LIC Policy: ପ୍ରତି ମାସରେ ମିଳିବ ୩୬,୦୦୦ ଟଙ୍କା; ଗୋଟିଏ ଥର ଦେବାକୁ ପଡିବ ପ୍ରିମିୟମ; ଏହିପରି ଉଠାନ୍ତୁ ଲାଭ

LIC ଜୀବନ ଅକ୍ଷୟ ପଲିସି ଅନୁଯାୟୀ ଜଣକୁ ଗୋଟିଏ ଥର ପ୍ରିମିୟମ୍ ଜମା କରିବାକୁ ପଡିଥାଏ । ଏହି ପଲିସିରେ ଦିବ୍ୟାଙ୍ଗ ମଧ୍ୟ ବିନିଯୋଗ କରିପାରିବେ । ଏଥିରେ କୌଣସି ବିନିଯୋଗ ସୀମା ନାହିଁ ଓ ପେନସନ୍ ପାଇବା ପାଇଁ ୧୦ଟି ବିକଳ୍ପ ମଧ୍ୟ ଦିଆଯାଇ ଥାଏ ।

LIC Policy: ପ୍ରତି ମାସରେ ମିଳିବ ୩୬,୦୦୦ ଟଙ୍କା; ଗୋଟିଏ ଥର ଦେବାକୁ ପଡିବ ପ୍ରିମିୟମ; ଏହିପରି ଉଠାନ୍ତୁ ଲାଭ
LIC
  • News18 Odia
  • Last Updated: November 7, 2020, 9:47 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶର ସର୍ବବୃହତ ତଥା ବିଶ୍ୱସ୍ତ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହାର ବହୁ ଲୋକପ୍ରିୟ ବୀମା ପଲିସି ଜୀବନ ଅକ୍ଷୟ ପଲିସି (LIC Jeevan Akshay Policy) ବନ୍ଦ କରିଦେଇଥିଲା । କିନ୍ତୁ ବର୍ତ୍ତମାନ ଏହା ପୁଣି ଥରେ ଆରମ୍ଭ ହେଉଛି । LIC ଜୀବନ ଅକ୍ଷୟ ପଲିସି ଅନୁଯାୟୀ ପଲିସିଧାରୀ କେବଳ ଥରେ କିସ୍ତି ଦେବା ପରେ ସାରା ଜୀବନ ପେନସନର ଲାଭ ଉଠାଇବାକୁ ଏକ ସୁଯୋଗ ମିଳିଥାଏ ।

ସର୍ବାଧିକ ବିନିଯୋଗ ସୀମା ନାହିଁ
ଜୀବନ ଅକ୍ଷୟ ପଲିସି ହେଉଛି ଏକ ପ୍ରିମିୟମ୍ ଅଣ-ଲିଙ୍କ୍ ହୋଇନଥିବା ଅଂଶଗ୍ରହଣକାରୀ ଓ ବ୍ୟକ୍ତିଗତ ବାର୍ଷିକ ଯୋଜନା । ଏଥିରେ ଅତି କମରେ ୧,୦୦,୦୦୦ ଟଙ୍କା ବିନିଯୋଗ କରି ଏକ ପଲିସି ଆରମ୍ଭ ହୋଇପାରିବ । ଏହି ପଲିସିରେ କୌଣସି ବିନିଯୋଗ ସୀମା ସ୍ଥିର କରାଯାଇ ନାହିଁ ।

ଯଦି ଜଣେ ବ୍ୟକ୍ତି ଏହି ପଲିସିରେ ଅତି କମରେ ଏକ ଲକ୍ଷ ଟଙ୍କା ବିନିଯୋଗ କରନ୍ତି । ତେବେ ସେ ବାର୍ଷିକ ୧୨,୦୦୦ ଟଙ୍କା ପେନସନ୍ ପାଇବେ । ଏହାର ଅର୍ଥ ହେଉଛି ପ୍ରତିବର୍ଷ ୧ ଲକ୍ଷ ଟଙ୍କା ବିନିଯୋଗରେ ୧୨,୦୦୦ ଟଙ୍କା ପେନସନ୍ ଭାବରେ ମିଳିବ । ସର୍ବାଧିକ ବିନିଯୋଗର କୌଣସି ସୀମା ନାହିଁ କାରଣ ପଲିସିଧାରୀ ଯେତେ ଚାହିଁବେ ସେତେ ବିନିଯୋଗ କରିପାରିବେ । ପେନସନର ପରିମାଣ ବିନିଯୋଗ ହୋଇଥିବା ପରିମାଣ ଉପରେ ନିର୍ଭର କରିବ ।

ଏହା ପାଇଁ ଯୋଗ୍ୟତା କ’ଣ?
ଯୋଗ୍ୟତା ବିଷୟରେ କହିବାକୁ ଗଲେ ଲୋକମାନେ ଏହି ପଲିସି ୩୫ ବର୍ଷରୁ ୮୫ ବର୍ଷ ପର୍ଯ୍ୟନ୍ତ ନେଇପାରିବେ । ଏହା ବ୍ୟତୀତ ଭିନ୍ନକ୍ଷମମାନେ ମଧ୍ୟ ଏହି ପଲିସିର ଲାଭ ଉଠାଇ ପାରିବେ । ଏହି ପଲିସିର ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ପେନସନ୍ ରାଶି କିପରି ପାଇବେ । ଏଥିପାଇଁ ୧୦ଟି ବିକଳ୍ପ ମଧ୍ୟ ଦିଆଯାଇଛି ।

କିପରି ପାଇବେ ପ୍ରତି ମାସରେ ୩୬ ହଜାର ଟଙ୍କା ପେନସନ୍ ?
ଜୀବନ ଅକ୍ଷୟ ପଲିସିର Annuity payable for life at a uniform rate ବିକଳ୍ପ ଚୟନ କରି ଆପଣ ଏହି ପଲିସିରେ ସିଧା ଟଙ୍କା ବିନିଯୋଗ କରି ପ୍ରତି ମାସରେ ୩୬ ହଜାର ଟଙ୍କା ପେନସନ୍ ପାଇପାରିବେ । ଉଦାହରଣ ସ୍ୱରୂପ ଯଦି ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନା ଚୟନ କରନ୍ତି ଓ ୭୦,୦୦,୦୦୦ ଟଙ୍କା ନିଶ୍ଚିତ ହୋଇଥିବା ରାଶି ପାଇଁ ମଧ୍ୟ ଚୟନ କରନ୍ତି । ତେବେ ତାଙ୍କୁ ୭୧,୨୬,୦୦୦ ଟଙ୍କା ମୂଲ୍ୟର ସିଧା ପ୍ରିମିୟମ ଦେବାକୁ ପଡିବ । ଏହି ବିନିଯୋଗ ପରେ ସେ ମାସକୁ ୩୬,୪୨୯ ଟଙ୍କା ପେନ୍ସନ୍ ପାଇବେ । ତେବେ ମୃତ୍ୟୁ ପରେ ଏହି ପେନସନ୍ ବନ୍ଦ ହୋଇଯିବ । LIC ର ଜୀବନ ଅକ୍ଷୟ ପଲିସିରେ ଏହିପରି ଅନେକ ଯୋଜନା ଅଛି ।
First published: November 7, 2020, 9:46 AM IST
corona virus btn
corona virus btn
Loading