ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବିମାନରେ ପାଇଲଟ ବାପାଙ୍କୁ ଦେଖି ଖୁସିରେ ନାଚି ଉଠିଲା କୁନି ଝିଅ; ଭିଡ଼ିଓ ଭାଇରାଲ

ବିମାନରେ ପାଇଲଟ ବାପାଙ୍କୁ ଦେଖି ଖୁସିରେ ନାଚି ଉଠିଲା କୁନି ଝିଅ; ଭିଡ଼ିଓ ଭାଇରାଲ

ଇଣ୍ଡିଗୋ ବିମାନ ଉଡ଼ାଣରେ ଏକ ଛୋଟ ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ପାଇଲଟ ୟୁନିଫର୍ମରେ ପିତାଙ୍କୁ ଦେଖି ଝିଅର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ବହୁତ ସୁନ୍ଦର ଅଟେ।

ବିମାନରେ ପାଇଲଟ ବାପାଙ୍କୁ ଦେଖି ଖୁସିରେ ନାଚି ଉଠିଲା କୁନି ଝିଅ; ଭିଡ଼ିଓ ଭାଇରାଲ
ଛୋଟ ଝିଅଟିର ଭିଡ଼ିଓ ଭାଇରଲ ହେଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 13, 2021, 5:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଇଣ୍ଡିଗୋ ବିମାନ ଉଡ଼ାଣରେ ଏକ ଛୋଟ ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଝିଅଟି ଦିଲ୍ଲୀରେ ଇଣ୍ଡିଗୋ ବିମାନରେ ବସୁଛି । ହଠାତ ବିମାନ ଭିତରେ ଝିଅଟେ ତା ବାପାକୁ ଦେଖୁଛି। ଝିଅଟିର ବାପା ଜଣେ ଫ୍ଲାଇଟ ପାଇଲଟ। ପାଇଲଟ ୟୁନିଫର୍ମରେ ପିତାଙ୍କୁ ଦେଖି ଝିଅର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ବହୁତ ସୁନ୍ଦର ଅଟେ। ବାପାକୁ ଦେଖି ଝିଅଟି ସମ୍ପୂର୍ଣ୍ଣ ଚକିତ ହୋଇଯାଇଛି।

ଭାଇରାଲ ଭିଡିଓରେ ଝିଅଟିର ବାପା କକ୍ପିଟ୍ ଦ୍ୱାରରେ ଠିଆ ହୋଇଛନ୍ତି।  ପାଇଲଟ ପାପାଙ୍କୁ ସେ ଚାହିଁ ହାତ ହଲାଉଛନ୍ତି। ଏହି ସମୟରେ ଯାତ୍ରୀମାନେ ମଧ୍ୟ ବିମାନରେ ଚଢ଼ୁଛନ୍ତି। କେହି କେହି ଏହି ଭିଡିଓ ସୁଟ୍ କରିଥିବାବେଳେ ଝିଅଟି କିନ୍ତୁ ତାଙ୍କ ପିତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଝିଅଟିର ନାମ ଶାନୟା ମୋତିହାର। ପାଇଲଟଙ୍କ ୟୁନିଫର୍ମରେ ତାଙ୍କ ପିତାଙ୍କୁ ଦେଖି ଝିଅଟି କ୍ରମାଗତ ଭାବରେ ପାପା-ପାପା କହୁଥିବାର ଦେଖାଯାଉଛି।

ଏହି ଭିଡିଓ ଶାନୟା ମୋତିହାରଙ୍କ ଇନଷ୍ଟାରେ ପୋଷ୍ଟ କରାଯାଇଛି। ଭିଡିଓର କ୍ୟାପସନ୍ ଲେଖାଯାଇଛି ... ପାପାଙ୍କ ସହ ମୋର ପ୍ରଥମ ବିମାନ ... ସେ ମୋତେ ଦିଲ୍ଲୀ ନେଉଛନ୍ତି। ମୁଁ ତାଙ୍କୁ ଦେଖି ବହୁତ ଉତ୍ସାହିତ ଥିଲି ... ଏହା ମୋର ସବୁଠୁ ଭଲ ଉଡ଼ାଣ ଥିଲ। ତୁମକୁ ଭଲପାଏ ପାପା। "ଏହି ଖବର ଲେଖିବା ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି।
Published by: Soumya Das
First published: October 13, 2021, 5:45 PM IST