ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କାବୁଲ ଏୟାରପୋର୍ଟରେ କୁନି ଝିଅକୁ US ଓ UKର ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO

କାବୁଲ ଏୟାରପୋର୍ଟରେ କୁନି ଝିଅକୁ US ଓ UKର ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO

Little girl video at Kabul airport | ଭିଡିଓ ଫୁଟେଜରେ ଦେଖାଯାଇଛି ଯେ କାବୁଲ ବିମାନ ବନ୍ଦରରେ ଏକା ଥିବା ଓ କାନ୍ଦୁଥିବା ଗୋଟେ ଛୋଟ ଝିଅକୁ ବ୍ରିଟିଶ୍ ଓ ଆମେରିକୀୟ ସୈନିକମାନଙ୍କୁ ଏକ କାନ୍ଥ ଉପର ଦେଇ ଟେକି ହସ୍ତାନ୍ତର କରାଯାଉଛି।

କାବୁଲ ଏୟାରପୋର୍ଟରେ କୁନି ଝିଅକୁ US ଓ UKର ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO
ସେହି ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: August 19, 2021, 6:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କାବୁଲ ବିମାନ ବନ୍ଦରରେ ଗୋଟିଏ ଛୋଟ ଝିଅକୁ ଏକ କାନ୍ଥ ଉପର ଦେଇ ପାଶ୍ଚାତ୍ୟ ଦେଶର ସୈନିକମାନଙ୍କୁ ହସ୍ତାନ୍ତର କରାଯାଉଥିବାର ଭିଡିଓ ଫୁଟେଜ ଆସିବା ପରେ ବୋଲି ଇଂଲଣ୍ଡର ପ୍ରତିରକ୍ଷା ସଚିବ ବେନ୍‌ ୱାଲେସ୍‌ କହିଛନ୍ତି ଯେ ଆଫଗାନିସ୍ତାନରୁ ଏକାକୀ ଥିବା ପିଲାମାନଙ୍କୁ ସ୍ଥାନାନ୍ତର କରିବାରେ ବ୍ରିଟେନ୍‌ ଅସମର୍ଥ ।

ଭିଡିଓ ଫୁଟେଜରେ ଦେଖାଯାଇଛି ଯେ କାବୁଲ ବିମାନ ବନ୍ଦରରେ କାନ୍ଦୁଥିବା ଗୋଟେ ଛୋଟ ଝିଅକୁ ବ୍ରିଟିଶ୍‌ ଓ ଆମେରିକୀୟ ସୈନିକମାନଙ୍କୁ ଏକ କାନ୍ଥ ଉପର ଦେଇ ହସ୍ତାନ୍ତର କରାଯାଉଛି। ୱାଲେସ୍‌ କହିଛନ୍ତି ଯେ ଝିଅଟିର ପରିବାରକୁ ବାହାରକୁ ନିଆଯାଉଥିବାରୁ ପିଲାଟିକୁ କାନ୍ଥ ଉପର ଦେଇ ହସ୍ତାନ୍ତର କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ରାଜ୍ୟ କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନା

‘‘ଆମେ କୌଣସି ନାବାଳକକୁ ତା’ ଇଚ୍ଛାନୁସାରେ ନେଇ ପାରିବୁ ନାହିଁ । ଯେଉଁ ଭିଡିଓ ଫୁଟେଜ୍‌ ଆପଣମାନେ ଦେଖାଉଛନ୍ତି ସେଥିରେ ଦେଖାଯାଉଛି ଯେ ପିଲାଟିକୁ ନିଆଯାଇଛି । ତା’ର କାରଣ ପିଲାଟିର ପରିବାରକୁ ବି ବାହାରକୁ ନିଆଯାଉଛି,’’ ଏହି ଭିଡିଓ ଫୁଟେଜ୍‌ ବିଷୟରେ ପଚରାଯିବାରୁ ୱାଲେସ୍‌ ‘ସ୍କାଏ ନ୍ୟୁଜ’ ଚ୍ୟାନେଲକୁ କହିଛନ୍ତି ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ୱାଲେସ୍‌ ଆହୁରି କହିଛନ୍ତି, ‘‘ସେହି ଭିଡ଼ ଭିତରେ ତାହା କରିବା (ଛୋଟ ଝିଅଟିକୁ ବାହାରକୁ ନେବା) ଏକ ଚ୍ୟାଲେଞ୍ଜ୍‌ । ଆମେ ଏଥି ପାଇଁ ଅନ୍ୟ ଉପାୟ ଖୋଜୁଛୁ, କିନ୍ତୁ ତାହା ହିଁ ଘଟୁଛି ।’’

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁରେ ବଡ଼ ଖୁଲାସା: ଘଟଣା ଦିନ ରାତିରେ ଅଭିଯୁକ୍ତ DFOଙ୍କ ଘରକୁ ଜିଲ୍ଲାପାଳ ଆସିଥିଲେ

ଆଫଗାନିସ୍ତାନରୁ ପଳାୟନ କରିବାକୁ ସେଠାକାର ଲୋକଙ୍କର ଅତି ପ୍ରବଳ ଇଚ୍ଛା ଯୋଗୁଁ ବିମାନ ବନ୍ଦରରେ ବ୍ରିଟିଶ ସୈନିକମାନେ ଏକ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ବୋଲି ୱାଲେସ୍‌ କହିଛନ୍ତି ।



‘‘ସେହି ସୈନିକମାନଙ୍କ ପାଇଁ ଏହା ଅତି କଷ୍ଟସାଧ୍ୟ ଥିଲା କାରଣ, ଯେମିତି ଆପଣମାନେ ଭିଡିଓ ଫୁଟେଜରେ ଦେଖିଛନ୍ତି, ସେମାନେ କିଛି ନିରାଶ୍ରୟ ଓ ଆତୁର ଲୋକଙ୍କ ସହ କାମ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅନେକ ଦେଶ ଛାଡି଼ ଚାଲିଯିବାକୁ ଚାହୁଁଛନ୍ତି,’’ କହିଛନ୍ତି ୱାଲେସ୍‌ ।
Published by: Anand S.T. Das
First published: August 19, 2021, 6:48 PM IST