ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ମିଳିବ ଆଜୀବନ କାରାଦଣ୍ଡ: ପୁଷ୍କର ସିଂହ ଧାମୀ

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ଦୋଷୀକୁ ମିଳିବ ଆଜୀବନ କାରାଦଣ୍ଡ, ନହେଲେ ୧୦ ବର୍ଷର ଜେଲ୍‌ ଦଣ୍ଡ।

ପୁଷ୍କର ସିଂହ ଧାମୀ

ପୁଷ୍କର ସିଂହ ଧାମୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଦେହରାଦୁନ: ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କଲେ ଦୋଷୀକୁ ମିଳିବ ଆଜୀବନ କାରାଦଣ୍ଡ, ନହେଲେ ୧୦ ବର୍ଷର ଜେଲ୍‌ ଦଣ୍ଡ। ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳକୁ ବରଦାସ୍ତ କରାଯିବ ନାହିଁ। କେବଳ ପ୍ରଶ୍ନପତ୍ର ଲିକ୍ ନୁହେଁ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ଜଣାପଡ଼ିଲେ ଦୋଷୀ ସମାନ ଦଣ୍ଡରେ ଦଣ୍ଡିତ ହେବେ।

ଏହି ଖବର ପଢନ୍ତୁ- http://ଲଦାଖ ବୁଲିବାକୁ ପ୍ଲାନିଂ କରୁଛନ୍ତି କି? IRCTC ଆଣିଛି ସ୍ଵତନ୍ତ୍ର ପ୍ୟାକେଜ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସେ କହିଛନ୍ତି “ ଆମ ସରକାର ଆଶାୟୀ ଯୁବକଙ୍କ ସ୍ୱପ୍ନ ସହ ସାଲିସ୍ କରିବାକୁ ଦେବନି। ତେଣୁ ଯେଉଁମାନେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କିମ୍ବା ନିଯୁକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ ନହେଲେ ୧୦ ବର୍ଷର ଜେଲ୍ ସଜା ମିଳିବ। ଏଥିସହିତ ଦୋଷୀଙ୍କର ସମ୍ପତ୍ତି ଜବତ କରାଯିବ।”

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିବାର ଦିନକ ପୂର୍ବରୁ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍(ରିଟାୟାର୍ଡ) ଗୁରମିତ ସିଂହ ଆଣ୍ଟି କପି ଅର୍ଡିନାନ୍ସ ଉପରେ ସାଇନ୍ କରିଥିଲେ। ରାଜ୍ୟରେ ଏହାକୁ ଉତ୍ତରାଖଣ୍ଡ କମ୍ପିଟିଟିଭ୍‌ ଏକ୍ସାମ (ନିଯୁକ୍ତିରେ ବେଆଇନ ଉପାୟର ନିରାକରଣ)ଆଇନ ବୋଲି କୁହାଯାଉଛି। ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଏହା ଆଇନ୍‌ରେ ପରିଣତ ହୋଇଛି।
Published by:Soumyashree Mishra
First published: