କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ
ବଡ଼ ଟେଲିଭି଼ଜନ୍ ପରଦାରେ ଭର୍ଚ୍ଚୁଆଲ୍ ଶୁଣାଣି ଦେଖୁଥିବା ସବୁ ଲୋକ ଓକିଲଙ୍କର ସେହି ଦୃଶ୍ୟ ଦେଖି ବିସ୍ମିତ ଓ ବିରକ୍ତ ହୋଇଯାଇଥିଲେ । ବିଚାରପତି ତ ସେହି ଦୃଶ୍ୟ ଦେଖି କ୍ରୋଧିତ ହୋଇଥିଲେ । ପରେ ସେହି ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା ।

ଭର୍ଚ୍ଚୁଆଲ୍ ଶୁଣାଣିରେ ଓକିଲ ରୋବଲସ୍ ନିଜ ଚ୍ୟାମ୍ବରରୁ ସାମିଲ ହୋଇଥିଲେ ।
- News18 Odia
- Last Updated: February 4, 2021, 8:44 PM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ କାରଣରୁ ବିଶ୍ୱର ଅନେକ ଦେଶରେ କୋର୍ଟର କାର୍ଯ୍ୟ ଭିଡିଓ କନଫେରେନ୍ସିଂ ଜରିଆରେ ହେଉଥିବା ବେଳେ ଏକ ଅତି ଗୁରୁତର ମାମଲା ସାମନାକୁ ଆସିଛି । ଜୁମ୍ ମାଧ୍ୟମରେ ଏକ କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ହେଉଥିବା ସମୟରେ କ୍ୟାମେରାରେ ଥିବା ଜଣେ ଓକିଲ ନିଜ ଚ୍ୟାମ୍ବରରେ ଜଣେ ଯୁବତୀଙ୍କ ସହ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଦେଖାଯାଇଥିଲା ।
ବଡ଼ ଟେଲିଭି଼ଜନ୍ ପରଦାରେ ଭର୍ଚ୍ଚୁଆଲ୍ ଶୁଣାଣି ଦେଖୁଥିବା ସବୁ ଲୋକ ଓକିଲଙ୍କର ସେହି ଦୃଶ୍ୟ ଦେଖି ବିସ୍ମିତ ଓ ବିରକ୍ତ ହୋଇଯାଇଥିଲେ । ବିଚାରପତି ତ ସେହି ଦୃଶ୍ୟ ଦେଖି କ୍ରୋଧିତ ହୋଇଥିଲେ । ଏହି ଘଟଣା ଘଟିଛି ପେରୁରେ । ସେଠାକାର ଓକିଲ ହେକ୍ଟର ପାରେଡସ୍ ରୋବଲସଙ୍କୁ (Hector Paredes Robles) ଏହି ଅଭାବନୀୟ କାର୍ଯ୍ୟ ପାଇଁ ବିଚାରପତିଙ୍କ ଠାରୁ ଭୀଷଣ ଭର୍ତ୍ସନା ଶୁଣିବାକୁ ପଡ଼ିଥିଲା ।
ଏହା ବି ପଢ଼ନ୍ତୁ | ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
କୋର୍ଟର ଶୁଣାଣି ଚାଲିଥିବା ବେଳେ ଓକିଲ ରୋବଲସ୍ ସେହି ଯୁବତୀଙ୍କ ସହ ଯୌନ କ୍ରୀଡ଼ାରେ ଲିପ୍ତ ହେଉଥିବା ଦୃଶ୍ୟ ସମସ୍ତେ ଚକିତ ହୋଇ ଦେଖୁଥିଲେ । ଯେତେବେଳେ ଏହି ଦୃଶ୍ୟ ଓ ଘଟଣା ଜଜ୍ ଜନ୍ ଚାଚୁଆ ଟୋରେସଙ୍କ ଦୃଷ୍ଟିକୁ ଅଣାଗଲା, ସେ ତାହା ଦେଖି ଖୁବ୍ କ୍ରୋଧିତ ହୋଇଥିଲେ । ଜଜ୍ ସଙ୍ଗେ ସଙ୍ଗେ ଭର୍ଚ୍ଚୁଆଲ୍ ଶୁଣାଣିକୁ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭାଇରାଲ୍ ହୋଇଥିବା ଓକିଲଙ୍କ ସେହି VIDEO:
‘‘ଏହି ଓକିଲ କୋର୍ଟର ମର୍ଯ୍ୟାଦାକୁ ଅସମ୍ମାନ କରିଛନ୍ତି । ତାଙ୍କର ଆଇନ୍ ପେଶା ପ୍ରତି ଯଥେଷ୍ଟ ସମ୍ମାନ ଓ ମର୍ଯ୍ୟାଦା ନାହିଁ,’’ କହିଥିଲେ ଜଜ୍ । ସେଠାକାର ଓକିଲମାନଙ୍କ ସଙ୍ଗଠନ (ବାର୍ ଆସୋସିଏସନ୍) ରୋବଲସଙ୍କ ଏହି କାର୍ଯ୍ୟ ବିରୋଧରେ ସମ୍ଭାବ୍ୟ ଦଣ୍ଡାତ୍ମକ ପଦକ୍ଷେପକୁ ସମର୍ଥନ ଜଣାଇଥିଲା । ତା’ ପରେ ତାଙ୍କୁ ସେହି ମାମଲାରୁ ବାହାର କରାଯାଇଥିଲା । ଅଭିଯୁକ୍ତ ଓକିଲ ହେକ୍ଟର ପାରେଡସ୍ ରୋବଲସ ଏହି ମାମଲା ଉପରେ ନିଜ ମୁହଁ ଖୋଲି ନାହାନ୍ତି ।
ସେପଟେମ୍ବର ମାସରେ ଆର୍ଜେଣ୍ଟିନାର ସାଂସଦ ଜୁଆନ୍ ଏମିଲିଓ ଆମେରିଙ୍କୁ ଏମିତି ଏକ ଘଟଣା ପାଇଁ ଇସ୍ତଫା ଦେବାକୁ ପଡ଼ିଥିଲା । ସଂସଦର ଏକ ଭର୍ଚ୍ଚୁଆଲ୍ ବୈଠକ ସମୟରେ ତାଙ୍କୁ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଯୌନ କ୍ରିୟାରେ ଲିପ୍ତ ଥିବା ଦେଖାଯାଇଥିଲା ।