News18 Odia Digital
ନୂଆ ଦିଲ୍ଲୀ: ରୋହିତ ଶର୍ମା ଆହତ ହେବା ପରେ ଭାରତୀୟ କ୍ରିକେଟ ଟିମରେ ଖେଳାଳିମାନଙ୍କ ଯୋଡ଼ିରେ ପରିବର୍ତ୍ତନ ହେବା ନିଶ୍ଚିତ । ନୂଆ ଖେଳାଳି ପୃଥ୍ବୀ ଶଅଙ୍କ ନାଁ କ୍ୟାପଟେନ ବିରାଟ କୋହଲି ଘୋଷଣା କରିସାରିଛନ୍ତି । ତେଣୁ ଏହି ନୂଆ ଖେଳାଳୀ ଓପନିଂରେ ଖେଳିବେ । ରୋହିତ ଶର୍ମାଙ୍କ ସ୍ଥାନରେ ଆସିଥିବା ନୂଆ ଖେଳାଳି ମୟଙ୍କ ଅଗ୍ରୱାଲ ଦଳର ଆଉ ଏକ ନୂଆ ମୁହଁ ହୋଇପାରନ୍ତି ।
ହାମିଲଟନରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ୧୧ ଜଣ ଖେଳାଳିଙ୍କ ତାଲିକା ଏମିତି ହୋଇପାରେ:
ପୃଥ୍ବୀ ଶଅ‘‘ଦୁର୍ଭାଗ୍ୟବଶତଃ ରୋହିତ ଶର୍ମା ଏହି ଅନ୍ତର୍ଜାତୀୟ ଦିନିକିଆ ସିରିଜଟି ଖେଳିପାରିବେ ନାହିଁ । ନିଜ ଦକ୍ଷତା ଦ୍ୱାରା ସେ ଯେଉଁ ପ୍ରଭାବ ପକାନ୍ତି ତାହା ସମେସ୍ତ ଜାଣିଛନ୍ତି । ଏବେ ନିକଟରେ କୌଣସି ଦିନିକିଆ ଟୁର୍ଣ୍ଣାମେଣ୍ଟ ନ ଥିବାରୁ ସେ ଏହି ସମୟରେ ଶୀଘ୍ର ସୁସ୍ଥ ହୋଇଯିବା ବହୁତ ଭଲ ହେବ । ପୃଥ୍ବୀ ଓପନିଂ ଖେଳିବେ ଓ କେ.ଏଲ. ରାହୁଲ ମଝିରେ ଖେଳିବେ,’’ ଦିନିକିଆ ମ୍ୟାଚ ପୂର୍ବରୁ ସାମ୍ବାଦିକମାନକୁ କହିଛନ୍ତି କୋହଲି । ଏହାର ଅର୍ଥ ଏହା ଯେ ଏ ସିରିଜରେ ସବୁଠୁ ଭଲ ଫର୍ମରେ ଥିବା ପୃଥ୍ବୀ ଶଅ ଅନ୍ତର୍ଜାତୀୟ ସିରିଜରେ ନିଜ କମାଲ ଦେଖାଇବାର ସୁଯୋଗ ପାଇବେ ।
ମୟଙ୍କ ଅଗ୍ରୱାଲରୋହିତ ଶର୍ମାଙ୍କ ସ୍ଥାନରେ ଖେଳିବେ ମୟଙ୍କ ଅଗ୍ରୱାଲ । କେ.ଏଲ. ରାହୁଲଙ୍କୁ ମଝିରେ ଛଡ଼ାଯିବ । ସେ ମଧ୍ୟ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଖେଳିବେ । ଡାହାଣ ହାତ ଖେଳାଳୀ ମୟଙ୍କ ଟେଷ୍ଟ କ୍ରିକେଟରେ ଖୁବ୍ ଭଲ ଖେଳିଥିବା ବେଳେ ସୀମିତ ଓଭରରେ କମାଲ ଦେଖାଇବାକୁ ଏହା ତାଙ୍କ ପାଇଁ ଏକ ସୁଯୋଗ ହେବ ।
