Employees salary: ଆପଣ ଜାଣିଛନ୍ତି କି କେଉଁ ଦେଶରେ ମିଳୁଛି ସର୍ବାଧିକ ଦରମା ? ଜାଣନ୍ତୁ...

ଆପଣ ଜାଣିଛନ୍ତି କି କେଉଁ ଦେଶରେ ସର୍ବାଧିକ ଦରମା ଦିଆଯାଉଛି ? ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ୧୦ଟି ଦେଶର କର୍ମଚାରୀମାନଙ୍କୁ ମିଳୁଥିବା ଭଲ ଦରମା ବିଷୟରେ...

Employees salary: ଆପଣ ଜାଣିଛନ୍ତି କି କେଉଁ ଦେଶରେ ମିଳୁଛି ସର୍ବାଧିକ ଦରମା ? ଜାଣନ୍ତୁ...

Employees salary: ଆପଣ ଜାଣିଛନ୍ତି କି କେଉଁ ଦେଶରେ ମିଳୁଛି ସର୍ବାଧିକ ଦରମା ? ଜାଣନ୍ତୁ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆଦିଲ୍ଲୀ: ଆପଣ ଭଲ ଦରମା ପାଇବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏମିତିରେ ବି ଆମମାନଙ୍କ ମଧ୍ୟରୁ ଅନେକଙ୍କର ବିଦେଶ ଯାଇ ଭଲ ଦରମା ପାଇ କାମ କରିବାକୁ ଇଚ୍ଛା ରହିଥାଏ, ତେଣୁ ପ୍ରତିବର୍ଷ ଅନେକ ଲୋକ ବିଦେଶ ଯାଆନ୍ତି ଓ କେତେକ ମଧ୍ୟ ସେହି ଦେଶରେ ନାଗରିକ ହୋଇ ରହିଯାଆନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ ଦେଶରେ ସର୍ବାଧିକ ଦରମା ଦିଆଯାଉଛି ? ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ୧୦ଟି ଦେଶର କର୍ମଚାରୀମାନଙ୍କୁ ମିଳୁଥିବା ଭଲ ଦରମା ବିଷୟରେ...ଏଠାରେ କର୍ମଚାରୀମାନଙ୍କୁ ସର୍ବାଧିକ ହାରାହାରି ମାସିକ ଦରମା ଦିଆଯାଏ ।





କିଛିଦିନ ତଳେ ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ (World of Statistics) ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍‌ରରେ ସର୍ବାଧିକ ହାରାହାରି ଦରମା ଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି। ଏହାର ରିର୍ପୋଟ୍ ଅନୁସାରେ ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ, ସିଙ୍ଗାପୁର, ଆମେରିକା, ଆଇସଲ୍ୟାଣ୍ଡ, କାତାର, ଡେନମାର୍କ, ୟୁଏଇ, ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ସର୍ବାଧିକ ହାରାହାରି ମାସିକ ଦରମା ଦିଆଯାଇଥାଏ । ଏହି ଲିଷ୍ଟିରେ ସ୍ୱିଜରଲ୍ୟାଣ୍ଡ ଏକ ନମ୍ବର ଦେଶରେ ଭାବରେ ରହିଛି । ଯେଉଁଠାରେ ଲୋକମାନଙ୍କର ହାରାହାରି ଦରମା ହେଉଛି ପ୍ରାୟ ୫ ଲକ୍ଷ ୨ ହଜାର ଟଙ୍କା ।

ୟୁରୋପୀୟ ଦେଶ ଲକ୍ସେମବର୍ଗର ନାମ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି । ଏହି ଦେଶରେ କର୍ମଚାରୀଙ୍କ ହାରାହାରି ଆୟ ହେଉଛି ପ୍ରାୟ ୪ଲକ୍ଷ ୧୩ ହଜାର ଟଙ୍କା । ଏବଂ ଏହା ପରେ ପରେ ସିଙ୍ଗାପୁର ତୃତୀୟ ସ୍ଥାନରେ ରହିଛି । ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ, ଏହି ଦେଶରେ ଲୋକଙ୍କ ହାରାହାରି ଦରମା ପ୍ରାୟ ୪ଲକ୍ଷ ୧୦ ହଜାର ଟଙ୍କା ।

ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଆମେରିକାର । ଆମେରିକାର ନାଗରିକମାନଙ୍କର ହାରାହାରି ଦରମା ୩ଲକ୍ଷ ୫୦ ହଜାର ଟଙ୍କା । ଏହି ତାଲିକାରେ ଆଇସ୍‌ଲ୍ୟାଣ୍ଡର ନାମ ପଞ୍ଚମ ସ୍ଥାନରେ ରହିଛି, ଯେଉଁଠାରେ ହାରାହାରି ଲୋକଙ୍କ ଆୟ ହେଉଛି ୩ଲକ୍ଷ ୩୦ ହଜାର ଟଙ୍କା ।

ଆସନ୍ତୁ ଜାଣିବା ବିଶ୍ବର ସର୍ବାଧିକ ଦରମା ଦେଉଥିବା ୧୦ଟି ଦେଶ
୧. ସ୍ୱିଜରଲ୍ୟାଣ୍ଡ - ୫ ଲକ୍ଷ ୨ ହଜାର ଟଙ୍କା
୨. ଲକ୍ସେମବର୍ଗ - ୪ଲକ୍ଷ ୧୩ ହଜାର ଟଙ୍କା
୩. ସିଙ୍ଗାପୁର - ୪ଲକ୍ଷ ୧୦ ହଜାର ଟଙ୍କା
୪. ଆମେରିକା - ୩ଲକ୍ଷ ୫୦ ହଜାର ଟଙ୍କା
୫. ଆଇସଲ୍ୟାଣ୍ଡ - ୩ଲକ୍ଷ ୩୦ ହଜାର ଟଙ୍କା
୬. କାତାର - ୩ ଲକ୍ଷ ୨୮ ହଜାର ଟଙ୍କା
୭. ଡେନମାର୍କ - ୨ ଲକ୍ଷ ୯୧ ହଜାର ଟଙ୍କା
୮. ୟୁଏଇ - ୨ ଲକ୍ଷ ୮୮ ହଜାର ଟଙ୍କା
୯. ନେଦରଲ୍ୟାଣ୍ଡ - ୨ ଲକ୍ଷ ୮୭ ହଜାର ଟଙ୍କା
୧୦. ଅଷ୍ଟ୍ରେଲିଆ - ୨ ଲକ୍ଷ ୭୯ ହଜାର ଟଙ୍କା

ପଢନ୍ତୁ ଏହି ଖବର:  Black holeରେ ଘଟିପାରେ ଭୟଙ୍କର ବିସ୍ଫୋରଣ...ଧ୍ବଂସ ହୋଇଯିବ ପୃଥିବୀ, ମାଡ଼ି ଆସୁଛି ବଡ଼ ବିପଦ !
Published by:Sujit Swain
First published: