Tokyo Olympics 2021: ଏ ଥର ଭାଗ ନେଉଛି ଭାରତର ସବୁଠାରୁ ବଡ଼ ଟିମ୍; ଅଛନ୍ତି ୧୨୬ ଆଥଲେଟ୍‌

Tokyo Olympics | ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ସବୁଠାରୁ ସଫଳ ଖେଳ ରହିଛି ହକି । ଏ ଥର ନଅ ଜଣ ଭାରତୀୟ ବକ୍ସର୍ ଟୋକିଓରେ ଭାଗ ନେଉଛନ୍ତି । ସବୁଠାରୁ ଅଧିକ ଆଶା ରହିଛି ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ମାରି କୋମଙ୍କଠାରୁ ।

ସାନିଆ ମିର୍ଜା ଓ (ଜାହାଣ) ମେରୀ କୋମ୍

ସାନିଆ ମିର୍ଜା ଓ (ଜାହାଣ) ମେରୀ କୋମ୍

  • Share this:
News18 Odia Digital

ନୂଆ ଦିଲ୍ଲୀ: ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଚାରି ବର୍ଷରେ ଥରେ ଆୟୋଜିତ ହୁଏ । ଏହାକୁ ଚାହିଁ ବସିଥାନ୍ତି ବିଶ୍ବର ସବୁ ବଡ଼ କ୍ରୀଡ଼ାବିତ୍‌ । ବିଜୟ ପାଇଁ ଦମଦାର ଲଢ଼େଇ ହୁଏ ଏଥିରେ । ଏଥର ଜାପାନର ରାଜଧାନୀ ଟୋକିଓ ହେଉଛି ଅଲିମ୍ପିକ୍ସର (Tokyo Olympics 2020) ମୈଦାନ । ପଦକ ପାଇଁ ପୂରା ଦମ୍‌ ଲଗାଇବେ ସାରା ବିଶ୍ବର କ୍ରୀଡ଼ାବିତମାନେ । ଏହି ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ପ୍ରତିଭା । ବ୍ୟାଡ୍‌ମିଣ୍ଟନ, ଟେନିସ୍‌ରୁ ନେଇ କୁସ୍ତି, ବକ୍ସିଂ, ସୁଟିଂ ଓ ହକି ଯାଏଁ ଏଥର ବହୁ ଇଭେଣ୍ଟରେ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି ବଡ଼ ଖେଳାଳି । ଏଥି ପାଇଁ ପୂର୍ବ ଅପେକ୍ଷା ଏଥର ଅଧିକ ବଢ଼ିଯାଇଛି ମେଡାଲ୍‌ ଆଶା । ସାରା ଦେଶ ଚାହିଁ ବସିଛି ଯେ ଟୋକିଓରେ ଜିତିବ ଭାରତ ।

ଏଥର ଟୋକିଓରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ୧୨୬ ଆଥ୍‌ଲେଟଙ୍କ ଦଳ । କୌଣସି ଅଲିମ୍ପିକ୍ସରେ ଭାଗ ନେଉଥିବା ଏହା ଭାରତର ସବୁଠାରୁ ବଡ଼ ଟିମ୍‌ । ଏମାନେ ୧୮ଟି ଗେମର ୬୯ଟି ବିଭାଗରେ ପଦକ ପାଇଁ ଖେଳିବେ । ଏଥର ପ୍ରଥମ ଥର ପାଇଁ ଏତେ ଗୁଡ଼ିଏ ଇଭେଣ୍ଟରେ ଭାଗ ନେଉଛନ୍ତି ଭାରତୀୟ କ୍ରୀଡ଼ାବିତମାନେ । କିଛି ଖେଳ ଏମିତି ବି ଅଛି ଯେଉଁଥିରେ ପ୍ରଥମ ଥର ଭାଗ ନେଉଛନ୍ତି ଭାରତୀୟ ଖେଳାଳି । ଏମାନଙ୍କୁ ଉତ୍ସାହିତ କରିବାରେ ଲାଗିଛନ୍ତି ଦେଶର କୋଟି କୋଟି କ୍ରୀଡ଼ାପ୍ରେମୀ ।

ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ଥିଲା, ହେଲେ ତାଙ୍କର ସାଇରାଙ୍କର ସେଥି ପାଇଁ ଦୁଃଖ ଥିଲା

ଟୋକିଓ ଅଲିମ୍ପିକ୍ସ ଯାତ୍ରାରେ ସାମିଲ୍‌ ହୋଇଛନ୍ତି ଭାରତୀୟ ନୌଚାଳକ ନେଥ୍ରା କୁମାନନ୍‌ । ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ନୌଚାଳକ । ଏମିତି କେତେକ ଇଭେଣ୍ଟ୍‌ ଅଛି ଯେଉଁଥିରେ ଏ ଥର ପ୍ରଥମ ଥର ଭାଗ ନେଉଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ । ଏଥି ମଧ୍ୟରୁ ଗୋଟିଏ ହେଉଛି ନୌଚାଳନା ।

ପି.ଭି. ସିନ୍ଧୁ ଓ ସାଇନା ନେହୱାଲ୍ (ପି.ଟି.ଆଇ.)


ସୁଟିଂ ଇଭେଣ୍ଟରେ ଭାରତର ମନୁ ଭାକର ସେହି ନାମ ଯିଏ ସୃଷ୍ଟି କରିଛନ୍ତି ନିଜ ପାଇଁ ସ୍ବତନ୍ତ୍ର ନାମ । ଯେଉଁ ବୟସରେ ପିଲା ନିଜ କରିୟରର ସନ୍ଧାନ କରୁଥାଆନ୍ତି, ସେହି ବୟସରେ ମନୁ ଭାକର ଜଣେ ଚମତ୍କାର ଆଥ୍‌ଲେଟ୍‌ ଭାବେ ଦେଶର ଗୌରବ ବଢ଼ାଇଛନ୍ତି । ମନୁ ଭାକରଙ୍କ ସମେତ ସୌରଭ ଚୌଧରୀଙ୍କଠାରୁ ମଧ୍ୟ ଏ ଥର ରହିଛି ମେଡାଲ୍‌ ଆଶା ।

ଏହା ବି ପଢ଼ନ୍ତୁ | ଆକ୍ସନରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: କର୍ମଚାରୀମାନଙ୍କୁ ୨ଟି ସିଫ୍ଟରେ କାମ କରିବାକୁ କହିଲେ

ଆଉ ଗୋଟିଏ ଟିମ୍‌ ଯାହା ଏଥର ଅଲିମ୍ପିକ୍‌ସରେ ବେଶ୍‌ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ତାହା ହେଲା ଭାରତୀୟ ବକ୍ସିଂ । ଏ ଥର ନଅ ଜଣ ଭାରତୀୟ ବକ୍ସର ଟୋକିଓରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଆଶା ରହିଛି ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ମାରି କମଙ୍କଠାରୁ (Mary Kom)। କୁସ୍ତିରେ ବଜରଙ୍ଗ ପୁନିଆ ଓ ବିନେଶ୍‌ ଫୋଗଟ୍‌ ଏଥର ଟୋକିଓରେ କରିପାରନ୍ତି ଚମତ୍କାର ।

ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ

ଭାରତୀୟ ହକି ଟିମ୍‌ ଯେତେବେଳେ ମୈଦାନକୁ ଓହ୍ଲାଇବ ୪୧ ବର୍ଷ ପରେ ଏହି ସବୁଠାରୁ ବଡ଼ ଆୟୋଜନରେ ପଦକ ଜିତିବା ଉପରେ ତା’ର ଓ ସାରା ଦେଶର ନଜର ରହିବ । ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ସବୁଠାରୁ ସଫଳ ଖେଳ ରହିଥିବା ହକିରୁ ଦେଶବାସୀ ଦୀର୍ଘ ଦିନ ହେଲା ପଦକର ଆଶା ରଖିଛନ୍ତି । ଅଲିମ୍ପିକ୍ସରେ ଭାରତୀୟ ହକିରୁ ଆଠଟି ସ୍ବର୍ଣ୍ଣ ସହିତ ୧୧ଟି ପଦକ ଜିତି ସାରିଛି ଭାରତ । ଶେଷ ଥର ପାଇଁ ୧୯୮୦ରେ ପଦକ ଜିତିଥିଲା ଭାରତ ।

