ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ନୂତନ ଡେପୁଟି ଚିଫ୍

Defence Update: ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବ ଛାତ୍ର ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଦ୍ୱିବେଦୀ ଡିସେମ୍ବର ୧୯୮୪ ରେ ଜମ୍ମୁ କାଶ୍ମୀର ରାଇଫଲ୍ସର ୧୮ ତମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ । ସେ ନିଜ କରିୟରରେ ୩୫ ବର୍ଷରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି ।

ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ନୂତନ ଡେପୁଟି ଚିଫ୍
ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ନୂତନ ଡେପୁଟି ଚିଫ୍
  • News18 Odia
  • Last Updated: April 10, 2021, 5:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ (Lieutenant General Upendra Dwivedi) ଶନିବାର ଦିନ ସେନାର ଡେପୁଟି ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଶେଷ କଥା ହେଉଛି ଏହା ପୂର୍ବରୁ ସେ ୯ କର୍ପସର କମାଣ୍ଡର ଥିଲେ । ଦ୍ୱିବେଦୀଙ୍କ ପୂର୍ବରୁ ଲେଫ୍ଟ ଜେନେରାଲ ଚାନ୍ଦି ପ୍ରସାଦ ମହାନ୍ତି ଭାରତୀୟ ସେନାରେ ଏହି ଦାୟିତ୍ୱ ତୁଲାଉଥିଲେ । ଗତ ଫେବୃଆରୀରେ ମହାନ୍ତିଙ୍କୁ ସେନା କର୍ମଚାରୀଙ୍କ ଡେପୁଟି ଚିଫ୍ କରାଯାଇଥିଲା । ବର୍ତ୍ତମାନର ଭାରତୀୟ ସେନା ମୁଖ୍ୟ ହେଉଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ।

ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବ ଛାତ୍ର ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଦ୍ୱିବେଦୀ ଡିସେମ୍ବର ୧୯୮୪ ରେ ଜମ୍ମୁ କାଶ୍ମୀର ରାଇଫଲ୍ସର ୧୮ ତମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ । ସେ ନିଜ କରିୟରରେ ୩୫ ବର୍ଷରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି । ସେ ମଣିପୁରର ଆସାମ ରାଇଫଲ ସେକ୍ଟରରେ (Operation Rhino) ଏକ ବାଟାଲିୟନର ନେତୃତ୍ୱ ନେଇଥିଲେ ଓ ଅପରେସନ୍ ରକ୍ଷକ ସମୟରେ ଚୌକିବଲରେ ବିଦ୍ରୋହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ବିଶେଷ କଥା ହେଉଛି ଗତ ଫେବୃଆରୀରେ ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ଡେପୁଟି ଚିଫ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଏସ.କେ ସାଇନି ଏହି ପଦରେ ଥିଲେ, ଯିଏ ରବିବାର ଅବସର ନେଇଥିଲେ । ପିଟିଆଇ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ନିଜର ଚାରି ଦଶନ୍ଧି ସେବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି । ସେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ବ୍ୟତୀତ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ବହୁରାଷ୍ଟ୍ରୀୟ ମିଳିତ ଜାତିସଂଘ ବ୍ରିଗେଡ୍ର ନେତୃତ୍ୱ ନେଇଛନ୍ତି । ସେନା କର୍ମଚାରୀଙ୍କ ଡେପୁଟି ଚିଫ୍ ପଦରେ ନିଯୁକ୍ତ ହେବା ପୂର୍ବରୁ ସେ ସେନାର ସାଉଥ୍ କମାଣ୍ଡର ମୁଖ୍ୟ ଥିଲେ ।
Published by: Jagdish Barik
First published: April 10, 2021, 5:18 PM IST