ପୋଷା କୁକୁରକୁ ମାରି ଟାଣିନେଲା ଚିତା ବାଘ; ଭିଡିଓ ଭାଇରାଲ୍ ହେଲା; ଦେଖନ୍ତୁ VIDEO
କୁକୁରଟି ଗୋଟେ ଗଛରେ ବନ୍ଧା ହୋଇଥିବାରୁ ଖସି ପଳାଇ ପାରି ନ ଥିଲା । ଚିତା ବାଘ ତାକୁ ଆକ୍ରମଣ କରି ହତ୍ୟା କଲା, ହେଲେ ତାକୁ ଟାଣି ନେଇଯିବାର ଚେଷ୍ଟା କରି ବାରମ୍ବାର ବିଫଳ ହୋଇଥିଲା । ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ।

ଚିତା ବାଘ କୁକୁରଟିକୁ ଟାଣି ନେଇଯିବାକୁ ଚେଷ୍ଟା କରୁଛି ।
- News18 Odia
- Last Updated: December 8, 2020, 7:48 PM IST
ନାଶିକ୍: ଦଉଡ଼ିରେ ବନ୍ଧା ହୋଇଥିବା ପୋଷା କୁକୁରଟି ଚିତା ବାଘର ଆସିବାର ଗନ୍ଧ ବାରି ପାରି ଭୁକିଥିଲା । ହେଲେ କୌଶଳରେ ଲୁଚି ଲୁଚି ଆସି ଚିତା ବାଘ କୁକୁରଟିକୁ ଶିକାର କରିଥିଲା ଓ ତା ମୃତ ଦେହକୁ ନେଇଯିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ଅତି ନିକଟରୁ ଏକ ମୋବାଇଲ୍ ଫୋନରେ ଭିଡିଓ ରେକର୍ଡ଼ିଂ କରାଯାଇଛି । ଭିଟିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି ।
ଏହି ଲୋମହର୍ଷକ ଘଟଣା ଘଟିଛି ମହାରାଷ୍ଟ୍ରର ଇଗାତପୁରୀ ତାଲୁକାର ଏକ ଗାଁରେ । କୁହାଯାଉଛି ଯେ ଚିତା ବାଘଟି ଦିନ ସାରା ସେହି ପୋଷା କୁକୁରକୁ ଶିକାର କରିବାକୁ ଚେଷ୍ଟା କରିଥିଲା ଓ ଶେଷରେ ସଫଳ ହୋଇଥିଲା । ସେ କେବଳ କୁକୁରଟିକୁ ମାରି ଦେଇଥିଲା ତାହା ନୁହେଁ, ବରଂ ସେ ବନ୍ଧା ହୋଇଥିବା ଦଉଡ଼ିକୁ ଦାନ୍ତରେ କାଟି ତାକୁ ଟାଣି ନେଇଥିଲା । କ୍ୟାମେରାରେ ଏ ସବୁ କଏଦ ହୋଇଛି ।
ଏହା ବି ପଢ଼ନ୍ତୁ | Good Bye ସାମ୍ବାଦିକ ପ୍ରବୀର ପ୍ରଧାନ! ଖବର ଠୁଁ କ୍ଷୀପ୍ର ଥିଲା ତୁମ ଗତି, ସ୍ୱଚ୍ଛ ଥିଲା ତୁମ ହୃଦୟ; ତୁମେ ସଦା ମନେ ରହିବ
କୁକୁରକୁ ଶିକାର କରିବା ପରେ ଚିତା ବାଘ ତାକୁ ଟାଣି ନେଇ ପଳାଇବାକୁ ଚେଷ୍ଟା କରିଥିଲା । ହେଲେ ସେ କୁକୁରକୁ ଆଗକୁ ଟାଣି ପାରି ନ ଥିଲା କାରଣ କୁକୁରଟିର ମୃତ ଦେହ ଏକ ଗଛରେ ବନ୍ଧା ହୋଇଥିଲା । ଚିତା ବାଘ ଜୋରରେ ଦୀର୍ଘ ନିଶ୍ୱାସ ଛାଡ଼ିଲା ଓ ବାରମ୍ବାର ତାକୁ ଟାଣି ନେବାକୁ ଚେଷ୍ଟା କରି ଇଆଡ଼େ ସିଆଡ଼େ ଅନେଇଲା ।
ଦେଖନ୍ତୁ ଭିଡିଓ:
#नाशिक : पाळीव कुत्र्यावर बिबट्याचा हल्ला,
- इगतपुरी तालुक्यातील वासाळी येथील वाघोबाची वाडीतील घटना pic.twitter.com/oAnplblUBK
— sachin salve (@SachinSalve7) December 7, 2020
ବାରମ୍ବାର ନିଜ ଚେଷ୍ଟାରେ ବିଫଳ ହେବା ପରେ ଚିତା ବାଘ ଥରେ ମଲା କୁକୁରଟିକୁ ପୂରା ଶକ୍ତି ଲଗାଇ ଟାଣିବାକୁ ଚେଷ୍ଟା କଲା । ଶେଷରେ ସେ କୁକୁରର ବେକରେ ବନ୍ଧା ହୋଇଥିବା ଦଉଡ଼ିକୁ ନିଜ ଦାନ୍ତରେ କାଟି ଅଲଗା କଲା ଓ କାଳ ବିଳମ୍ବ ନ କରି ନିଜ ଶିକାର ନେଇ ପଳାଇଲା ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର Bypollରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? କହିଲେ: ‘‘BJD ଓ BJPର ଟଙ୍କା ବଣ୍ଟା ଓ Congressର ଦୁର୍ବଳ ସଙ୍ଗଠନ’’
ଚିତା ବାଘର ଏହି ଲୋମହର୍ଷକ ଶିକାରର ଦୃଶ୍ୟ ଏକ ମୋବାଇଲ୍ ଫୋନ୍ କ୍ୟାମେରାରେ କଏଦ ହୋଇଛି । ଚିତା ବାଘର ଭୟ ସେହି ଗାଁ ଓ ଆଖପାଖ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ମହାରାଷ୍ଟ୍ରର ଅହମ୍ମଦନଗରର ଓ ନାଶିକ୍ ଅଞ୍ଚଳରେ ବାରମ୍ବାର ଚିତା ବାଘ ଆକ୍ରମଣର ଘଟଣା ଘଟୁଥିବାରୁ ଲୋକେ ଆତଙ୍କିତ ଅଛନ୍ତି । ବନ ବିଭାଗ ଓ ପୋଲିସ ଏହି ପ୍ରକାର ଘଟଣା କମ୍ କରିବାକୁ ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରୟାସ କରୁଛନ୍ତି ।