News 18 Odia Digital
ଭୁବନେଶ୍ୱର; ଗୋଟିଏ ପଟେ କଂଗ୍ରେସ ପାର୍ଟିରେ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ ଏହାର ନୂତନ ଅଧ୍ୟକ୍ଷ ଚୟନ କରିଛନ୍ତି । ଦଳ ଲାଲୁ ପ୍ରସାଦ ଯାଦବଙ୍କୁ କ୍ରମାଗତ ଭାବରେ ଦ୍ୱାଦଶ ଥର ପାଇଁ ଜାତୀୟ ଅଧ୍ୟକ୍ଷ ଭାବରେ ମନୋନୀତ କରିଛି । ଲାଲୁଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ କରିନଥିଲେ, ତେଣୁ ତାଙ୍କୁ ରାଷ୍ଟ୍ରୀୟ ସଭାପତି ଘୋଷଣା କରାଯାଇଛି ।
ଆପଣଙ୍କୁ ଜଣାଇବୁ ଯେ ଆଜି ଦିଲ୍ଲୀରେ ଆରଜେଡିର ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି । କିନ୍ତୁ କେବଳ ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏହି ସମ୍ମିଳନୀରେ ଯୋଗ ଦେଇନାହାଁନ୍ତି । ସୂଚନାନୁସାରେ, ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁ ସେ ଆସିନଥିବା ଦର୍ଶାଯାଇଛି । ଏଥି ସହ ବିଜେପି ଜଗଦାନନ୍ଦ ସିଂଙ୍କୁ ପୁତ୍ର ମୋହରେ ପୀଡ଼ିତ ବୋଲି ବର୍ଣ୍ଣନା କରିଛି ।
ଦିଲ୍ଲୀରେ ଦଳର ଜାତୀୟ ସମ୍ମିଳନୀରେ ଯୋଗ ନଦେବାକୁ ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ଉପରେ ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂ କହିଛନ୍ତି ଯେ ଲାଲୁ ଯାଦବଙ୍କ ପରି ସେ ମଧ୍ୟ ପୁଅ ମୋହରେ ପୀଡିତ । ବାସ୍ତବରେ ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ସେଥିପାଇଁ ଜଗଦାନନ୍ଦ ସିଂ ଆରଜେଡି ଉପରେ କ୍ରୋଧିତ ବୋଲି କୁହାଯାଉଛି।
ସୂଚନାନୁସାରେ, ଜଗଦାନନ୍ଦ ସିଂ ଦଳର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ତେବେ ଦଳର ଜାତୀୟ ସମ୍ମିଳନୀ ଦିଲ୍ଲୀରେ ଆୟୋଜିତ ହେତୁ ଆରଜେଡି ନେତାମାନେ ଏହାକୁ ସାର୍ବଜନୀନ କରିନାହାଁନ୍ତି । ଆଜି ଜାତୀୟ ସମ୍ମିଳନୀ ପରେ ଲାଲୁ ଆସନ୍ତାକାଲି ନୂଆ ରାଜ୍ୟ ସଭାପତି ନିଯୁକ୍ତ କରିପାରନ୍ତି ବୋଲି ସମ୍ଭାବନା ରହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।