କେହି ଭୋକରେ ନଶୁଅନ୍ତୁ, ପ୍ରତ୍ୟକ ବ୍ୟକ୍ତିଙ୍କ ପାଖରେ ପହଞ୍ଚୁ ଖାଦ୍ୟ, କେନ୍ଦ୍ର ସରକାରଙ୍କୁ ଏସସିଙ୍କ ନିର୍ଦ୍ଦେଶ

ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଖାଦ୍ୟ ଶସ୍ୟ ପ୍ରତ୍ୟକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ବୋଲି କେନ୍ଦ୍ର ନିଶ୍ଚିତ କରିବା ଉଚିତ ।

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଆମର ସଂସ୍କୃତି, ଆମେ ଏହା ସୁନିଶ୍ଚିତ କରିବା କି କେହି ଖାଲି ପେଟରେ ଯେମିତି ଶୋଇବେ ନାହିଁ । ମଙ୍ଗଳବାର ଦିନ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଖାଦ୍ୟ ଶସ୍ୟ ପ୍ରତ୍ୟକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ବୋଲି କେନ୍ଦ୍ର ନିଶ୍ଚିତ କରିବା ଉଚିତ ।

ଏହି ସମୟରେ ଜଷ୍ଟିସ୍ ଏମଆର ଶାହା ଓ ହିମା କୋହଲିଙ୍କ ଏକ ବେଞ୍ଚ କେନ୍ଦ୍ରକୁ ଇ ଶ୍ରମ ପ୍ରୋଟାଲ (eShram portal)ରେ ପଞ୍ଜୀକୃତ ପ୍ରବାସୀ ଓ ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ସଂଖ୍ୟାର ଏକ ନୂତନ ଚାର୍ଟ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛି।

ସୁପ୍ରିମକୋର୍ଟ କହିଛନ୍ତି, "ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନୁଯାୟୀ ଖାଦ୍ୟ ଶସ୍ୟ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ । ଆମେ କହୁ ନାହୁଁ ଯେ କେନ୍ଦ୍ର କିଛି କରୁନାହିଁ, ଭାରତ ସରକାର କୋଭିଡ୍ ସମୟରେ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିଛନ୍ତି । ଏଥିସହ ଆମକୁ ଦେଖିବାକୁ ପଡିବ ଯେ ଏହି ଧାରା ଏବେବି ଅବ୍ୟାହତ ରହିଛି। ଖାଲି ପେଟରେ କେହି ଶୋଇ ନ ଶୋଇଯାଉ ଏହାକୁ ସୁନିଶ୍ଚିତ କରିବା ଆମର ସଂସ୍କୃତି । "

ଆପଣଙ୍କୁ କହିରଖୁଛୁ ଯେ ମଙ୍ଗଳବାର ଦିନ କୋଭିଡ ଓ ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା । ତିନିଜଣ ସାମାଜିକ କାର୍ଯ୍ୟକର୍ତ୍ତା ଅଞ୍ଜଲି ଭରଦ୍ୱାଜ, ହର୍ଷ ମାଣ୍ଡେର ଓ ଜଗଦୀପ ଛୋକରଙ୍କ ତରଫରୁ କୋର୍ଟରେ ହାଜର ହୋଇଥିବା ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ୨୦୧୧ ଜନଗଣନା ପରେ ଜନସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହା ସହିତ NFSA ଅଧୀନରେ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଯଦି ଏହି ନିୟମ ସଠିକ୍ ରୂପେ କାର୍ଯ୍ୟକାରୀ ନହୁଏ ତେବେ ଅଭାବୀ ଲୋକମାନେ ଖାଦ୍ୟ ଶସ୍ୟ ପାଇପାରିବେ ନାହିଁ ।
Published by:Soubhagya Mishra
First published: