ଶ୍ରୀକୃଷ୍ଣ ବୋଲି ଦାବି କରୁଥିବା ରାଜାଙ୍କ ବିଷୟରେ
News 18 Odia Digital
Janmasthami 2022; ହିନ୍ଦୁ ପାଞ୍ଜି ଅନୁସାରେ କୃଷ୍ଣ ଜନମାଷ୍ଟମୀ ରୋହିଣୀ ନକ୍ଷତ୍ରରେ ଭାଦ୍ରବ ମାସର ଅଷ୍ଟମ ଦିନରେ ପାଳନ କରାଯାଏ । ଏହି ବର୍ଷ ଜନମାଷ୍ଟମୀର ମହାନ ପର୍ବ ୧୮ ଅଗଷ୍ଟ, ଗୁରୁବାର ଦିନ ପାଳନ କରାଯିବ। ହିନ୍ଦୁମାନଙ୍କ ବିଶ୍ୱାସ ଅନୁଯାୟୀ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରିଥିଲେ । ବାସୁଦେବ ଏବଂ ଜାନକୀଙ୍କ ପୁତ୍ର ଭଗବାନ କୃଷ୍ଣ ମଧ୍ୟ ଭଗବାନ ବିଷ୍ଣୁଙ୍କ ଅବତାର । ପୁରାଣ, ମହାଭାରତ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଯେ ସେହି ସମୟରେ ପୁଣ୍ଡରିକ ନାମକ ଜଣେ ରାଜା ଥିଲେ ଯିଏ ଦାବି କରିଥିଲେ ଯେ ସେ ହିଁ କୃଷ୍ଣ । ସେ ଏହା କହୁଥିଲେ କାରଣ ତାଙ୍କ ପିତାଙ୍କ ନାମ ମଧ୍ୟ ବାସୁଦେବ ଥିଲା। ନିଜକୁ ପ୍ରକୃତ କୃଷ୍ଣ ବୋଲି ପ୍ରମାଣ କରିବାକୁ ସେ ଏକ ଭ୍ରମ ସୃଷ୍ଟି କରିଥିଲେ । ସେ ତାଙ୍କ ପାଖରେ ଏକ ନକଲି ସୁଦର୍ଶନ ଚକ୍ର, ଏକ ନକଲି କୌସ୍ତୁବ ରତ୍ନ ଏବଂ ମୟୂର ପୁଚ୍ଛ ମଧ୍ୟ ରଖିଥିଲେ ଏବଂ ମୟୂର ପୁଚ୍ଛକୁ ଠିକ୍ ଶ୍ରୀକୃଷ୍ଣଙ୍କ ଭଳି ଲଗାଉଥିଲେ ଏବଂ" ମୁଁ ପ୍ରକୃତ କୃଷ୍ଣ ବୋଲି" ଦାବି କରୁଥିଲେ ।
ରାଜା ପୁଣ୍ଡରିକ ପୁଣ୍ଡ୍ରା ଅଞ୍ଚଳର ରାଜା ଥିଲେ । ଏହାର କ୍ଷେତ୍ର କାଶୀ ଚାରିପାଖରେ ବୋଲି ବିବେଚନା କରାଯାଏ । କାଶୀ ରାଜାଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିବା ମଧ୍ୟ ବିଶ୍ୱାସ କରାଯାଏ । ଥରେ ରାଜା ତାଙ୍କର ଘନିଷ୍ଠ ବ୍ୟକ୍ତିଙ୍କ ଦ୍ଵାରା ଭଗବାନ କୃଷ୍ଣଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେଉଁଥିରେ ସେ କହିଥିଲେ ଯେ ମୁଁ ପ୍ରକୃତ କୃଷ୍ଣ ଅଟେ ଏବଂ ତୁମେ ମଥୁରା ଛାଡିକି ଯିବା ଉଚିତ୍ ନଚେତ୍ ଯୁଦ୍ଧ କରିକି ମତେ ପରାସ୍ତ କର । ଏହି କଥା ଶୁଣି ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଥିଲେ । ପହଞ୍ଚିବା ପରେ ସେ ରାଜାଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ରାଜା ପୁଣ୍ଡରିକ ଠିକ୍ ତାଙ୍କ ପରି ଦେଖାଯାଉଥିଲେ । ଯୁଦ୍ଧର କିଛି ସମୟ ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଶସ୍ତ୍ର ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କୁ ହରାଇଥିଲେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।