‘‘ଚେୟାର୍ କାହାରି ବାପର ନୁହେଁ’’: ଲାଲୁଙ୍କ ବଡ଼ ପୁଅ ତେଜ୍ ନିଜ ଦଳର ରାଜ୍ୟ ମୁଖ୍ୟଙ୍କୁ ହିଟଲର୍ ବୋଲି କହିଲେ

Lalu Yadav’s son Tej Pratap calls Bihar state RJD chief Hitler | ଲାଲୁଙ୍କ ବଡ଼ ପୁଅ ତେଜ୍ ପ୍ରତାପ ଯାଦବ ଓ ସାନ ପୁଅ ତେଜଶ୍ୱୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ତେଜ୍ ନିଜ ବିବାଦୀୟ କାର୍ଯ୍ୟ ଓ ବିବୃତି ପାଇଁ ଚର୍ଚ୍ଚାରେ ରହନ୍ତି । ସେ କେତେବେଳେ ଶିବଙ୍କ ରୂପ ଧରି ଫଟୋ ଉଠାନ୍ତି ତ କେତେବେଳେ ଶ୍ରୀକୃଷ୍ଣଙ୍କ ରୂପରେ ବଂଶୀ ବଜାନ୍ତି ।

ମା’ ରାବଡ଼ୀ ଦେବୀଙ୍କ ସହ ତେଜ ପ୍ରତାପ ଓ (ଡାହାଣ) ଲାଲୁ ପ୍ରସାଦ ଯାଦବ

ମା’ ରାବଡ଼ୀ ଦେବୀଙ୍କ ସହ ତେଜ ପ୍ରତାପ ଓ (ଡାହାଣ) ଲାଲୁ ପ୍ରସାଦ ଯାଦବ

  • Share this:
News18 Odia Digital

ପଟନା (ବିହାର): ବିହାରର ଜଣାଶୁଣା ନେତା ଲାଲହୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ବଡ଼ ପୁଅ ତେଜ ପ୍ରତାପ ଯାଦବ (Tej Pratap Yadav) ନିଜ ବ୍ୟକ୍ତିଗତ ଜୀବନ ଓ ରାଜନୈତିକ ବିବୃତିକୁ ନେଇ ଲଗାତର ବିବାଦରେ ରହିଆସିଛନ୍ତି । ପୂର୍ବେ ବିହାରରେ ପ୍ରାୟ ଦୁଇ ବର୍ଷ ମନ୍ତ୍ରୀ ଥିବା ତେଜ ପ୍ରତାପ ଯାଦବ ଏବେ ନିଜ ଦଳ ରାଷ୍ଟ୍ରୀୟ ଜନତା ଦଳକୁ (Rashtriya Janata Dal, RJD) ପୁଣି ବିବାଦ ମଧ୍ୟକୁ ଟାଣିଆଣିଛନ୍ତି ।

ଆର୍‌.ଜେ.ଡି.ର ଛାତ୍ର ଶାଖାର ଏକ କାର୍ଯ୍ୟକ୍ରମର ପୋଷ୍ଟରରେ ତେଜ ପ୍ରତାପ ଯାଦବଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ସେଥିରେ ଓ ତାଙ୍କ ସାନ ଭାଇ ତଥା ବର୍ତ୍ତମାନ ବିହାରରେ ବିରୋଧୀ ଦଳର ନେତା ଥିବା ତେଜସ୍ୱୀ ଯାଦବଙ୍କ (Tejaswi Yadav) ଫଟୋ ପାଇଁ ସ୍ଥାନ ବି ମିଳି ନଥିଲା । ଏହାକୁ ନେଇ ରବିବାର ଦିନ ବିବାଦ ଲାଗି ରହିଥିଲା । କିନ୍ତୁ ସନ୍ଧ୍ୟା ହେବା ବେଳକୁ ସେହି କାର୍ଯ୍ୟକ୍ରମରେ ତେଜ ପ୍ରତାପ ଏକ ବିବାଦୀୟ ବିବୃତ୍ତି ଦେଇ ଏକ ନୂଆ ଅଡ଼ୁଆ ସୃଷ୍ଟି କରିଥିଲେ ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚାଦୋକାନରେ ଝଗଡ଼ାରୁ ନକଲି ନୋଟ୍ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତ

ଛାତ୍ର ଆର୍‌.ଜେ.ଡି.ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତେଜ ପ୍ରତାପ ପୁଣି ଥରେ ଦଳର ରାଜ୍ୟ ସଭାପତି ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁରୁଣା ସହଯୋଗୀ ଜଗଦାନନ୍ଦ ସିଂଙ୍କ ବିରୋଧରେ ମନ ଖୋଲି କ୍ରୋଧ ପ୍ରକାଶ କରିଥିଲେ । ​​ସେ ତାଙ୍କୁ ମଞ୍ଚରୁ ନିଜ ଭାଷଣରେ ହିଟଲର୍‌ ବୋଲି କହିଥିଲେ ।

ଲାଲୁଙ୍କ ସାନ ପୁଅ ଓ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ


ଜଗଦାନନ୍ଦ ସିଂଙ୍କ ବିରୋଧରେ ତେଜ ପ୍ରତାପ କ୍ରୋଧ ପ୍ରକାଶ କରି କହିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ଆର୍‌.ଜେ.ଡି. ଦଳର କାର୍ଯ୍ୟାଳୟର ମୁଖ୍ୟ ଫାଟକ ରାଜ୍ୟ ସଭାପତିଙ୍କ ଇଚ୍ଛାରେ ଖୋଲୁଥିଲା ଓ ବନ୍ଦ ହେଉଥିଲା । ଜଗଦାନନ୍ଦ ସିଂଙ୍କ ବିରୁଦ୍ଧରେ କହି ତେଜ ପ୍ରତାପ ସେଇଠି ଅଟକିଯାଇ ନ ଥିଲେ । ସେ ଚେତାବନୀ ଦେଇ କହିଥିଲେ, ‘‘ଚେୟାର୍‌ କାହାରି ବାପର ନୁହେଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମ

“ଜଗଦାନନ୍ଦ ସିଂ ସବୁଆଡ଼େ ଯାଇ ହିଟଲରଙ୍କ ପରି କଥା କୁହନ୍ତି । ମୁଁ ଯେତେବେଳେ ପାର୍ଟି ଅଫିସକୁ ଆସୁଥିଲି, ସେତେବେଳେର ସ୍ଥିତି ଓ ବର୍ତ୍ତମାନର ସ୍ଥିତି ମଧ୍ୟରେ ଭୂମି ଓ ଆକାଶ ମଧ୍ୟରେ ପାର୍ଥକ୍ୟ ଦିଶୁଛି । ଯେତେବେଳେ ମୋ’ ବାପା ଏଇଠି ଥିଲେ ପାର୍ଟିର ଅଫିସର ଗେଟ୍ ସବୁବେଳେ ଖୋଲା ରହୁଥିଲା । କିନ୍ତୁ ତାଙ୍କ ଯିବା ପରେ ଅନେକ ଲୋକ ମନମୁଖୀ କାର୍ଯ୍ୟ ଆରମ୍ଭ କରିଥିଲେ । ଚେୟାର କାହାରି ବାପର ନୁହେଁ,’’ କହିଥିଲେ ତେଜ ପ୍ରତାପ ଯାଦବ ।

ତେଜ ପ୍ରତାପ ଯାଦବ


ଏହି ଘଟଣା ପୂର୍ବରୁ ବି ତେଜ ପ୍ରତାପ ଯାଦବ ଅନେକ ଥର ଜଗଦାନନ୍ଦ ସିଂଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି ଓ ତାଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସମୟ ସମୟରେ ଖବର ବି ଆସିଛି ଯେ ତେଜ ପ୍ରତାପଙ୍କ ଏମିତି କାର୍ଯ୍ୟ ଯୋଗୁଁ ଜଗଦାନନ୍ଦ ସିଂ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ଦଳର ମୁଖ୍ୟ ଲାଲୁ ପ୍ରସାଦ ତାଙ୍କୁ ମନାଇବା ପରେ ସେ ସେହି ପଦରେ ରହିଛନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ପାରଳା ରାଜମହଲର ୫ଟିଆତ୍ମହତ୍ୟାପରି ଅସମାହିତ ରହିଯିବ?

ଦଳର କେତେକ ନେତାଙ୍କ କହିବା ଅନୁସାରେ ଜଗଦାନନ୍ଦ ସିଂ ତେଜସ୍ୱୀ ଯାଦବଙ୍କ ନିକଟତର ବୋଲି ବିବେଚନା କରାଯାଉଥିବାରୁ ତେଜ ପ୍ରତାପ ଯାଦବଙ୍କ କୋପ ଦୃଷ୍ଟିରେ ସେ ରହିଆସିଛନ୍ତି । ତେଜ ପ୍ରତାପ ଯେମିତି କ୍ରୋଧ ଦେଖାଇଛନ୍ତି ତେଜସ୍ୱୀ କେବେ ସେମିତି କିଛି କହିନାହାନ୍ତି । ଏମିତି ଘଟଣାଗୁଡ଼ିକ ଯୋଗୁଁ ବିହାର ରାଜନୀତିରେ ତେଜସ୍ୱୀ ବନାମ ତେଜ ପ୍ରତାପ ଆଭ୍ୟନ୍ତରୀଣ ଯୁଦ୍ଧ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

ତେଜ ପ୍ରତାପଙ୍କ ଏହି ବିବୃତ୍ତି ପୁଣି ଥରେ ଆର୍‌.ଜେ.ଡି. ଭିତରେ ଏକ ନୂଆ ଝଡ଼ ସୃଷ୍ଟି କରିଛି । ଏହାର ରାଜନୈତିକ ପ୍ରଭାବ ଜଲଦି ଦେଖାଯାଇପାରେ ବୋଲି କୁହାଯାଉଛି । ଦଳର କେତେକ ନେତା କହିଛନ୍ତି ଯେ ତେଜ ପ୍ରତାପ ଯାଦବ ନିଜ ପିତା ତଥା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କଥା ମାନିବାକୁ ନାରାଜ । ସର୍ବଦା ବିବାଦରେ ରହୁଥିବା ତେଜ ପ୍ରତାପଙ୍କ ଯୋଗୁଁ ଦଳକୁ ଖୁବ୍‌ ବଦନାମ୍‌ ହେବାକୁ ପଡୁଛି ।



ତେଜ ପ୍ରତାପ ଯାଦବ କେତେବେଳେ ଭଗବାନ ଶିବଙ୍କ ରୂପ ଧରି ଫଟୋ ଉଠାନ୍ତି ତ କେତେବେଳେ ଶ୍ରୀକୃଷ୍ଣଙ୍କ ରୂପରେ ନିଜକୁ ସଜ୍ଜିତ କରି ବଂଶୀ ବଜାଉଥିବା ଭଙ୍ଗୀରେ ନିଜ ଫଟୋ ଉଠାନ୍ତି । ବିବାହର ମାତ୍ର କିଛି ମାସ ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ ।
Published by:Anand S.T. Das
First published: