ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେ

Lalu Yadav family rift shows as son Tej Pratap is out of RJD in Bihar | ଆର୍.ଜେ.ଡି.ର ପ୍ରଥମ ତାଲିମ ଶିବିରରେ ଲାଲୁ ପ୍ରସାଦ ଯାଦବ ନିଜ ସାନ ପୁଅ ତଥା ବିହାରର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କରିଥିଲେ, କିନ୍ତୁ ବଡ଼ ପୁଅ ତେଜ ପ୍ରତାପଙ୍କ ବିଷୟରେ ପଦେ ବି କହି ନ ଥିଲେ।

ମା’ ରାବଡ଼ୀ ଦେବୀଙ୍କ ସହ ତେଜ ପ୍ରତାପ ଓ (ଡାହାଣ) ଲାଲୁ ପ୍ରସାଦ ଯାଦବ

ମା’ ରାବଡ଼ୀ ଦେବୀଙ୍କ ସହ ତେଜ ପ୍ରତାପ ଓ (ଡାହାଣ) ଲାଲୁ ପ୍ରସାଦ ଯାଦବ

  • Share this:
News18 Odia Digital

ପଟନା: ବିହାରର ସବୁଠୁ ବଡ଼ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳରେ (RJD Bihar) ପାରିବାରିକ ସଙ୍କଟ ଲାଗି ରହିଛି । ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ନେତୃତ୍ୱାଧୀନ ଏହି ଦଳର ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିବା ଲାଲୁଙ୍କ ବଡ଼ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବ (Tej Pratap Yadav) ପାର୍ଟି ଅଫିସକୁ ଆସିବା ବନ୍ଦ କରି ଦେଇଛନ୍ତି ।

କିଛି ଦିନ ତଳେ ତେଜ ପ୍ରତାପ ଅଭିଯୋଗ କରିଥିଲେ ଯେ ଦଳର କେତେକ ନେତା ଲାଲୁଙ୍କୁ ବନ୍ଧକ ରଖିଛନ୍ତି । ଏହା କହି ସେ ନିଜ ସାନ ଭାଇ ତଥା ବିହାରର ବିରୋଧୀ ଦଳର ନେତା ତେଜଶ୍ୱୀ ଯାଦବଙ୍କୁ (Tejaswi Yadav) ଟାର୍ଗେଟ କରିଥିଲେ । ଏବେ ଆର୍‌.ଜେ.ଡି.ର ରାଷ୍ଟ୍ରୀୟ ଉପସଭାପତି ଶିବାନନ୍ଦ ତିୱାରୀ ତେଜ ପ୍ରତାପଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି।

ଏହା ବି ପଢ଼ନ୍ତୁ | Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେ

ଶିବାନନ୍ଦ ତିୱାରୀ କହିଛନ୍ତି ଯେ ତେଜ ପ୍ରତାପ ଆଉ ପାର୍ଟିରେ (Rashtriya Janata Dal, RJD) ନାହାଁନ୍ତି । ସେ କହିଛନ୍ତି ଯେ ତେଜ ପ୍ରତାପ (Tej Pratap Yadav) ଏକ ନୂଆ ସଙ୍ଗଠନ ଗଠନ କରିଛନ୍ତି । ଶିବାନନ୍ଦ କହିଛନ୍ତି ଯେ ତେଜ ପ୍ରତାପ ଯାଦବ ନିଜେ ଆର୍‌.ଜେ.ଡି.ରୁ ବାହାରିଯାଇଛନ୍ତି । ତେଜଶ୍ୱୀଙ୍କ ଘନିଷ୍ଠ ସହଯୋଗୀ ଶିବାନନ୍ଦ ତିୱାରୀ କହିଛନ୍ତି ଯେ ଆର୍‌.ଜେ.ଡି. ନେତୃତ୍ୱ ତେଜ ପ୍ରତାପଙ୍କୁ ଦଳର ନିର୍ବାଚନ ଚିହ୍ନ ଲଣ୍ଠନ ବ୍ୟବହାର ନ କରିବାକୁ କହିଛି (Bihar)।

