମ ଚ଼ାରି ପାଖରେ ସୁରକ୍ଷା ବଳ ଦିନରାତି ପହରା ଦେଉଛନ୍ତି ବୋଲି ସେ କହିଥିଲେ ।
ଶହୀନ ବାଗରେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନ ଯୋଗୁଁ ଦିଲ୍ଲୀର ମୁଖ୍ୟ ନିର୍ବାଚ଼ନ ଅଧିକାରୀଙ୍କ କାର୍ଯ୍ୟାଳୟ ସେ ଅଞ୍ଚଳରେ ଥିବା ପାଞ୍ଚଟି ଯାକ ମରଦାନ କେନ୍ଦ୍ର (ବୁଥ୍) କୁ ସମ୍ବେଦନଶୀଳ ଶ୍ରେଣୀରେ ରଖିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।