LIC ର ପଇସା ରଖିଛନ୍ତି କି? କମ୍ପାନୀ ନେଲା ବଡ଼ ନିଷ୍ପତ୍ତି

LIC ଏକ ବଡ଼ ନିଷ୍ପତ୍ତି ନେଇଛି । ଯାହାକୁ ଶୁଣିବା ପରେ ଗ୍ରାହକମାନେ ଖୁସିରେ ନାଚି ଉଠିବେ ।

LIC ଏକ ବଡ଼ ନିଷ୍ପତ୍ତି ନେଇଛି

LIC ଏକ ବଡ଼ ନିଷ୍ପତ୍ତି ନେଇଛି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

LIC housing Finance: LIC ହାଉସିଂ ଫାଇନାନ୍ସ ଏକ ନୂଆ ନିଷ୍ପତ୍ତି ନେଇଛି। ଯାହାକୁ ଶୁଣିବା ପରେ ଗ୍ରାହକ ମାନେ ବେଶ ଆଶ୍ୱସ୍ତି ମନେ କରିବେ। କମ୍ପାନୀ ନିଜର ନୂଆ ସୁଧ ହାର କାର୍ଯ୍ୟକାରୀ କରିସାରିଛି। LIC ହାଉସିଂ ଫାଇନାନ୍ସ ବର୍ତ୍ତମାନ ୭.୨୫ ପ୍ରତିଶତରୁ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି। ଯାହାକି ଏକରୁ ପାଞ୍ଚ ବର୍ଷର କାର୍ଯ୍ୟକାଳ ପାଇଁ ଏହା ପ୍ରଯୁଜ୍ୟ।

LIC ହାଉସିଂ ଫାଇନାନ୍ସ ୱେବସାଇଟ୍ ଅନୁଯାୟୀ, ଆପଣ ଏକ ବର୍ଷ, ୧୮ ମାସ, ୨ ବର୍ଷ, ୩ ବର୍ଷ ଏବଂ ପାଞ୍ଚ ବର୍ଷ ପାଇଁ ଟଙ୍କା ସଞ୍ଚୟ କରିପାରିବେ। ଆପଣ ସଞ୍ଜୟୀ ସାର୍ବଜନୀନ ଜମା ଯୋଜନା ଅଧୀନରେ ଟଙ୍କା ସଞ୍ଚୟ କରିପାରିବନେ। ଜଣେ ଚାହିଁଲେ ୨୦ କୋଟି କିମ୍ବା ତାଠୁ ଅଧିକ ଟଙ୍କା ରଖିପାରିବ। ସୁଧ ଟଙ୍କା ପ୍ରତିବର୍ଷ ଏଫଡି ଆକାଉଣ୍ଟରେ ଜମା ହୋଇଥାଏ। କିନ୍ତୁ ଏହା ମାଚ୍ୟୁରିଟି ପରେ ହିଁ ଦିଆଯାଏ। ତାହା ହେଉଛି, ଆପଣ ଗୋଟିଏ ଥରରେ ବିପୁଳ ପରିମାଣର ଅର୍ଥ ପାଇପାରିବେ।

SBIରେ ଆକାଉଣ୍ଟ ଅଛି କି? ପ୍ରତି ଖାତାଧାରୀଙ୍କୁ ମିଳୁଛି ୫୭ ହଜାର ଟଙ୍କା

ଆପଣଙ୍କୁ ସର୍ବନିମ୍ନ ୨୦ ହଜାର ଜମା କରିବାକୁ ପଡିବ। ୨୦ କୋଟିରୁ କମ୍ ମୂଲ୍ୟରେ ଏଫଡି ହାରର ଏକ ପ୍ରକାର ଉପଲବ୍ଧ। ଗୋଟିଏ ବର୍ଷ ମଧ୍ୟରେ ୭.୨୫ ପ୍ରତିଶତ ମିଳିପାରିବ। ୧୮ ମାସର କାର୍ଯ୍ୟକାଳ ପାଇଁ ୭.୩୫ ପ୍ରତିଶତ ପ୍ରଯୁଜ୍ୟ। ୨ ବର୍ଷର FD ଉପରେ ୭.୬ ପ୍ରତିଶତ, ତିନି ବର୍ଷର FD ଉପରେ ୭.୭୫ ପ୍ରତିଶତ ଏବଂ ପାଞ୍ଚ ବର୍ଷର FD ଉପରେ ୭.୭୫ ପ୍ରତିଶତ ସୁଧ ଗ୍ରହଣ କରାଯାଉଛି। ସଞ୍ଚୟୀ  FD ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ।
Published by:Soumya Das
First published: