'ଜୀବନ ଏକାକୀ କଟି ପାରିବନି; ଯଶଭିକାଙ୍କୁ ବିବାହ କଲେ ପାୟଲ !

ପାୟଲ ଓ ଯଶଭିକା ନାମକ ଦୁଇ ଝିଅ ବିବାହ କରିଛନ୍ତି । ଏହି ଭାରତୀୟ ଲେସବିୟାନ୍ ଦମ୍ପତିଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

'ଜୀବନ ଏକାକୀ କଟି ପାରିବନି; ଯଶଭିକାଙ୍କୁ ବିବାହ କଲେ ପାୟଲ !

'ଜୀବନ ଏକାକୀ କଟି ପାରିବନି; ଯଶଭିକାଙ୍କୁ ବିବାହ କଲେ ପାୟଲ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପାୟଲ ଓ ଯଶଭିକା ନାମକ ଦୁଇ ଝିଅ ବିବାହ କରିଛନ୍ତି । ଏହି ଭାରତୀୟ ଲେସବିୟାନ୍ ଦମ୍ପତିଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଏହି ଦମ୍ପତି କହିଛନ୍ତି ଯେ ସେମାନଙ୍କର ସମ୍ପର୍କ ଯେକୌଣସି ସାଧାରଣ ସମ୍ପର୍କ ପରି ବୈଧ ଅଟେ । ତଥାପି, ସେମାନଙ୍କୁ ସମାଜରେ ଗ୍ରହଣ ପାଇଁ ସଂଗ୍ରାମ କରିବାକୁ ପଡୁଛି ।

ଏକ ୟୁଟ୍ୟୁବ୍ ଚ୍ୟାନେଲ ସହିତ କଥାବାର୍ତ୍ତା କରି ଯଶଭିକା କହିଛନ୍ତି, ମୁଁ ପାୟଲଙ୍କୁ ସିଧାସଳଖ ବିବାହ ପାଇଁ ପ୍ରସ୍ତାବ ଦେଇଥିଲି । ନା ତା ମୁଁ ତାଙ୍କୁ ଭଲ ପାଏ ବୋଲି କହିଥିଲି ନା କୌଣସି ଫର୍ମାଲିଟି । ଯଶଭିକାଙ୍କ ଅନୁଯାୟୀ, ଯଦି ପ୍ରେମକୁ ପ୍ରେମ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଆପଣ କେବଳ ପ୍ରେମହିଁ ଦେଖିବାକୁ ପାଇବେ । ଆପଣଙ୍କର କେବଳ ନିଜର ଦୃଷ୍ଟିକୋଣ ବଦଳାଇବା ଦରକାର ।

ଯଶଭିକା କହିଛନ୍ତି ଯେ ସେ ୨୦୧୭ରେ ଟିକଟକରେ ପାୟଲଙ୍କୁ ଭେଟିଥିଲେ । ଏହା ପରେ ଦୁହେଁ ପ୍ରତିଦିନ ଚାଟିଂ କଲେ । ଚାଟ୍ ଠାରୁ ଅଡିଓ କଲ୍ ଓ ପରେ ଭିଡିଓ କଲକୁ ଗଲା । ଶେଷରେ ସେମାନେ ସାକ୍ଷାତ କରିବାକୁ ଯୋଜନା କଲେ ।

ଯଶଭିକା କହିଛନ୍ତି ଯେ ଥରେ ପାୟଲ ହ୍ୱାଟସଆପରେ ତାଙ୍କ ମେସେଜ ଦେଖିବା ବନ୍ଦ କରିଦେଲେ । ପାୟଲ ତାଙ୍କୁ ଅଣଦେଖା କରିବା ଆରମ୍ଭ କଲେ । ଏହା ଉପରେ ଯଶଭିକା ରାଗିଯାଇ କହିଥିଲେ, ମୋ ସହ କଥା ହୁଅନ୍ତୁ ନଚେତ୍ ମୋତେ ବ୍ଲକ କରନ୍ତୁ । ଏହା ପରେ ପାୟଲ ଯଶଭିକାଙ୍କୁ ବ୍ଲକ କରିଥିଲେ। ମାତ୍ର କିଛି ମାସ ପରେ ପାୟଲ ତାଙ୍କ ଭୁଲକୁ ଅନୁଭବ କରି ତାଙ୍କ ତରଫରୁ ଯଶଭିକାଙ୍କ ସହ ଯୋଗାଯୋଗ କଲେ ।
Published by:Soubhagya Mishra
First published: