ଜମି ବଦଳରେ ଚାକିରି ଦୁର୍ନୀତି: ୧୫ଟି ସ୍ଥାନରେ EDର ଚଢ଼ାଉ; ବଢ଼ିଲା ଲାଲୁଙ୍କ ସମସ୍ୟା

Land For Jobs Scam: ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ସହ ଜଡିତ ମନି ଲାଣ୍ଡରିଂ ମାମଲାରେ (Land For Jobs Scam) ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ED) ୧୫ ଟି ସ୍ଥାନରେ ଚଢ଼ାଉ କରିଛି।

ଜମି ବଦଳରେ ଚାକିରି ଦୁର୍ନୀତି

ଜମି ବଦଳରେ ଚାକିରି ଦୁର୍ନୀତି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Land For Jobs Scam: ଲାଲୁ ପ୍ରସାଦ ଯାଦବ (Lalu Yadav) ଏବଂ ତାଙ୍କ ପରିବାରର ଅସୁବିଧା କମିବାର ନାଁ ନେଉନାହିଁ। ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ସହ ଜଡିତ ମନି ଲାଣ୍ଡରିଂ ମାମଲାରେ (Land For Jobs Scam) ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ED) ୧୫ ଟି ସ୍ଥାନରେ ଚଢ଼ାଉ କରିଛି।

ଇଡିର ଚଢ଼ାଉ ବର୍ତ୍ତମାନ ଦିଲ୍ଲୀ ଏବଂ ବିହାରରେ ଚାଲିଛି। ଆରଜେଡି ନେତା ଅବୁ ଦୋଜାନାଙ୍କ (Abu Dojana) ସ୍ଥାନରେ ଫୁଲୱାରୀ ସରିଫରେ ମଧ୍ୟ ଚଢ଼ାଉ ଜାରି ରହିଛି।

ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ମଧ୍ୟ ଏହି ଅଭିଯୁକ୍ତ। ନିକଟରେ ସିବିଆଇ ଟିମ୍ ଲାଲୁ ଯାଦବ ଏବଂ ରାବିଡି ଦେବୀଙ୍କୁ ମଧ୍ୟ ପ୍ରଶ୍ନ କରାଥିଲା। ସେହିପରି ଆଜି ଲାଲଙ୍କ ଝିଅଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ‘ଜମି ବଦଳରେ ଚାକିରି’ ଦୁର୍ନୀତି ପାଇଁ ସମସ୍ୟା ଘେରରେ ଆସିଯାଇଛନ୍ତି। ଏହି ମାମଲାରେ ନିକଟରେ ସିବିଆଇ ଟିମ୍ ଲାଲୁ ଏବଂ ରାବିଡି ଦେବୀଙ୍କୁ ପଚରାଉଚରା କରିସାରିଛି। ପ୍ରଥମେ ଏହି ମାମଲା ଜନତା ଦଲ ୟୁନାଇଟେଡର ରାଷ୍ଟ୍ରୀୟ ସଭାପତି ରାଜୀବ ରଞ୍ଜନଙ୍କ ଛଦ୍ମନାମ ଲାଲାନ ସିଂଙ୍କ ଅଭିଯୋଗ ଉପରେ ଆରମ୍ଭ ହୋଇଥିଲା।

ପଢ଼ନ୍ତୁ ଏହି ଖବର:  Viral Video: ଇଶାନ କିଷାନଙ୍କ ଉପରେ ରାଗିଲେ ରୋହିତ; ମାରିବାକୁ ଉଠାଇଲେ ହାତ

ଲାଲୁ ପ୍ରସାଦଙ୍କ ପରିବାର କହିଛନ୍ତି ଯେ, ଏକ ରାଜନୈତିକ ଷଡ଼ଯନ୍ତ୍ରର ଅଂଶ ଭାବରେ ‘ଜମି ବଦଳରେ ଚାକିରି’ ମାମଲା ପୁଣି ଥରେ ଉଠିଛି। ସିବିଆଇ ଏହି ମାମଲାର ଦୁଇଥର ଯାଞ୍ଚ କରିସାରିଛି ଏବଂ ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। ଏହା ପରେ ସିବିଆଇ ମାମଲା ବନ୍ଦ କରିଦେଇଥିଲା। ତେବେ ବର୍ତ୍ତମାନ ସିବିଆଇ ପୁନର୍ବାର ଏହି ବିଷୟରେ ପଚାରି ବୁଝିବାକୁ ଚେଷ୍ଟା କରୁଛି।
Published by:Lipina Das
First published: