ପୂର୍ବ ବର୍ଷ ICC ଏହି ଖେଳାଳୀ ଉପରେ ଲଗାଇଥିଲା ବ୍ୟାନ୍; ଏବେ ହୋଇ ସାରିଛନ୍ତି IPL ର ସବୁଠାରୁ ବଡ଼ 'ମ୍ୟାଚ୍ ବିଜେତା'

ନିକୋଲସ୍ ପୁରନ୍ (Nicholas Pooran) ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ (Kings XI Punjab) ପାଇଁ ଷ୍ଟାର ପରଫର୍ମର ଭାବରେ ଉଭା ହୋଇଛନ୍ତି ।

ପୂର୍ବ ବର୍ଷ ICC ଏହି ଖେଳାଳୀ ଉପରେ ଲଗାଇଥିଲା ବ୍ୟାନ୍; ଏବେ ହୋଇ ସାରିଛନ୍ତି IPL ର ସବୁଠାରୁ ବଡ଼ 'ମ୍ୟାଚ୍ ବିଜେତା'
ନିକୋଲସ୍ ପୁରନ୍ (Photo Credit:@lionsdenkxip/Twitter)
  • News18 Odia
  • Last Updated: October 21, 2020, 1:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ୟୁଏଇରେ ଖେଳା ଯାଉଥିବା ଆଇପିଏଲ୍ ୨୦୨୦ ର (IPL 2020) ଚଳିତ ସିଜନରେ କିଙ୍ଗ୍ସ ଏକାଦଶ ପଞ୍ଜାବର (Kings XI Punjab) ବ୍ୟାଟ୍ସମ୍ୟାନ୍ ନିକୋଲସ୍ ପୁରନ୍ (Nicholas Pooran) ବଡ଼ ମ୍ୟାଚ୍ ବିଜେତା ଭାବରେ ଉଭା ହୋଇଛନ୍ତି । ଫିଲ୍ଡିଂ ଠାରୁ ଆରମ୍ଭ କରି ବ୍ୟାଟିଂ ପର୍ଯ୍ୟନ୍ତ ନିକୋଲସ୍ ପ୍ରତ୍ୟେକ ସ୍ତରରେ କେବଳ ନିଜକୁ ପ୍ରମାଣ କରିନାହାଁନ୍ତି ବରଂ ପ୍ରଶଂସକ ଓ ଭେଟେରାନ ମାନଙ୍କୁ ମଧ୍ୟ ତାଙ୍କର ପ୍ରଶଂସକ ହେବା ପାଇଁ ବାଧ୍ୟ କରିଅଛନ୍ତି ।

ନିକୋଲସ୍ ପୁରନ୍ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ହାରାହାରି ୧୮୩.୨୨ ରନ ରେଟରେ ୨୯୫ ରନ୍ କରିଛନ୍ତି । ଏଥିରେ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ସାମିଲ ଅଛି । ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ଇନିଂସ ଯଗୁଁ ପୁରାନ ମଧ୍ୟ ମଙ୍ଗଳବାର ଦିନ ନିଜ ଦଳ ପଞ୍ଜାବକୁ ଜିତାଇଛନ୍ତି । ପଞ୍ଜାବ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଜିତିଛି ଓ ପ୍ରତ୍ୟେକ ଥର ପୁରନ୍ ଜଷ୍ଟାର ପରଫର୍ମର ଭାବରେ ଉଭା ହୋଇଛନ୍ତି । ଏହି ଆଇପିଏଲ୍ ସିଜିନରେ ପୁରନ୍ ପାଇଁ ବହୁତ ସ୍ପେଶାଲ ପ୍ରମାଣିତ ହେଉଛି । ତେବେ ଗତ ବର୍ଷ ନିଜ ନିଷେଧାଦେଶ ଯୋଗୁଁ ନିଜ ଦଳ ଛାଡିଥିଲେ ।

ବଲ୍ ଟାମ୍ପରିଂ କାରଣରୁ ଲାଗିଥିଲା ବ୍ୟାନ୍

ନିକୋଲସ୍ ପୁରନଙ୍କୁ ୨୦୧୯ ମସିହାରେ ୪ଟି ଟି-୨୦ ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇଥିଲା । ଲକ୍ଷ୍ନୌରେ ବାଂଲାଦେଶ ବିପକ୍ଷ ODI ସିରିଜର ଶେଷ ମ୍ୟାଚ୍‌ରେ ସେ ବଲ୍‌ରେ ଟ୍ୟାମ୍ପରିଂ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କ ଉପରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବଲ ଟାମ୍ପରିଂରେ ଦୋଷୀ ସାବ୍ୟସ୍ତ ହେବା ପରେ ନିକୋଲସ୍ ପୁରନ୍ ନିଜ ପ୍ରଶଂସକ ଓ କ୍ରିକେଟ୍ ବୋର୍ଡକୁ କ୍ଷମା ମାଗିଥିଲେ । ସେ ଏହି ଦଣ୍ଡକୁ ଗ୍ରହଣ କରି କହିଥିଲେ ଯେ ଭବିଷ୍ୟତରେ ସେ ଏପରି କାର୍ଯ୍ୟ କରିବେ ନାହିଁ ।

୨୦୧୫ ରେ ହୋଇଥିଲେ ଏକ ଦୁର୍ଘଟଣାର ଶିକାର
ପୁରନ୍ ନିଜ କରିୟର ପ୍ରାରମ୍ଭରେ ଗୁରୁତର ଆହତ ହୋଇଥିଲେ ଓ ଯାହାଫଳରେ ତାଙ୍କ କରିୟରରେ ବଡ଼ ବିପଦ ଦେଖା ଦେଇଥିଲେ । ୨୦୧୫ ମସିହାରେ ନିକୋଲସ୍ ପୁରନ ଏହି ଦୁର୍ଘଟଣାରେ ଏପରି ଆହତ ହୋଇଥିଲେ ଯେ ସେ ଛଅ ​​ମାସ ପର୍ଯ୍ୟନ୍ତ ଚାଲିବାକୁ ମଧ୍ୟ ଅସମର୍ଥ ହୋଇଥିଲେ । ଏଭଳି ପରିସ୍ଥିତିରେ କିରନ ପୋଲାର୍ଡ ଜଣେ ଅଭିଭାବକ ଭାବରେ ତାଙ୍କୁ ସାହାଯ୍ୟ କରିଥିଲେ । ଦୁର୍ଘଟଣା ସମୟରେ ପୁରନଙ୍କୁ ପ୍ରାୟ ୨୦ ବର୍ଷ ବୟସ ହୋଇଥିଲା ଓ ପୋଲାର୍ଡଙ୍କ ସାହାଯ୍ୟରେ ସେ ପୁନର୍ବାର ଦଳକୁ ଫେରିବାରେ ସକ୍ଷମ ହୋଇଥିଲେ ।
Published by: Jagdish Barik
First published: October 21, 2020, 1:16 PM IST
corona virus btn
corona virus btn
Loading