News 18 Odia Digital
ତେଲେଙ୍ଗାନା: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଟି ରାଜାଙ୍କ ଜାମିନ ପ୍ରଦାନ ଖବର ଆସିବା ମାତ୍ରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ଜାମିନକୁ ନେଇ ଅନେକ ଲୋକ ହାଇଦ୍ରାବାଦର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଟି ରାଜା ଘରକୁ ଫେରିବା ମାତ୍ରେ ତାଙ୍କ ସମର୍ଥକ ମାନେ ଘର ବାହାରେ ଏକତ୍ରିତ ହୋଇଥିଲା । ଏଥିସହିତ ତାଙ୍କ ବିବୃତ୍ତିରେ ରାଗିଯାଇ ଥିବା ଲୋକମାନେ ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାଇଦ୍ରାବାଦରେ ବହୁ ସଂଖ୍ୟକ ଲୋକ ଟି ରାଜାଙ୍କ ବିରୋଧରେ ରାଜରାସ୍ତାରେ ତାଙ୍କ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ ଦାବି କରିଥିଲେ। ଏଥିରେ କ୍ରୋଧିତ ଲୋକମାନେ ହାଇଦ୍ରାବାଦର ଚର୍ମିନରରେ ଅବସ୍ଥିତ ପୋଲିସ ଫୋର୍ସର ଗାଡିଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।
ଏଥିସହିତ ଟି ରାଜାଙ୍କ ବିବୃତ୍ତି ଓ ତାଙ୍କ ଜାମିନ ବିରୋଧରେ ପ୍ରଦର୍ଶନର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଗୁଡିକରେ ଲୋକମାନେ ତାଙ୍କ ବିରୋଧରେ ଅନେକ ସ୍ଲୋଗାନ ଦେବା ସହିତ ଫାଶୀ ଦେବା ପାଇଁ ସ୍ଲୋଗାନ ଦେଖିବାକୁ ମିଳିଛି । ଟି ରାଜାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଦଳ ତାଙ୍କୁ ମଧ୍ୟ ନିଲମ୍ବିତ କରିଛି ।
ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେବିଧାୟକ ଟି ରାଜା ସିଂ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ ହାସ୍ୟ ଅଭିନେତା ମୁନଭର ଫାରୁକିଙ୍କ ବିଷୟରେ ଆଲୋଚନ କରି ଏକ ଭିଡିଓ ଜାରି କରିଥିଲେ। ଏହି ସମୟରେ ସେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।