ସୋସିଆଲ ମିଡ଼ିଆରେ ଜଜ୍‌ମାନଙ୍କ ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ: ଆଇନ ମନ୍ତ୍ରୀ ପ୍ରସାଦ

ରବି ଶଙ୍କର ପ୍ରସାଦ ଲେଖିଛନ୍ତି ଯେ କଂଗ୍ରେସ ଓ ଏହାର ଓକିଲମାନଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଇମ୍ପିଚମେଣ୍ଟ୍ ଅଭିଯାନ ଆଣିବା ନିକଟ ଅତୀତରେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ସବୁ ଠାରୁ ବଡ଼ କଳଙ୍କ ଥିଲା ।

ସୋସିଆଲ ମିଡ଼ିଆରେ ଜଜ୍‌ମାନଙ୍କ ବିରୋଧରେ ମନ୍ତବ୍ୟ ଗ୍ରହଣୀୟ ନୁହେଁ: ଆଇନ ମନ୍ତ୍ରୀ ପ୍ରସାଦ
କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ
  • News18 Odia
  • Last Updated: September 10, 2020, 5:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଅମିତାଭ ସିହ୍ନା | News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ (Law Minister Ravi Shankar Prasad) ଗୁରୁବାର ଦିନ ସୋସିଆଲ ମିଡ଼ିଆରେ ବିଚାରପତିମାନଙ୍କ ଉପରେ ହେଉଥିବା ବ୍ୟକ୍ତିଗତ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏକ ଇଂରାଜୀ ଦୈନିକ ଖବରକାଗଜରେ ସେ ଲେଖିଥିବା ଏକ ଆର୍ଟିକିଲରେ ଆଇନ ମନ୍ତ୍ରୀ ନ୍ୟାୟପାଳିକାର ସ୍ୱାଧୀନତା (independence of judiciary) ଉପରେ ଅଭିଯୋଗ କରିବାର ଏହି ନକାରାତ୍ମକ ଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି।

‘‘PIL ଦାଖଲ କରିବା, କୋର୍ଟ କେଉଁ ପ୍ରକାରର ବିଚାର ପ୍ରଦାନ କରିବା ଉଚିତ ତାହା କହି ସୋସିଆଲ ମିଡ଼ିଆରେ ଅଭିଯାନ ଆରମ୍ଭ କରିବା ଓ ଯଦି ଚୂଡ଼ାନ୍ତ ରାୟ ମନ ମୁତାବକ ହେଉନାହିଁ ତାହେଲେ ତାହା ବିରୋଧରେ ଏକ ଭୀଷଣ ଅଭିଯାନ ଆରମ୍ଭ କରିବା ଆଦୌ ଭଲ କଥା ନୁହେଁ,’’ ଆଇନ ମନ୍ତ୍ରୀ ଲେଖିଛନ୍ତି ।

ରବି ଶଙ୍କର ପ୍ରସାଦ ଆହୁରି ଲେଖିଛନ୍ତି ଯେ କଂଗ୍ରେସ ଓ ଏହାର ଆଇନଜୀବୀମାନଙ୍କ ଦ୍ୱାରା ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଇମ୍ପିଚମେଣ୍ଟ୍‌ ଅଭିଯାନ ଚଳେଇବା ନିକଟ ଅତୀତରେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ସବୁ ଠାରୁ ବଡ଼ କଳଙ୍କ ଥିଲା ।

‘‘‘ମୋ’ ପଥ ନହେଲେ ରାଜପଥ’ର (My way or the highway) ଏହି ମନୋଭାବ ସାମ୍ପ୍ରତିକ ସମୟରେ ନ୍ୟାୟପାଳିକାର ସ୍ୱୀଧୀନତା ପାଇଁ ସବୁ ଠାରୁ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି,’’ ଆଇନ ମନ୍ତ୍ରୀ ଲେଖିଛନ୍ତି ।

ପ୍ରସାଦ କହିଛନ୍ତି ଯେ ନ୍ୟାୟପାଳିକାର ସ୍ୱାଧୀନତା ଫେରାଇ ଆଣିବା ପାଇଁ ଦେଶର ଜରୁରୀକାଳୀନ ପରିସ୍ଥିତିରେ (Emergency in country) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Prime Minister Narendra Modi) ସମେତ ସରକାରରେ ଥିବା ବରିଷ୍ଠ ବିଜେପି ନେତାମାନେ ଯନ୍ତ୍ରଣା ଭୋଗିଛନ୍ତି । ସେଇଥି ପାଇଁ ନ୍ୟାୟପାଳିକା ଉପରେ ବଢ଼ୁଥିବା ଆକ୍ରମଣ ସେମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ପ୍ରସାଦ ‘ଇଣ୍ଡିଆନ୍ ଏକ୍ସପ୍ରେସ’ରେ ଲେଖିଛନ୍ତି, ‘‘ଯେଉଁମାନେ ନିର୍ବାଚନରେ ଲୋକପ୍ରିୟ ଆଦେଶ ମାଧ୍ୟମରେ ବାରମ୍ବାର ଭାରତର ଲୋକମାନଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି, ସେମାନେ ସୁପ୍ରିମ କୋର୍ଟ ଓ ଅନ୍ୟାନ୍ୟ ଅଦାଲତର କରିଡରରୁ ବିବାଦୀୟ ମାମଲା ମାଧ୍ୟମରେ ଦେଶର ନୀତି ଓ ଶାସନକୁ ନିୟନ୍ତ୍ରଣ କରିବା ଉଚିତ ନୁହେଁ । ଏହା ଗ୍ରହଣୀୟ ନୁହେଁ ।’’



ସୁପ୍ରିମ କୋର୍ଟ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ (Prashant Bhushan) ଅଦାଲତ ଅବମାନନାର ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଏକ ଟଙ୍କା ଜୋରିମାନା ଦେବାର ରାୟ ଦେବାର ସପ୍ତାହକ ପରେ ରବି ଶଙ୍କର ପ୍ରସାଦ ଏହି ଚିନ୍ତା ପ୍ରକଟ କରିଛନ୍ତି ।
Published by: Anand Shankar Thankur Das
First published: September 10, 2020, 5:55 PM IST
corona virus btn
corona virus btn
Loading