ବିରାଟ କୋହଲିଅଧିନାୟକ ବିରାଟ ଅନ୍ତର୍ଜାତୀୟ ୨୦-୨୦ ଫାଇନାଲ ମ୍ୟାଚରେ ନ ଖେଳି ବିଶ୍ରାମ ନେଇଥିଲେ । ସେ ଏହି ମ୍ୟାଚରେ ତିନି ନମ୍ବରରେ ଖେଳିପାରନ୍ତି । ୨୦-୨୦ ଅନ୍ତର୍ଜାତୀୟ ସିରିଜ୍ ଓ ଅଷ୍ଟ୍ରେଲିଆ ସିରିଜରେ ସେ ବହୁତ ଭଲ ଫର୍ମରେ ଥିଲେ । ଏବେ ରୋହିତ ଶର୍ମା ଓ ଶିଖର ଧୱନଙ୍କ ଅନୁପସ୍ଥିତରେ ଅଧିନାୟକ ବିରାଟ ମୁଖ୍ୟ ଭୂମିକାରେ ରହିବେ ।
ଶ୍ରେୟସ ଆୟାରଅଷ୍ଟ୍ରେଲିଆ ସିରିଜର ଫାଇନାଲ ମ୍ୟାଚରେ ଶ୍ରେୟସ ତାଙ୍କର ସବୁଠୁ ଭଲ ପ୍ରଦର୍ଶନ ଦେଇଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ହୋଇଥିବା ଅନ୍ତର୍ଜାତୀୟ ୨୦-୨୦ ସିରିଜରେ ମଧ୍ୟ ଖବ୍ ଭଲ ଖେଳିଥିଲେ । ବର୍ତ୍ତମାନ ସେ ଏହି ସିରିଜରେ ଖେଳି ନିଜ ପାଇଁ ଚତୁର୍ଥ ସ୍ଥାନ ଆଗାମୀ ଦିନ ପାଇଁ ପକ୍କା କରିପାରନ୍ତି ।
କେ ଏଲ ରାହୁଲମ୍ୟାଚ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଯେ କେ.ଏଲ. ରାହୁଲଙ୍କୁ ମଝିରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ଏହା ଅର୍ଥ ସେ ୱିକେଟ କିପର ରହିବେ । ‘‘କେ.ଏଲ. ମିଡିଲ ଅର୍ଡରରେ ଖେଳିବେ । ଆମେ ତାଙ୍କୁ ୱିକେଟ କିପିଙ୍ଗ୍ ସହ ମିଡିଲ୍ ଅର୍ଡରରେ ଖେଳିବାରେ ଅଭ୍ୟସ୍ତ ହୋଇଯିବାକୁ ଚାହୁଁ,’’ ରିପୋର୍ଟରଙ୍କୁ କହିଥିଲେ କୋହଲି ।
ମନିଷ ପାଣ୍ଡେକେ.ଏଲ. ରାହୁଲ ମିଡିଲ ଅର୍ଡରରେ ଖେଳୁଥିବାରୁ ଟିମ୍ ଇଣ୍ଡ୍ଆ ପାଖରେ ସ୍ପେଶାଲ ବ୍ୟାଟ୍ସମ୍ୟାନ ରୂପେ ମନିଷ ପାଣ୍ଡେଙ୍କୁ ଲୋଅର ଡାଉନ ଅର୍ଡରରେ ଖେଳେଇବାର ଅବସର ଅଛି । ମନିଷ ଅନ୍ତର୍ଜାତୀୟ ୨୦-୨୦ ଫାଇନାଲରେ ବଢ଼ିଆ ପ୍ରଦର୍ଶନ କରିଥିଲେ । ଏହି ନୂଆ ସୁଯୋଗ ତାଙ୍କୁ ଭାରତ ପାଇଁ ଏକ ଭଲ ଖେଳିଚ଼ାଲିଥିବା ବ୍ୟାଟ୍ସମ୍ୟାନ ଭାବେ ଖେଳ ସମାପ୍ତ କରିବା ପରି ଖେଳାଳି ହେବାକୁ ମନୋବଳ ଦେବ ।
ରବିନ୍ଦ୍ର ଜାଡେଜାରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆର ସୀମିତ ଓଭର ସ୍କ୍ୱାଡରେ ନିଜକୁ ଜଣେ ଅପରିହାର୍ଯ୍ୟ ଖେଳାଳୀ ରୂପେ ପ୍ରତିଷ୍ଠା କରିଛନ୍ତି । ସେ ମଧ୍ୟ ଦଳର ଜଣେ ମୂଲ୍ୟବାନ ଅଲରାଉଣ୍ଡର୍ । ଅନ୍ତର୍ଜାତୀୟ ୨୦-୨୦ରେ ଖୁବ୍ ଭଲ ଖେଳିଥିବା ଜାଡ଼େଜା ଏଥର ସପ୍ତମ ସ୍ଥାନରେ ଖେଳିବାକୁ ଆସିବେ ।
ମହମ୍ମଦ ଶାମିହ୍ବାଇଟ ବଲ୍ କ୍ରକେଟରେ ମହମ୍ମଦ ଶାମି ବହତୁ ଭଲ ପ୍ରଦର୍ଶନ କରିଥିଲେ । ଏବେ ତାଙ୍କ ସହିତ ଜସପ୍ରିତ ବୁମରାହ ଥିବାରୁ ସେ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ଧୁମ୍ ମଚ଼େଇବେ ।
କୁଲଦୀପ ଯାଦବରବିନ୍ଦ୍ର ଜାଡେଜା ଟିମରେ ଥିବାରୁ ଦଳ ଏଥର ୟୁଜଭେନ୍ଦ୍ର ଚ଼ହଲଙ୍କ ସ୍ଥାନରେ କୁଲଦୀପଙ୍କୁ ଅନ୍ୟ ଜଣେ ସ୍ପିନର ଭାବେ ରଖିପାରେ । କୁଲଦୀପ ଅଷ୍ଟ୍ରେଲିଆ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ନିକଟରେ ସରିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ସେ ସ୍ଥାନ ପାଇ ପାରିନଥିଲେ । ଆସନ୍ତା ସିରିଜରେ ତାଙ୍କୁ ନିଜକୁ ସାବ୍ୟସ୍ତ କରିବାକୁ ସୁଯୋଗ ମିଳିବ ।
ନବଦୀପ ସୈନୀବଲର ଅଧିକ ଗତି ଓ ୱିକେଟ ନେବାର ସାମର୍ଥ୍ୟ ଯୋଗୁଁ ନବଦୀପ ସୈନୀଙ୍କୁ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ନିଆଯାଇ ପାରେ । ସେ ନିଜ ୟୋର୍କର୍ ବୋଲିଂ ଯୋଗୁଁ ସମସ୍ତଙ୍କୁ ଚ଼ମକେଇ ଥା’ନ୍ତି ।
ଜସପ୍ରିତ ବୁମରାହଭାରତର ଖ୍ୟାତନାମା ପେସ୍ ବୋଲର ଜଶପ୍ରୀତ ବୁମରାହଙ୍କୁ ନୂଆ ବଲ୍ ସହିତ ଖେଳି ଏକ ଦୃଢ଼ ଖେଳର ଆରମ୍ଭ କରିବାକୁ ହେବ । ଅନ୍ତର୍ଜାତୀୟ ଟି-୨୦ ଫାଇନାଲରେ ତାଙ୍କର ଚ଼ମତ୍କାର ବୋଲିଂରୁ ଜଣା ପଡ଼ିଯାଇଥିଲା ତାଙ୍କୁ କାହିଁକି ଦଳରେ ଏକ ସ୍ବତନ୍ତ୍ର ସ୍ଥାନ ମିଳିଛି । ବିରାଟଙ୍କ ଯୋଜନା ସଫଳ କରିବାରେ ବୁମରାହଙ୍କ ଭୂମିକା ମୁଖ୍ୟ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।