ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ଖୁସିରେ ନାଚୁଛନ୍ତି ମହିଳା; କଲେ ଡିଭୋର୍ସ ଫଟୋସୁଟ

ଛାଡ଼ପତ୍ର ଜୀବନର ଶେଷ ନୁହେଁ । ଏହି ମହିଳାଙ୍କୁ ଦେଖିବା ପରେ ଆପଣଙ୍କୁ ମଧ୍ଯ ଠିକ ଏପରି ଅନୁଭବ ହେବ ।

Divorce Photoshoot

Divorce Photoshoot

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Divorce Photoshoot: ସାଧାରଣତଃ ଛାଡ଼ପତ୍ର(Divorce) ହେଲେ ମହିଳାମାନେ ଭାଙ୍ଗିପଡ଼ନ୍ତି । ଜୀବନର ସବୁକିଛି ଶେଷ ହୋଇଯିବା ପରି ଅନେକ ଅନୂଭବ ମଧ୍ଯ କରନ୍ତି । କେବଳ ସେତିକି ନୁହେଁ କେହି କେହି ଡ଼ିପ୍ରେସନ(Depression)କୁ ମଧ୍ଯ ପଳାନ୍ତି । କିନ୍ତୁ ଆପଣ ଏହି କାହାଣୀ ଜାଣିବା ପରେ ହୁଏତ କହିବେ କଣ ସତରେ କେହି ଏମିତି ଖୁସି ହୋଇପାରେ । ଡିଭୋର୍ସ ପରେ, ଜଣେ ମହିଳା ନିଜ ଦୁଃଖକୁ ଏଭଳି ସେଲିବ୍ରେସନ କରିଛନ୍ତି, ଯାହା ଦର୍ଶାଉଛି ତାଙ୍କ ହୃଦୟ ଭାଙ୍ଗିଥାଇ ପାରେ ସତ, କିନ୍ତୁ ଆଗକୁ ବଢ଼ିବାର ମନୋବଳ ଭାଙ୍ଗିଯାଇନାହିଁ ।

ଆପଣ ନିଜ ସୋସିଆଲ ମିଡ଼ିଆରେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ବିଭିନ୍ନ ପୋଜରେ କପଲମାନେ ଫଟୋ ସେୟାର କରନ୍ତି। କିନ୍ତୁ ସେମିତି ଏକ ଲାଲ ଗାଉନ ପିନ୍ଧି ଜଣେ ମହିଳା ନିଜ ଡିଭୋର୍ସକୁ ସେଲିବ୍ରେସନ କରିଛନ୍ତି। ଯାହାର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି।

MONKEY EXPERT: ଆର୍ଥିକ ଦୁଃସ୍ଥିତିରେ ଶ୍ରୀଲଙ୍କା; ବିକିବ ଲକ୍ଷେ ମାଙ୍କଡ଼

ଆପଣ କେବେ ଭାବିଛନ୍ତି କି କେହି ନିଜର ଛାଡପତ୍ରକୁ ମଧ୍ୟ ସେଲିବ୍ରେସନ କରିବ। ଜଣେ ମହିଳା ତାଙ୍କ ଛାଡପତ୍ର ଦୁଃଖକୁ ବରଦାସ୍ତ କରିପାରିନ୍ତିନି। ଏପରି ସ୍ଥିତିରେ ଜଣେ ମହିଳା ଏକ ଫଟୋ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ମହିଳା ଜଣକ ଇନଷ୍ଟାଗ୍ରାମରେ ନିଜର ଛବି ସେୟାର କରିଛନ୍ତି । ଲରେନ୍ ବ୍ରୁକ୍ ନାମକ ଜଣେ ମହିଳା ତାଙ୍କ ଡିଭୋର୍ସ ଫଟୋସୁଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଲୋକମାନେ ଲରେନ୍ ବ୍ରୁକଙ୍କ ଫଟୋକୁ ପସନ୍ଦ କରିଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି।

ଲାଲ୍ ଗାଉନ୍ ପିନ୍ଧି ନିଜ ଡିଭୋର୍ସକୁ ସେଲେବ୍ରେସନ କରୁଥିବା ମହିଳାଙ୍କ ପ୍ରଥମ ଫଟୋରେ ସେ ହାତରେ ଛାଡପତ୍ର କାର୍ଡ଼ ଧରିଛନ୍ତି ଓ ହସୁଛନ୍ତି। ଗୋଟିଏ ଫଟୋରେ, ମହିଳା ଜଣକ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, 'ମୁଁ ତୁମକୁ ଶୁଭେଚ୍ଛା ଜଣାଇଥା’ନ୍ତି, କିନ୍ତୁ ବେଷ୍ଟ ତ ତମ ପାଖରେ ଥିଲା' ।








View this post on Instagram






A post shared by Pubity (@pubity)






ଦ୍ୱିତୀୟ ଛବିରେ, ମହିଳା ଜଣକ ତାଙ୍କ ବିବାହ ଗାଉନକୁ ଜଳାଉଛନ୍ତି। ଏହା ବ୍ୟତୀତ, ଏକ ଫଟୋରେ ଲରେନ୍ ଏକ ବୋତଲ ଚାମ୍ପେନ୍ ଖୋଲୁଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ, ସେ ତାଙ୍କ ବିବାହ ଫଟୋକୁ ତୀକ୍ଷ୍ଣ ହିଲରେ ମାଡୁଥିବାର ଦେଖିବାକୁ ମିଳିଥିଲା ​।
Published by:Soumya Das
First published: