ଭାରତରେ ପାକିସ୍ତାନର କଲରାପତରିଆ ବାଘ; କ୍ୟାମେରାରେ କଏଦ ହେଲା ଭିଡିଓ

ଭାରତରେ ପାକିସ୍ତାନର କଲରାପତରିଆ ବାଘ; କ୍ୟାମେରାରେ କଏଦ ହେଲା ଭିଡିଓ

ଭାରତରେ ପାକିସ୍ତାନର କଲରାପତରିଆ ବାଘ; କ୍ୟାମେରାରେ କଏଦ ହେଲା ଭିଡିଓ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆଦିଲ୍ଲୀ :  ପାକିସ୍ତାନ ସୀମା ଦେଇ ଭାରତରେ ପ୍ରବେଶ କଲା କଲରାପତରିଆ ବାଘ । ଯାହାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଶନିବାର ସନ୍ଧ୍ୟା ୭ଟା ସମୟରେ ବାଘଟି ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ଭାରତରେ ଡିଆ ମାରି ପ୍ରବେଶ କରିଛି ।

ସାମ୍ବା ଜିଲ୍ଲାର ରାମଗଡ଼ ସବ୍‌ ସେକ୍ଟରରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ବିଏସ୍‌ଏଫ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଘଟି ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରିଛି । ବାଘ ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକଙ୍କୁ ଆଲର୍ଟ ରହିବାକୁ ବିଏସ୍‌ଏଫ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପଢନ୍ତୁ ଏହି ଖବର : http://Pakhal Divas: ଶ୍ରୀମନ୍ଦିରରେ ପଖାଳ ଭାତ ଭୋଗ; ପଖାଳ ଭାତରେ ଘିଅ ଖାଆନ୍ତି ମହାପ୍ରଭୁ

ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନେଟିଜେନ୍‌ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କିଛି ନେଟିଜେନ୍‌ ଲେଖିଛନ୍ତି, ପାକିସ୍ତାନରେ ଖାଦ୍ୟ ସଙ୍କଟ ଏତେ ଗମ୍ଭୀର ହୋଇଯାଇଛି ଯେ, ବାଘ ମଧ୍ୟ ଦେଶ ଛାଡ଼ଇଲେଣି ।

ପଢନ୍ତୁ ଏହି ଖବର : http://Money mantra: କେମିତି ରହିବ ଆଜି ଆପଣଙ୍କ ଆର୍ଥିକ ସ୍ଥିତି; ପଢ଼ନ୍ତୁ ଆଜିର ଆର୍ଥିକ ରାଶିଫଳ

ଅନ୍ୟପଟେ କିଛି ଲୋକ ଲେଖିଛନ୍ତି, ଏଭଳି ଅନୁପ୍ରବେଶକ ଆମେ ସ୍ବାଗତ କରିବୁ । ପୁଣି କିଛି ଲେଖିଛନ୍ତି, ଶାହବାଜ ସରକାରରେ ବାଘ ମଧ୍ୟ ଖୁସି ନାହାନ୍ତି । ଅନ୍ୟ କେତେଜଣଙ୍କୁ ମତରେ ଇମ୍ରାନ୍‌ ଗିରଫଦାରୀ ଏଡ଼ାଇବା ପାଇଁ ଏଭଳି ଗେଟ୍‌ଅପ୍‌ ନେଇନାହାନ୍ତି ତ । ବାଘର ଏଭଳି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ସହ ମଜାଦାର କମେଣ୍ଟ କରୁଛନ୍ତି ଲୋକେ ।
Published by:Sujit Swain
First published: