Lalu Yadav Health Update: ୨୫ ପ୍ରତିଶତ କାମ କରୁଛି ଲାଲୁ ଯାଦବଙ୍କ କିଡନୀ; ଦିଲ୍ଲୀ AIIMS ରେ ଚିକିତ୍ସା ଜାରି: ସୂତ୍ର
ବିହାରର (Bihar) ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଆରଜେଡି ନେତା (RJD Leader) ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଛି ।

୨୫ ପ୍ରତିଶତ କାମ କରୁଛି ଲାଲୁ ଯାଦବଙ୍କ କିଡନୀ
- News18 Odia
- Last Updated: January 24, 2021, 3:44 PM IST
ନୂଆ ଦିଲ୍ଲୀ: ବିହାରର (Bihar) ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଆରଜେଡି ନେତା (RJD Leader) ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଲାଲୁ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି ଓ ତାଙ୍କ କିଡନୀ ମଧ୍ୟ କମ୍ କାମ କରୁଛି । ଦିଲ୍ଲୀ AIIMS ରେ ଲାଲୁ ଯାଦବଙ୍କୁ ଭେଟିବା ପାଇଁ ଭୋଲା ଯାଦବ ପହଞ୍ଚିଛନ୍ତି । ଲାଲୁ ନିଜ ବଡ଼ ଝିଅ ମିସା ଭାରତୀଙ୍କ ସହିତ AIIMS ରେ ଅଛନ୍ତି । କୁହାଯାଉଛି ଯେ ଗତକାଲି ରାତି ୧୨ ଟାରେ ରାବଡ଼ି ଦେବୀ, ତେଜସ୍ୱୀ ଯାଦବ ଓ ମିସା ଭାରତୀ AIIMS ରୁ ଚାଲି ଯାଇଥିଲେ । ଏହା ପରେ ମିସା ଭାରତୀ ଆଜି ପୁଣି AIIMS କୁ ଆସିଛନ୍ତି । ସୂଚନାନୁସାରେ ଲାଲୁ ଯାଦବ କଲି ରାତ୍ରୀ ଭୋଜନ ଓ ଆଜି ସକାଳେ ଜଳଖିଆ ଖାଇଛନ୍ତି ।
ଏୟାରଲିଫ୍ଟ ଦିଲ୍ଲୀକୁ କରାଯାଇଥିଲା
ଲାଲୁ ଯାଦବ ଵିଶ୍ଵାସ ନେବାପାଇଁ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି କାରଣରୁ ତାଙ୍କୁ ରାଞ୍ଚିରୁ ଏୟାରଲିଫ୍ଟ ଯୋଗେ ଦିଲ୍ଲୀ AIIMS କୁ ଅଣାଯାଇଥିଲା ।ସୂଚନାନୁସାରେ ଏୟାର ଆମ୍ବୁଲାନ୍ସରେ ଡ଼ଃ ଶାଫିକ୍ ଆଲାମ ଲାଲୁଙ୍କ ସହ ରାଞ୍ଚିରୁ ଆସିଥିଲେ । ସକାଳ ୧୧ ଟାରେ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଡାକ୍ତରୀ ବୁଲେଟିନ୍ ଜାରି କରାଯାଇଥିଲା । କିନ୍ତୁ ମଧ୍ୟାର୍ଣ୍ଣ ୧୨:୩୦ ପର୍ଯ୍ୟନ୍ତ କୌଣସି ବୁଲେଟିନ୍ ଜାରି କରାଯାଇ ନାହିଁ ।