LIC Money Back Plan: ଦୈନିକ ୧୬୦ ଟଙ୍କା ସଞ୍ଚୟ କରି ହୁଅନ୍ତୁ ୨୩ ଲକ୍ଷ ଟଙ୍କାର ମାଲିକ; ୫ ବର୍ଷରେ ଉଠାଇ ପାରିବେ ଲାଭ

ଯଦି ଆପଣ ମଧ୍ୟ ଛୋଟ ସଞ୍ଚୟ କରି ବଡ଼ ରୋଜଗାର କରିବାକୁ ଚାହାଁନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଆପଣ LIC ମନି ବ୍ୟାକ୍ ପ୍ଲାନରେ ଆପଣ ବିନିଯୋଗ କରି ହୋଇପାରିବେ ୨୩ ଲକ୍ଷର ମାଲିକ ହୋଇପାରିବେ । ଜାଣନ୍ତୁ ଏହି ସ୍କିମ ବିଷୟରେ ...

LIC Money Back Plan: ଦୈନିକ ୧୬୦ ଟଙ୍କା ସଞ୍ଚୟ କରି ହୁଅନ୍ତୁ ୨୩ ଲକ୍ଷ ଟଙ୍କାର ମାଲିକ; ୫ ବର୍ଷରେ ଉଠାଇ ପାରିବେ ଲାଭ
ଏଲଆଇସି ମନି ବ୍ୟାକ୍ ପ୍ଲାନ
  • News18 Odia
  • Last Updated: December 19, 2020, 10:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶର ବୃହତ୍ତମ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର (LIC) ଗ୍ରାହକଙ୍କୁ ନିବେଶ ପାଇଁ ଅନେକ ସାରା ସ୍କିମ ରହିଛି । ଏହି ସ୍କିମରେ ବିନିଯୋଗ କରି ଗ୍ରାହକ ନିଜ ଭବିଷ୍ୟତ ପାଇଁ ବହୁତ ଟଙ୍କା ଯୋଗ କରିପାରିବେ । LIC ଏପରି ଅନେକ ପଲିସି ପ୍ରଦାନ କରେ ଯାହା ଅଧିକାଂଶ ଲୋକ ପସନ୍ଦ କରନ୍ତି । ଏହି ପଲିସିଗୁଡିକ ମଧ୍ୟରୁ କେତେକ ଦୀର୍ଘକାଳୀନ ଓ କେତେକ ସ୍ୱଳ୍ପ ମିଆଦି ଅଟେ । ଏପରି ପରିସ୍ଥିତିରେ ଯଦି ଆପଣ ଅଳ୍ପ କିଛି ବିନିଯୋଗ କରି ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ।ତେବେ ଆପଣଙ୍କ ଏହି ଇଚ୍ଛା ପୂରଣ ହୋଇପାରିବ । ଏଥିପାଇଁ ଏଲଆଇସି ଏକ ପ୍ଲାନ ଲଞ୍ଚ କରିଛି । ଯାହାର ନାମ ହେଉଛି LIC ନ୍ୟୁ ମନି ବ୍ୟାକ୍ ପଲିସି (LIC New Money Back Policy) ରହିଛି ।

ଜାଣନ୍ତୁ LIC ର ନ୍ୟୁ ମନି ବ୍ୟାକ୍ ପଲିସି ପଲିସି ବିଷୟରେ
LIC ର ଏହି ନ୍ୟୁ ମନି ବ୍ୟାକ୍ ପଲିସି ହେଉଛି ଏକ ସଂଯୁକ୍ତ ଜୀବନ ବୀମା ପଲିସି । ଯାହା ଗ୍ୟାରେଣ୍ଟି ରିଟର୍ନ ଓ ବୋନସ୍ ଦେଇଥାଏ । ଏହି ପଲିସିର ବିଶେଷତ୍ୱ ​​ହେଉଛି ଯେ ବୀମାକାରୀ ୫ ବର୍ଷରେ ଟଙ୍କା ଫେରସ୍ତ କରନ୍ତି । ପରିପକ୍ୱତାରେ ଭଲ ରିଟର୍ନ କରିବା ସହିତ ପ୍ରତିବର୍ଷ ଟିକସ ବୀମା ସୁବିଧା ମଧ୍ୟ ପାଇଥା’ନ୍ତି ।

ପରିପକ୍ୱତା ଉପରେ ପ୍ରାପ୍ତ ପରିମାଣ ଟ୍ୟାକ୍ସମୁକ୍ତ
ଏହି ପଲିସି ନେବାକୁ ଆପଣ ୨୦ ବର୍ଷ ଓ ୨୫ ବର୍ଷର ୨ ଟି ବିକଳ୍ପ ପାଇବେ । ଏହି ପଲିସି ଏକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ପଲିସି । ଏହା ସହିତ ଏହାର ସୁଧ, ପ୍ରିମିୟମ ଦେୟ ଓ ପରିପକ୍ୱତା ଉପରେ ପ୍ରାପ୍ତ ରାଶି ଉପରେ କୌଣସି ଟିକସ ରହିବ ନାହିଁ । ଏହି ଯୋଜନାରେ ଯଦି ଆପଣ ୨୫ ବର୍ଷ ପାଇଁ ପ୍ରତିଦିନ ୧୬୦ ଟଙ୍କା ବିନିଯୋଗ କରନ୍ତି । ତେବେ ୨୫ ବର୍ଷ ପରେ ଆପଣ ୨୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ ।

୧୩ ରୁ ୫୦ ବର୍ଷର ବୟସ୍କମାନେ ଲାଭ ଉଠାଇ ପାରିବେ
LIC ଅନୁଯାୟୀ 13 ବର୍ଷରୁ 50 ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି କେହିବି ଏହି ଯୋଜନା ନେଇପାରିବେ । ଏହି ପଲିସିରେ ପ୍ରତ୍ୟେକ ପଞ୍ଚମ ବର୍ଷ ଅର୍ଥାତ୍ ୫ ବର୍ଷ, ଦଶମ ବର୍ଷ, ୧୫ ବର୍ଷ, ୨୦ ବର୍ଷ ୧୫ ରୁ ୨୦ ପ୍ରତିଶତ ଟଙ୍କା ଫେରସ୍ତ ଉପଲବ୍ଧ ହେବ । କିନ୍ତୁ ଏହା ସେତେବେଳେ ଫେରସ୍ତ ହେବ ଯେତେବେଳେ ଅତିକମରେ ୧୦ ପ୍ରତିଶତ ପ୍ରିମିୟମ ଜମା ହୋଇଥିବ । ଏହା ସହିତ ନିବେଶକମାନଙ୍କୁ ପରିପକ୍ୱତା ଉପରେ ବୋନସ ଦିଆଯିବ । ମୋଟ ୧୦ ଲକ୍ଷ ଟଙ୍କାର ଏହି ପଲିସି ଆପଣ ମଧ୍ୟ ଆକସ୍ମିକ ମୃତ୍ୟୁର ଲାଭ ପାଇବେ । ପରିପକ୍ୱତା ଉପରେ ନିବେଶକମାନଙ୍କୁ ମଧ୍ୟ ଏକ ବୋନସ ଦିଆଯିବ ।
Published by: Jagdish Barik
First published: December 19, 2020, 10:06 AM IST
corona virus btn
corona virus btn
Loading