ଓଡ଼ିଶାର ଖେଳାଳି ଦୂତୀ ଚାନ୍ଦ ବି ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି ।


ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

ବ୍ୟାଡ୍‌ମିଣ୍ଟନ ଏକ ଏମିତି ବିଭାଗ ଯେଉଁଠାରୁ ଗତ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ପଦକ ପାଇଛି ଭାରତ । ତେଣୁ ଏ ଥର ଟୋକିଓରେ ବ୍ୟାଡମିଣ୍ଟନରୁ ସବୁଠାରୁ ଅଧିକ ରହିଛି ପଦକ ଆଶା । ଏ ଥର ମାତ୍ର ଚାରି ଜଣ ଖେଳାଳି ହିଁ ଏହି ଗେମରେ ଭାରତର ପ୍ରତିନିଧିତ୍ବ କରିବେ । ମହିଳା ସିଙ୍ଗଲ୍‌ସରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ପି.ଭି. ସିନ୍ଧୁ ପୁଣି ଥରେ ପଦକର ଦାବିଦାର ଥିବାବେଳେ ପୁରୁଷ ସିଙ୍ଗଲ୍‌ସରେ ସାଇ ପ୍ରଣୀତଙ୍କଠାରୁ ରହିଛି ପଦକ ଆଶା । ପୁରୁଷ ଡବଲସରେ ସାତ୍ବିକ୍‌ ସାଇରାଜ୍‌ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ଓହ୍ଲାଇବେ କୋର୍ଟକୁ ।



ପ୍ରାୟ ଦୁଇ ଦଶନ୍ଧି ଧରି ଟେନିସରେ କୋଟି କୋଟି ଭାରତୀୟଙ୍କ ଆଶାକୁ ନିଜ କାନ୍ଧରେ ବୋହି ଆସିଛନ୍ତି ସାନିଆ ମିର୍ଜା । ୱିମ୍ବଲଡନ୍‌ ଜୁନିୟର ଟାଇଟଲ୍‌ରୁ ନେଇ ସ୍ମରଣୀୟ ଡବଲ୍‌ସ ଟାଇଟଲ୍‌, ମହିଳା ସିଙ୍ଗଲ୍‌ସରେ ଶୀର୍ଷ ୩୦ରେ ପହଞ୍ଚିବା ଏବଂ ଡବଲ୍‌ସରେ ନମ୍ବର ୱାନ୍‌ ହେବା ତାଙ୍କ ସଫଳତା ତାଲିକାରେ ଗୋଟେ ଗୋଟେ ମାଇଲ୍‌ ଖୁଣ୍ଟ । ଟେନିସରେ ସାନିଆଙ୍କର ରହିଛି ଲମ୍ବା ଯାତ୍ରା । ଏଥର ସେ ପ୍ରସ୍ତୁତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ ଷ୍ଟୋନ୍‌ ପାଇଁ । ଜଣେ ଭାରତୀୟ ମହିଳା ଆଥ୍‌ଲେଟ୍‌ ଭାବେ ଚାରି ଥର ଅଲିମ୍ପିକ୍ସରେ ଭାଗ ନେବାର ରେକର୍ଡ଼ ରହିଛି ସାନିଆଙ୍କ ନାଁରେ । ଏ ଥର ତାଙ୍କଠାରୁ ରହିଛି ଅନେକ ଆଶା ।
Published by:Anand S.T. Das
First published: