News 18 Odia Digital
ହିନ୍ଦୁ ସଂସ୍କୃତିରେ ସ୍କନ୍ଦ ଷଷ୍ଠୀକୁ ଅତି ଭକ୍ତି ଓ ଉତ୍ସାହର ସହିତ ପାଳନ କରାଯାଏ। ଶ୍ରାବଣ ମାସରେ ଶୁକ୍ଳ ପକ୍ଷର ଷଷ୍ଠ ଦିନରେ ସ୍କନ୍ଦ ଷଷ୍ଠୀ ପାଳନ କରାଯାଏ।ଏହି ଦିନ ଭଗବାନ କାର୍ତ୍ତିକେୟଙ୍କ ପୂଜା କରନ୍ତି ଓ ଲୋକ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଉପବାସ ମଧ୍ୟ ରଖନ୍ତି। ଯେହେତୁ ଲୋକ ଆଜି ଦେବତାଙ୍କୁ ପୂଜା କରିବାକୁ ଯାଉଛନ୍ତି, ସେମାନେ ଏହି ଦିନ ଉପବାସ ପାଳନ କରିବାର ଶୁଭ ସମୟ, ମନ୍ତ୍ର ଓ ମହତ୍ୱ ବିଷୟରେ ଜାଣିବା ଉଚିତ୍।
ସ୍କନ୍ଦ ଷଷ୍ଠୀ ୨୦୨୨ ମହତ୍ଵ
ହିନ୍ଦୁ ପୁରାଣ ଅନୁଯାୟୀ, ସ୍କନ୍ଦ ଷଷ୍ଠୀ ଶୁଭ ଦିନରେ ଉପଯୁକ୍ତ ରୀତିନୀତି କରି ଭଗବାନ କାର୍ତ୍ତିକେୟଙ୍କୁ ପୂଜା କରୁଥିବା ଲୋକେ ଏକ ସନ୍ତାନ ସହିତ ଆଶୀର୍ବାଦ ପ୍ରାପ୍ତ କରନ୍ତି ଏଥି ସହିତ, କ୍ରୋଧ, ଲୋଭ ଭଳି ସମସ୍ତ ମନ୍ଦ ଭକ୍ତଙ୍କ ଜୀବନରୁ ଦୂରେଇଯାଏ। ଡ୍ରିକ୍ ପାଞ୍ଜି ଅନୁଯାୟୀ, ଶୁଭ ତିଥି ଅଗଷ୍ଟ ୩ ତାରିଖ ସକାଳ ୫:୪୧ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ସକାଳ ୫:୪୦ରେ ଶେଷ ହେବ।
ଭକ୍ତମାନେ ସକାଳୁ ଉଠି ସ୍ନାନ କରି ଓ ନୂଆ ପୋଷାକ ପିନ୍ଧି ପୂଜା କରିପାରିବେ। ତା’ପରେ ସେମାନେ ସେହି ସ୍ଥାନକୁ ସଫା କରିବେ ଯେଉଁଠାରେ ସେମାନେ ପ୍ରଭୁ କାର୍ତ୍ତିକେୟଙ୍କ ମୂର୍ତ୍ତି ରଖିବେ। ଭଗବାନ କାର୍ତ୍ତିକେୟଙ୍କ ମୂର୍ତ୍ତି ସହିତ ଭୋଲେନାଥ, ପାର୍ବତୀ ଓ ଗଣେଶଙ୍କର ମୂର୍ତ୍ତି ରଖିବା ଉଚିତ୍। ଏହା ପରେ ଭକ୍ତମାନେ ପ୍ରଭୁ କାର୍ତ୍ତିକେୟଙ୍କୁ ଜଳ, ବସ୍ତ୍ର, ଫୁଲ, ଫଳ ଓ ମିଠା ଅର୍ପଣ କରିପାରିବେ। ସେମାନେ ଆରତୀ ସହିତ ପୂଜାକୁ ସମାପ୍ତ କରିବା ଦରକାର।
ସ୍କନ୍ଦ ଷଷ୍ଠୀ ୨୦୨୨ ମନ୍ତ୍ର ; “ଓମ୍ ଶ୍ରାବଣଭବୟା ନମଃ, ଜ୍ଞାନଶକ୍ତିଧରା ସ୍କନ୍ଦ କଲ୍ୟାଣ ସୁନ୍ଦରା’’
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।