Haryana: ପଲଟିଲା ମଦ ବୋଝେଇ ଗାଡ଼ି; ପୋଲିସ ପହଞ୍ଚିବା ବେଳକୁ ମଦ ବୋତଲ ନେଇଯାଇଥିଲେ ଲୋକେ

ହରିୟାଣାରେ ଏକ ମଦ ବୋଝେଇ ଗାଡ଼ି ଦୁର୍ଘଟଣା ଗସ୍ତ ହେବା ପରେ ରାସ୍ତା କଡରେ ପଡ଼ିଯାଇଥିବା ମଦ ବୋତଲ ବୁହାଇ ନେଇଯାଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

ପଲଟିଲା ମଦ ବୋଝେଇ ଗାଡ଼ି

ପଲଟିଲା ମଦ ବୋଝେଇ ଗାଡ଼ି

  • Share this:
News18 Odia Digital

ଚଣ୍ଡିଗଡ: ହରିୟାଣାର ହିସାର ଜିଲ୍ଲାର ହିସର-ଦିଲ୍ଲୀ ଜାତୀୟ ରାଜପଥରେ ଥିବା ସାଇନିପୁରା ବ୍ରିଜ ନିକଟରେ ଦେଶୀ ମଦ ଭର୍ତ୍ତି ଏକ ଗାଡି ଓଲଟି ପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ ଲୋକ ମଦ ବୋତଲ ନେଇ ଯାଇଥିଲେ। ଓଲଟି ପଡ଼ିବା ପରେ ଗାଡ଼ି ଦୁଇ ଭାଗରେ ଭାଙ୍ଗିଯାଇଥିଲା ଓ ଗୋଟିଏ ଅଂଶ ବହୁ ଦୂର ଯାଇ ପଡ଼ିଥିଲା । ଗାଡ଼ିରେ ଭର୍ତ୍ତି ମଦ ବାକ୍ସ ରାସ୍ତା କଡ଼ରେ ବିଛାଡି ହୋଇ ପଡ଼ିଯାଇଥିଲା, ଯାହା ଫଳରେ ସେଠାକାର ସ୍ଥାନୀୟ ଲୋକ ମଦ ବୋତଲ ବୁହାଇ ନେଇଯାଇଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି ଯେ ଗୁରୁବାର ଅପରାହ୍ନ ୪ ଟାରେ ଗାଡ଼ିଟି ଓଲଟି ପଡ଼ିଥିଲା। କୁହାଯାଉଛି ଯେ ମଦ ଗାଡ଼ି ପଛରେ ଏକ ଗାଡ଼ି ଅଟକି ରହିଥିଲା। ସୂଚନା ପାଇବା ପରେ ଇନ୍ସପେକ୍ଟର ସତବୀର ସିଂ ଓ ସିସାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସାହାଯ୍ୟରେ ପଡ଼ି ଯାଇଥିବା ମଦ ବୋତଲଗୁଡ଼ିକୁ ଉଠାଇ ନେଇଥିଲେ।

ସିସାଇ ଫରେଷ୍ଟ ଇନଚାର୍ଜ ଦଲବୀର ସିଂ କହିଛନ୍ତି ଯେ ଏହା କାହାର ମଦ ଥିଲା ଓ କେଉଁଠିକୁ ନିଆଯାଉଥିଲା ଓ ଗାଡିର ଡ୍ରାଇଭର ମଧ୍ୟ ତଦନ୍ତ କରାଯାଉଛି । ଦୁର୍ଘଟଣାରେ ଲୋକେ ଏହାର ସୁଯୋଗ ନେଇ ବୋତଲଗୁଡ଼ିକ ନେଇଯାଇଥିଲେ । ତେବେ କେତେ ମଦ ବୋତଲ ନିଖୋଜ ଅଛି ତାହା ଜଣା ପଡ଼ିନାହିଁ।
Published by:Lipina Das
First published: