ଜଷ୍ଟିସ ୟୁୟୁ ଲଳିତ (ପ୍ରତୀକାତ୍ମକ ଛବି)
News18 Odia Digital
ଆଇନ ମନ୍ତ୍ରୀ କିରେନ ରିଜିଜୁ ଭାରତର ପ୍ରଧାନ ବିଚାରପତି (ସିଜେ) ଏନଭି ରମନ୍ନାଙ୍କୁ ଏକ ଚିଠି ଲେଖିଛନ୍ତି। ପରବର୍ତ୍ତୀ ଉତ୍ତରାଧିକାରୀ ନାମ ସୁପାରିଶ କରିବାକୁ ସେ ତାଙ୍କୁ ଅନୁରୋଧ କରିଛନ୍ତି। ଅଗଷ୍ଟ ୩ ତାରିଖର ଚିଠିକୁ ବୁଧବାର ସନ୍ଧ୍ୟାରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଛି। CJI NV Ramana ଖୁବ୍ ଶୀଘ୍ର ଜଷ୍ଟିସ୍ ୟୁୟୁ ଲଲିତ ମୁଖ୍ୟ ବିଚାରପତି ଭାବରେ ସୁପାରିଶ କରିବେ ବୋଲି ସୂଚନା ମିଳିଛି।
ବିଚାରପତିଙ୍କ ନିଯୁକ୍ତିକୁ ନେଇ ବୁଧବାର ସୁପ୍ରିମକୋର୍ଟ କଲେଜିୟମ ବୈଠକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । କାରଣ ଆଇନ ମନ୍ତ୍ରଣାଳୟ CJI ରମନ୍ନାଙ୍କୁ ପରବର୍ତ୍ତୀ CJI ଭାବରେ ସୁପାରିଶ କରିବାକୁ ଚିଠି ଲେଖିବାରେ ବିଳମ୍ବ କରିଥିଲେ। ପାରମ୍ପରିକ ଭାବରେ, ବର୍ତ୍ତମାନର CJI ଅବସର ଗ୍ରହଣ କରିବାର ଏକ ମାସ ପୂର୍ବରୁ ମନ୍ତ୍ରଣାଳୟ ଲେଖିଛି।
CJI ରମନ୍ନା ୨୬ ଅଗଷ୍ଟରେ ଅବସର ନେଉଛନ୍ତି। ଜଷ୍ଟିସ୍ ଲଲିତ ଅଗଷ୍ଟ ୨୭ ରେ ୪୯ ତମ CJI ଭାବରେ ଶପଥ ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ। CJI ଭାବରେ ଜଷ୍ଟିସ୍ ଲଲିତ ସେହି କଲେଜିୟମକୁ ପରିଚାଳନା କରିବେ ଯେଉଁଥିରେ ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ ନାଜିର ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଅଛନ୍ତି। ଜଷ୍ଟିସ ବାନାର୍ଜୀ ସେପ୍ଟେମ୍ବର ୨୩ ରେ ଅବସର ହେବାକୁ ଥିବା ବେଳେ ଜଷ୍ଟିସ କେଏମ ଜୋସେଫ କଲେଜିୟମରେ ପ୍ରବେଶ କରିବେ।
ଜଷ୍ଟିସ ଲଲିତ ନଭେମ୍ବର ୮ ରେ CJI ଭାବରେ ଅବସର ନେବେ। ଏହା ପରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ୬୦ ତମ CJI ଭାବରେ ନିଯୁକ୍ତ କରାଯିବ।
CJI NV Ramanaଙ୍କ କାର୍ଯ୍ୟକାଳ ମଧ୍ୟରେ ୯ ଜଣ ବିଚାରପତି ସୁପ୍ରିମକୋର୍ଟରେ ଏକକାଳୀନ ଶପଥ ନେଇଥିଲେ। ପ୍ରଥମ ଥର ପାଇଁ ତିନିଜଣ ମହିଳା ବିଚାରପତି ସୁପ୍ରିମକୋର୍ଟରେ ଏକାଠି ଶପଥ ଗ୍ରହଣ କରିଥିଲେ। ଏହା ସହିତ ଦେଶ ପ୍ରଥମ ଥର ପାଇଁ ଜଷ୍ଟିସ୍ ବିଭି ନାଗରନାଥଙ୍କ ରୂପରେ ଜଣେ ମହିଳା CJI ପାଇବ। CJI ରାମନାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ହାଇକୋର୍ଟରେ ପ୍ରାୟ ୨୫୦ ବିଚାରପତି ନିଯୁକ୍ତ ହୋଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।