ଲାଲୁଙ୍କ ସାନ ପୁଅ ଓ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ


ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା

ବିହାରର ବଡ ଆର୍‌.ଜେ.ଡି. ନେତାମାନେ ତେଜ ପ୍ରତାପ ଯାଦବଙ୍କ ଉପରେ ଲଗାତର କ୍ରୋଧ ବ୍ୟକ୍ତ କରୁଛନ୍ତି । ଏହା ପୂର୍ବରୁ ଆର୍‌.ଜେ.ଡି.ର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ତେଜ ପ୍ରତାପଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେଜ ପ୍ରତାପ ନିକଟରେ ଛାତ୍ର ଜନଶକ୍ତି ପରିଷଦ ନାମକ ଏକ ସଙ୍ଗଠନ ଗଠନ କରିଛନ୍ତି ଓ ତା’ ମାଧ୍ୟମରେ ସେ ନିଜର ରାଜନୀତି କରୁଛନ୍ତି ବୋଲି ସେ କହିଥିଲେ । ସେ ଆର୍‌.ଜେ.ଡି.ର ବୈଠକଗୁଡ଼ିକରେ ବି ଭାଗ ନେଉ ନାହାନ୍ତି । ମଙ୍ଗଳବାର ଆର୍‌.ଜେ.ଡି.ର ଏକ ତାଲିମ ଶିବିରରେ ସଭାପତିତ୍ୱ କରୁଥିବା ଲାଲୁ ପ୍ରସାଦ ଯାଦବ ବି ତେଜ ପ୍ରତାପଙ୍କ ବିଷୟରେ କୌଣସି ଆଲୋଚନା କରି ନ ଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ଜଣ

ଆର୍‌.ଜେ.ଡି.ର ପ୍ରଥମ ତାଲିମ ଶିବିରରେ ଲାଲୁ ପ୍ରସାଦ ଯାଦବ ନିଜ ସାନ ପୁଅ (Lalu Prasad Yadav son) ତଥା ବିହାରର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କରିଥିଲେ, କିନ୍ତୁ ବଡ଼ ପୁଅ ତେଜ ପ୍ରତାପଙ୍କ ବିଷୟରେ ପଦେ ବି କହି ନ ଥିଲେ। ସେ କହିଥିଲେ ଯେ ତେଜସ୍ୱୀଙ୍କ ନେତୃତ୍ୱରେ ବିହାରରେ ଆର୍‌.ଜେ.ଡି.ର ପ୍ରଭାବ ବୃଦ୍ଧି ପାଇଛି । ଆର୍‌.ଜେ.ଡି.ରେ ତେଜସ୍ୱୀଙ୍କ ବଢୁଥିବା ସ୍ଥିତି ଦେଖି ତେଜ ପ୍ରତାପ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ଥର ସେ ସାନ ଭାଇ ତେଜସ୍ୱୀ ଯାଦବ ଓ ଆର୍‌.ଜେ.ଡି.ର ବଡ ନେତାମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJD ଭୋଟ୍ ଶେୟାର୍ ବଢ଼ିଲା; BJP କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ

ଶିବାନନ୍ଦ ତିୱାରୀ ବିହାର ମୁଖ୍ୟ ମନ୍ତ୍ରୀ ନୀତୀଶ କୁମାରଙ୍କୁ (Nitish Kumar) ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଗାନ୍ଧୀଜୀ ଓ ଲୋହିଆଙ୍କ ନାମ ନେବାର ତାଙ୍କର କୌଣସି ଅଧିକାର ନାହିଁ କାରଣ ନୀତୀଶ କୁମାର ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବ ରହିଛନ୍ତି । ଶିବାନନ୍ଦ ତିୱାରୀ ଦାବି କରିଛନ୍ତି ଯେ ବିହାରରେ ହେବାକୁ ଥିବା ଦୁଇଟି ବିଧାନସଭା ଉପନିର୍ବାଚନରେ ​​ତାଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ।

ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଫରେଷ୍ଟ ଗାର୍ଡ଼ ଆଦି ,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

କଂଗ୍ରେସକୁ ବି ଜୋରଦାର ଟାର୍ଗେଟ କଛନ୍ତି ଶିବାନନ୍ଦ ତିୱାରୀ । ସେ କହିଛନ୍ତି ଯେ ବିହାରରେ ଆଞ୍ଚଳିକ ଦଳ ଶକ୍ତିଶାଳୀ ଅଛନ୍ତି ଓ ରହିବେ । ଏଭଳି ପରିସ୍ଥିତିରେ କଂଗ୍ରେସ ନିଜ ପ୍ରାର୍ଥୀ ଠିଆ କରାଇବା ଉଚିତ୍ ନୁହେଁ । କିନ୍ତୁ କଂଗ୍ରେସ ଦାୟିତ୍ୱରେ ଥିବା ବିହାରର ଭକ୍ତ ଚରଣ ଦାସଙ୍କୁ (Bhakta Charan Das) ଏହା ବିଷୟରେ ସୂଚନା ଦେବା ପରେ ବି କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ଠିଆ କରାଇଛି ବୋଲି ସେ କହିଛନ୍ତି । ଏହାର ଖରାପ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ତିୱାରୀ । ଆର୍‌.ଜେ.ଡି. ପ୍ରାର୍ଥୀମାନେ ଜିତିବେ ବୋଲି ସେ କହିଛନ୍ତି ।
Published by:Anand S.T. Das
First published: