News18 Odia Digital
ମା' ସାମ୍ନାରେ ଦୁନିଆର ପ୍ରତ୍ୟେକ ଭଲପାଇବା ତୁଚ୍ଛ ବୋଲି ମାନାଯାଏ । ସେ ମନୁଷ୍ୟର ମା' ହେଉ କିମ୍ବା ପଶୁର ମା' । ନିଜ ପିଲାମାନଙ୍କ ସ୍ୱାର୍ଥ ପାଇଁ ନିଜ ଜୀବନକୁ ବଳିଦାନରୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ସୋସିଆଲ ମିଡିଆରେ ଆମେ ଏପରି ଏକ ଭିଡିଓ ପାଇଲୁ । ଯେଉଁଥିରେ ଯେତେବେଳେ ସିଂହ ଜେବ୍ରାଙ୍କ ଛୁଆ ଉପରେ ଆକ୍ରମଣ କରୁଛି ସେତେବେଳେ ମା' ଜେବ୍ରା ସିଂହ ସହିତ ଭିଡ଼ିଯାଉଛି । ଏହାପରେ କ'ଣ ଘଟିଲା ଏହାକୁ ଏହି ଭାଇରାଲ୍ ଭିଡିଓରେ ଦେଖିପାରିବେ । ଏହି ଭିଡିଓଟି @animalworld111 ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି ।
ପ୍ରାୟ ଦଶ ମାସର ଏହି ପୁରିଣ ଭିଡିଓଟିକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଏକ ଜଙ୍ଗଲରେ ସିଂହ ଏକ ଜେବ୍ରା ଓ ତା'ର ଛୁଆକୁ ଗୋଡ଼ାଉଛି । ଏହି ସମୟ ମଧ୍ୟରେ ଜେବ୍ରାର ମା' ଆଗକୁ ଚାଲିଯାଉଛି କିନ୍ତୁ ଜେବ୍ରାର ଛୁଆ ପଛରେ ରହିଯାଉଛି । ଏହି ସମୟରେ ସିଂହ ଦ୍ରୁତ ଗତିରେ ଜେବ୍ରା ଛୁଆର ବେକକୁ ଧରି ତଳେ ପକାଇଦେଉଛି । ଜେବ୍ରା ଛୁଆ ସିଂହ କବଳରୁ ନିଜକୁ ବଞ୍ଚାଇବା ପାଇଁ କଠିନ ଚେଷ୍ଟା କରୁଛି । କିନ୍ତୁ ଜଙ୍ଗଲର ରାଜା କିପରି ନିଜର ଶିକାର ଛାଡିବ?
ଠିକ୍ ଏତିକିବେଳେ ଆଗକୁ ଚାଲିଯାଇଥିବା ଜେବ୍ରାର ଆଖି ସିଂହ ଉପରେ ପଡୁଛି ଓ ସେ ଦେଖୁଛି ଯେ ସେ ସିଂହ ତା' ଛୁଆକୁ ଧରିନେଇଛି । ସିଂହ ଜେବ୍ରାର ସନ୍ତାନର ବେକକୁ ଧରିଥାଏ । ଏହାପରେ ମା' ଜେବ୍ରା ନିଜ ଛୁଆକୁ ବଞ୍ଚାଇବାକୁ ଆସୁଛି । ଜେବ୍ରା ସିଂହ ଉପରେ ଆକ୍ରମଣ କରୁଛି । ଜେବ୍ରା ନିଜ ପିଲାକୁ ବଞ୍ଚାଇବା ପାଇଁ ସିଂହକୁ ପାଟିରୁ କାମୁଡ଼ିବାକୁ ଚେଷ୍ଟା କରୁଥିବା ଦେଖାଯାଏ । କିନ୍ତୁ ଏହାପରେ ମଧ୍ୟ ସିଂହ ତା' ପିଲାକୁ ଛାଡେ ନାହିଁ, ଜେବ୍ରା ମଧ୍ୟ ନିଜ ସାହସ ହରାଏ ନାହିଁ ଓ ସିଂହକୁ କାମୁଡ଼ିବାକୁ ଚେଷ୍ଟା କରେ ।ଏହି ସମୟରେ ସିଂହ ଜେବ୍ରା ଛୁଆ ବେକକୁ ଧରି ବୁଲାଉଛି । କିନ୍ତୁ ଜେବ୍ରା କମ୍ ନୁହେଁ । ସେ ବହୁତ ଚେଷ୍ଟା କରୁଛି ତା' ଛୁଆକୁ ବଞ୍ଚାଇବାକୁ ।
ଶେଷରେ ସିଂହକୁ ଜେବ୍ରାର ପିଲାକୁ ଛାଡିବାକୁ ପଡୁଛି । କିନ୍ତୁ ଏହି ସମୟ ମଧ୍ୟରେ ସିଂହ ଜେବ୍ରା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏହାପରେ ଜେବ୍ରା ଦେଈ ସିଂହ ମୁହଁରେ ନିଜର ଗୋଡ ଦ୍ୱାରା ଆଘାତ ଦେଉଛି । ଯାହାଫଳରେ ସିଂହ ଜେବ୍ରା ଛାଡି ଛାଡିଦେଉଛି । ଏହାପରେ ଜେବ୍ରା ଓ ତା'ର ପିଲା ପଳାଇଯାଉଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।