ସୋନିଆଙ୍କୁ ଭେଟିଲେ ଲାଲୁ ଓ ନିତୀଶ କୁମାର; କହିଲେ.. BJP ବିରୋଧରେ ବିରୋଧୀଙ୍କୁ ଏକଜୁଟ କରୁ କଂଗ୍ରେସ

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ।

ସୋନିଆଙ୍କୁ ଭେଟିଲେ ଲାଲୁ ଓ ନିତୀଶ କୁମାର; କହିଲେ.. BJP ବିରୋଧରେ ବିରୋଧୀଙ୍କୁ ଏକଜୁଟ କରୁ କଂଗ୍ରେସ

ସୋନିଆଙ୍କୁ ଭେଟିଲେ ଲାଲୁ ଓ ନିତୀଶ କୁମାର; କହିଲେ.. BJP ବିରୋଧରେ ବିରୋଧୀଙ୍କୁ ଏକଜୁଟ କରୁ କଂଗ୍ରେସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସୋନିଆଙ୍କ ସହ ଲାଲୁ-ନିତୀଶଙ୍କ ଵୈଠକ ୨୦୨୪ ସାଧାରଣ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ବିରୋଧୀ ଦଳମାନଙ୍କୁ ଏକଜୁଟ କରିବାର ପ୍ରୟାସ କରାଯାଉଥିବା ଦେଖାଯାଉଛି ।

ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଗଣମାଧ୍ୟମ ସହ ବାର୍ତ୍ତାଳାପରେ କହିଛନ୍ତି, ଦେଶକୁ ଆଗକୁ ନେବା ପାଇଁ ସମସ୍ତ ଦଳ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ବିଜେପି ବିରୋଧରେ ଲଢେଇରେ ସମସ୍ତ ଦଳ ସର୍ବସମ୍ମତ । କଂଗ୍ରେସ ଦଳରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପରେ ହିଁ ଏହା ଉପରେ କିଛି କହିହେବ ।

ଏଥି ସହ ତାଙ୍କ ସହ ଉପସ୍ଥିତ ଥିବା ଆରଜେଡି ସୁପ୍ରିମୋ କହିଛନ୍ତି ଯେ ଆମେ ଭେଟିଛୁ । ବିଜେପିକୁ ହଟାଇବାକୁ ପଡିବ, ଦେଶକୁ ବଞ୍ଚାଇବାକୁ ପଡିବ ଓ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । ଯେଉଁଭଳି ଭାବରେ ବିଜେପିକୁ ବିହାରରୁ ବିଦା କରାଯାଇଛି , ଏହାର ପ୍ରଭାବ ସମଗ୍ର ଦେଶରେ ପଡ଼ିଛି । ଆମେ ଏଥିପାଇଁ ଏକମତ । ଏହା ସହିତ ସେ କହିଛନ୍ତି, 'ଆମେ ସୋନିଆ ଗାନ୍ଧିଙ୍କୁ ଅନୁରୋଧ କରିଛୁ ଯେ ଯେହେତୁ ଆପଣଙ୍କ ପାର୍ଟି ସବୁଠାରୁ ବଡ଼, ତେଣୁ ସମସ୍ତଙ୍କ ସହିତ ଯୋଗ ଦିଅନ୍ତୁ, ଆସନ୍ତୁ ସମସ୍ତେ ଏକାଠି ହୋଇ ଆଲୋଚନା କରିବା । ନିର୍ବାଚନ ପରେ ସଂଗଠନ ନୂତନ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏହା ଉପରେ ରଣନୀତି ପ୍ରସ୍ତୁତ କରିବ ବୋଲି ସୋନିଆ ଗାନ୍ଧି ନିଶ୍ଚିତ କରିଛନ୍ତି । କଂଗ୍ରେସ କ୍ରମାଗତ ଭାବେ ବିଜେପି ବିରୋଧରେ ଲଢେଇ କରିଆସୁଛି ।
Published by:Soubhagya Mishra
First published: