News18 Odia Digital
ଆସାମ: ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଦେଇ ଯାଉଥିବା ରାଜପଥରେ ଏକ ଚିତାବାଘ ଜଣେ ସାଇକେଲ ଚାଳକ ଉପରେ ଆକ୍ରମଣ କରିଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଭାଇରାଲ ହେଉଥିବା ଫୁଟେଜରୁ ଜଣାପଡ଼ିଛି ଯେ ସାଇକେଲ ଚାଳକ କାଜିରଙ୍ଗା ଜାତୀୟ ରାଜପଥରେ ଯାଉଥିଲେ। ତା’ପରେ ହଠାତ୍ ଚିତାବାଘ ଜଙ୍ଗଲରୁ ତାଙ୍କ ଉପରକୁ ଡେଇଁ ପଡ଼ିଲା। ସାଇକେଲ ଚାଳକ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ହେଲେ ଚିତାବାଘ ଅଧିକ ଆକ୍ରମଣ ନକରି ପୁଣି ଜଙ୍ଗଲକୁ ଦୌଡ଼ି ପଳାଇଥିଲା।
ଭାଇରାଲ ହେଉଛି ଭିଡିଓଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଆକ୍ରମଣ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକ କିଛି ସମୟ ପାଇଁ ଅଟକି ଯାଇଥିଲେ। ସାମାନ୍ୟ ଆହାତ ହୋଇଥିବା ବ୍ୟକ୍ତି ଜଣଙ୍କ ପୁଣି ନିଜ ସାଇକେଲ ବୁଲାଇ ଲୋକଙ୍କ ପାଖକୁ ଆସିଥିବାର ନଜର ଆସୁଛନ୍ତି।
IFS ଅଧିକାରୀ ଭିଡିଓ ସେୟାର କରିଛନ୍ତିଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପରଭୀନ କାସୱାନ ଟ୍ୱିଟରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘ଏହି ଘଟଣା ଜାନୁଆରୀରେ କାଜିରଙ୍ଗାଠାରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥାପିତ କ୍ୟାମେରାରେ କଏଦ ହୋଇଥିଲା। ଚିତାବାଘ ରାଜପଥ ପାର ହେବାକୁ ଚେଷ୍ଟା କରୁଥିଲା। ଉଭୟ ଭାଗ୍ୟବାନ ଥିଲେ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।