ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସାହିତ୍ୟ ପାଇଁ Nobel Prize ଜିତିଲେ ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହ

ସାହିତ୍ୟ ପାଇଁ Nobel Prize ଜିତିଲେ ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହ

Nobel Prize for Literature goes to Tanzanian novelist Abdulrazak Gurnah | ଇଂଲଣ୍ଡରେ ରହୁଥିବା ୭୩ ବର୍ଷୀୟ ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହ ମୋ’ଟ ୧୦ଟି ଉପନ୍ୟାସ ଲେଖିଛନ୍ତି । ସେଥିରୁ ଅଧିକ ଜଣାଶୁଣା ହେଉଛି ‘ପାରାଡାଇଜ୍’ ଓ ‘ଡେଜର୍ସନ୍’ ।

ସାହିତ୍ୟ ପାଇଁ Nobel Prize ଜିତିଲେ ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହ
ଅବଦୁଲରଜାକ୍ ଗୁରୁନାହ (ଫଟୋ: ଗେଟି)
  • News18 Odia
  • Last Updated: October 7, 2021, 9:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏ ବର୍ଷ ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର (Nobel Prize for Literature) ମିଳିଛି ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହଙ୍କୁ (Abdulrazak Gurnah)। ନୋବେଲ୍‌ ପୁରସ୍କାର ଚୟନ କରୁଥିବା ସ୍ୱେଡିସ୍‌ ଅକାଡେମୀ ଗୁରୁନାହଙ୍କ ଉପନ୍ୟାସଗୁଡ଼ିକରେ “ଉପନିବେଶବାଦର ପ୍ରଭାବଗୁଡ଼ିକର ନିଚ୍ଛକ ଓ ମାନବୀୟ ପରିପ୍ରକାଶ” ପାଇଁ ତାଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିଛି ।

୧୯୮୬ରେ ୱୋଲ୍‌ ସୋଏଙ୍କାଙ୍କ (Wole Soyinka) ପରେ ନୋବେଲ୍‌ ସାହିତ୍ୟ ପୁରସ୍କାର ଜିତିଥିବା ପ୍ରଥମ କଳା ଆଫ୍ରିକୀୟ ଲେଖକ ହେଉଛନ୍ତି ଗୁରନାହ । ଇଂଲଣ୍ଡରେ ରହୁଥିବା ୭୩ ବର୍ଷୀୟ ଔପନ୍ୟାସିକ ଗୁରୁନାହ ମୋ’ଟ ୧୦ଟି ଉପନ୍ୟାସ ଲେଖିଛନ୍ତି । ସେଥିରୁ ଅଧିକ ଜଣାଶୁଣା ହେଉଛି ‘ପାରାଡାଇଜ୍’ ଓ ‘ଡେଜର୍ସନ୍‌’ । ଏହି ପୁରସ୍କାର ବାବଦରେ ତାଙ୍କୁ ୧୦ ମିଲିୟନ୍‌ ସ୍ୱେଡିସ୍‌କ୍ରାଉନ୍‌ (ପାଖାପାଖି ୧.୧୪ ନିୟୁତ ଡଲାର୍‌) ମିଲିବ ।

ଏହା ବି ପଢ଼ନ୍ତୁ | ରେଳବାଇର ୧୧ ଲକ୍ଷ କର୍ମଚାରୀଙ୍କ ପାଇଁ ପାର୍ବଣ ଉପହାର: ସେମାନଙ୍କୁ ମିଳିବ ୭୮ ଦିନର ବୋନସ୍

ନୋବେଲ୍‌ ପୁରସ୍କାର ଜିତିବା ପରେ ଗୁରନାହ କହିଛନ୍ତି ଯେ ସେ ସ୍ୱେଡିସ୍‌ ଏକାଡେମୀ ପ୍ରତି କୃତଜ୍ଞ । ‘‘ଏଇଟା ବହୁତ ବଡ଼ – ଏଇଟା ଗୋଟେ ଖୁବ୍‌ ବଡ଼ ପୁରସ୍କାର । ଚମତ୍କାର ଲେଖକମାନଙ୍କର ଏତେ ବଡ଼ ତାଲିକା! ମୁଁ ଏବେ ବି ଏହାକୁ ବିଶ୍ୱାସ କରିପାରୁନି,’’ ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଶ୍ୱର ଏହି ଶ୍ରେଷ୍ଠ ପୁରସ୍କାର ଜିତିବା ତାଙ୍କ ପାଇଁ ‘‘ପୂରା ଆଶ୍ଚର୍ଯ୍ୟଜନକ ଘଟଣା ଥିଲା’’ ଓ ସେ ଏହାକୁ ବିଶ୍ୱାସ କରିବା ପୂର୍ବରୁ ପୁରସ୍କାରର ଆଧିକାରିକ ଘୋଷଣା ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

ଏହା ବି ପଢ଼ନ୍ତୁ | ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେ

୧୯୯୪ରେ ପ୍ରକାଶିତ ‘ପାରାଡାଇଜ୍’ ଉପନ୍ୟାସରେ ବିଂଶ ଶତାବ୍ଦୀର ଆରମ୍ଭରେ ତାଞ୍ଜାନିଆରେ ବଢୁଥିବା ଏକ ବାଳକର କାହାଣୀ ଥିଲା । ସେହି ବହିଟି ବୁକର୍ ପୁରସ୍କାର (Booker Prize) ପାଇଁ ମନୋନୀତ ହୋଇଥିଲା ଓ ଗୁରନାହଙ୍କୁ ଜଣେ ଔପନ୍ୟାସିକ ଭାବରେ ସଫଳତା ମିଳିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେ ‘କାର୍ ଚକ ତଳେ କୃଷକ ମୃତ୍ୟୁ’ ଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ

ନୋବେଲ ସାହିତ୍ୟ କମିଟି ଏକ ବିବୃତ୍ତିରେ କହିଛି ଯେ ଅବଦୁଲରଜାକ ଗୁରୁନାହଙ୍କର ସତ୍ୟ ପ୍ରତି ଉତ୍ସର୍ଗୀକୃତ ଭାବ ଓ ସରଳୀକରଣ ପ୍ରତି ତାଙ୍କର ଘୃଣା ଚମତ୍କାର । ‘‘ତାଙ୍କର ଉପନ୍ୟାସଗୁଡ଼ିକ ଚିରାଚରିତ ବର୍ଣ୍ଣନାରୁ ଦୂରେଇ ଯାଆନ୍ତି ଓ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ ଜାଣି ନ ଥିବା ପୂର୍ବ ଆଫ୍ରିକାର ସାଂସ୍କୃତିକ ବିବିଧତା ଆଡ଼କୁ ଆମ ଆଖି ଖୋଲିଦିଅନ୍ତି । ତାଙ୍କ ଉପନ୍ୟାସଗୁଡ଼ିକର ଚରିତ୍ରମାନେ ନିଜକୁ ସଂସ୍କୃତି ଓ ମହାଦେଶ ମଧ୍ୟରେ ଥିବା ଶୂନ୍ୟ ସ୍ଥାନରେ ପାଆନ୍ତି ଓ ବିଗତ ଜୀବନ ଆଉ ଆଗାମୀ ଜୀବନ ମଧ୍ୟରେ ଜୀଉଁଥାନ୍ତି । ସେହି ସ୍ଥିତି ଏକ ଅସୁରକ୍ଷିତ ଅବସ୍ଥା ଯାହାର ସମାଧାନ କେବେ ବି ହୋଇପାରିବ ନାହିଁ,’’ କହିଛି ନୋବେଲ୍‌ ସାହିତ୍ୟ କମିଟି ।

ଏହା ବି ପଢ଼ନ୍ତୁ | IPL 2021: ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୫୦ ବଲ୍ରେ ବଡ଼ ରେକର୍ଡ଼ କରିଦେଲେ

୧୯୪୮ ମସିହାରେ ଜାଞ୍ଜିବରରେ ଜନ୍ମ ଗ୍ରହଣ କରିଥିବା ଗୁରୁନାହ ୧୯୬୦ ଦଶକର ଶେଷ ଭାଗରେ ଶରଣାର୍ଥୀ ଭାବରେ ଆସି ଇଂଲଣ୍ଡରେ ପହଞ୍ଚିଥିଲେ । ସେ ଅବସର ନେବା ପର୍ଯ୍ୟନ୍ତ କେଣ୍ଟରବରୀ କେଣ୍ଟ୍‌ ୟୁନିଭରସିଟିରେ ଇଂରାଜୀ ଓ ପୋଷ୍ଟକଲୋନିଅଲ୍ ସାହିତ୍ୟର ପ୍ରଫେସର୍‌ ଥିଲେ । ସେ କହିଛନ୍ତି ଯେ ସେ ଏହି ସର୍ବୋଚ୍ଚ ପୁରସ୍କାର ଜିତିବାର ଅର୍ଥ ହେଉଛି ସେ ନିଜେ ଅଙ୍ଗେ ନିଭାଇଥିବା ଶରଣାର୍ଥୀ ସଙ୍କଟ ଓ ଉପନିବେଶବାଦ ଉପରେ ବିଶ୍ୱବ୍ୟାପୀ ଅଧିକ ଆଲୋଚନା ହେବ।

ଏହା ବି ପଢ଼ନ୍ତୁ | Nobel Prize 2021: ମାନବେ ହ୍ୟାସେଲମ୍ୟାନଙ୍କ ସମେତ ଜଣଙ୍କୁ ମିଳିଲା Physics ନୋବେଲ୍

୧୯୦୧ ମସିହାରୁ ନୋବେଲ୍‌ ପୁରସ୍କାର ସାହିତ୍ୟ, ବିଜ୍ଞାନ, ଶାନ୍ତି ଓ ପରେ ଅର୍ଥନୀତି କ୍ଷେତ୍ରରେ ବଡ଼ ସଫଳତା ପାଇଁ ଦିଆଯାଇଆସୁଛି । ଗତ ବର୍ଷ ସାହିତ୍ୟରେ ଆମେରିକୀୟ କବି ଲୁଇସ୍ ଗ୍ଲକ୍ ଏହି ପୁରସ୍କାର ଜିତିଥିଲେ। ଅତୀତର ନାମୀ ବିଜେତାମାନେ ହେଉଛନ୍ତି ଅର୍ନେଷ୍ଟ ହେମିଙ୍ଗୱେ, ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍, ଟୋନି ମୋରିସନ୍, ପାବଲୋ ନେରୁଦା, ଜୋସେଫ୍ ବ୍ରୋଡସ୍କି ଓ ରବୀନ୍ଦ୍ରନାଥ ଟାଗୋର୍‌।
Published by: Anand S.T. Das
First published: October 7, 2021, 9:38 PM IST