News18 Odia Digital
Lalit Modi Family: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଳିତ ମୋଦି ମିସ୍ ୟୁନିଭର୍ସ ତଥା ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ସମ୍ପର୍କରେ ଅଛନ୍ତି। ଯାହାକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି।
ସେ ସୁସ୍ମିତାଙ୍କ ସହ ତାଙ୍କର ଡେଟିଂ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଲଳିତ ଜଣେ ଅତି ବ୍ୟକ୍ତିଗତ ବ୍ୟକ୍ତି, କିନ୍ତୁ ତାଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ଜଣେ ବିବାହିତା ମହିଳାଙ୍କୁ ବିବାହ କରିବା ଠାରୁ ଆରମ୍ଭ କରି ସୁସ୍ମିତା ସେନଙ୍କୁ ଡେଟ୍ କରିବା ପର୍ଯ୍ୟନ୍ତ, ତାଙ୍କ ଜୀବନ ବିଷୟରେ ସବୁକିଛି ଆସନ୍ତୁ ଜାଣିବା...
ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଲଳିତ ମୋଦି ତାଙ୍କ ମା’ଙ୍କ ବନ୍ଧୁ ମୀନଲଙ୍କ ସହ ପ୍ରେମ କରିଥିଲେ, ଯାହାଙ୍କ ସହ ସେ ବିଦେଶରେ ପଢୁଥିଲେ। ତେବେ ମୀନଲ ତାଙ୍କ ପ୍ରତି ଆଗ୍ରହୀ ନଥିଲେ ତେଣୁ ସେ ଲଳିତଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମୀନଲ ମୋଦିଙ୍କର ପ୍ରଥମ ବିବାହ
ଲଳିତ ମୋଦିଙ୍କୁ ବିବାହ କରିବା ପୂର୍ବରୁ ମୀନଲ ମୋଦି ସାଉଦି ଆରବ ଭିତ୍ତିକ ବ୍ୟବସାୟୀ ଜ୍ୟାକ ସାଗ୍ରାନୀଙ୍କୁ ବିବାହ କରିଥିଲେ। ତେବେ ଯେତେବେଳେ ମୀନଲ ଗର୍ଭବତୀ ଥିଲେ, ଜ୍ୟାକ ଏକ ସ୍କାମ ଅଭିଯୋଗରେ ଜେଲ ଯାଇ ସାଉଦି ଆରବରେ ଅନେକ ମାସ ଜେଲରେ ଥିଲେ। ଗର୍ଭଧାରଣ ଓ ପ୍ରସବ ସମୟରେ ମୀନଲ ଏକୁଟିଆ ଥିଲେ।
ଲଳିତ ମୋଦି ଓ ମୀନଲ ମୋଦିଙ୍କ ବିବାହ
ଜ୍ୟାକଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ମୀନଲ ଦିଲ୍ଲୀ ଆସିଥିଲେ। ଲଳିତଙ୍କ ମା' ସହିତ ମୀନଲଙ୍କର ଭଲ ବନ୍ଧୁତା ଥିଲା, ତେଣୁ ସେ ପ୍ରାୟତଃ ଲଳିତଙ୍କ ଘରକୁ ଆସୁଥିଲେ। ଲଳିତଙ୍କ ହୃଦୟରେ ପୂର୍ବରୁ ମୀନଲଙ୍କ ପାଇଁ ଏକ ସଫ୍ଟ କର୍ନର ଥିଲା ଓ ତା’ପରେ ଦୁହିଁଙ୍କ ଘନିଷ୍ଠତା ବଢ଼ିବାକୁ ଲାଗିଲା। ଶେଷରେ ସେମାନେ ବିବାହ କରିବାକୁ ସ୍ଥିର କଲେ।
ଲଳିତ ମୋଦି ଓ ମୀନଲ ମୋଦିଙ୍କ ମଧ୍ୟରେ ବୟସ ପାର୍ଥକ୍ୟ
୧୯୯୧ରେ ଲଳିତ ଓ ମୀନଲ ବିବାହ କରିଥିଲେ। ଲଲିତ ତାଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚାରେ ଥିଲେ। ପ୍ରଥମେ, ସେ ଛାଡ଼ପତ୍ର ନେଇଥିବା ତଥା ଗୋଟିଏ ଝିଅର ମା' ସହିତ ବିବାହ କରିଥିଲେ। ଦ୍ବିତୀୟରେ ସେମାନଙ୍କ ମଧ୍ୟରେ ବୟସ ବ୍ୟବଧାନ ୯ ବର୍ଷର ଥିଲା। ତଥାପି, ସେମାନେ ସମାଜକୁ ଖାତିର ନକରି ସେମାନଙ୍କ ସମ୍ପର୍କକୁ ଏକ ଭିନ୍ନ ସ୍ତରକୁ ନେବାକୁ ସ୍ଥିର କରିଥିଲେ।
ଲଳିତ ମୋଦିଙ୍କ ପିଲାମାନେ
ମୀନଲ ମୋଦିଙ୍କର ପୂର୍ବରୁ ଏକ ଝିଅ ଅଛନ୍ତି, ଯାହାର ନାମ କରିମା। ଏହି ସମୟରେ ଲଲିତ ଓ ମୀନଲଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅର ନାମ ଆଲିଆ ମୋଦି ଓ ପୁଅର ନାମ ରୁଚିର ମୋଦି।
ଲଳିତ ମୋଦିଙ୍କ ପତ୍ନୀ ମୀନଲଙ୍କ ଦେହାନ୍ତ ହୋଇଛି
ଲଳିତ ମୋଦି ତାଙ୍କ ପତ୍ନୀ ମୀନଲ ମୋଦିଙ୍କ ମୃତ୍ୟୁ ବିଷୟରେ ୨୦୧୮ ଡିସେମ୍ବର ୧୦ରେ ସମସ୍ତଙ୍କୁ ଜଣାଇଥିଲେ। ମୀନଲ କର୍କଟ ରୋଗ ପୀଡ଼ିତା ଥିଲେ। ସେ ଦୀର୍ଘ ଦିନ ଧରି ଏହି ରୋଗ ସହିତ ଲଢ଼ିଥିଲେ। ତେବେ ତାଙ୍କ ମୃତ୍ୟୁ ହେତୁ ଲଳିତ ଭାଙ୍ଗି ଯାଇଥିଲେ।
ଲଳିତ ମୋଦିଙ୍କ ସମ୍ପର୍କ
ପତ୍ନୀ ମୀନଲଙ୍କ ମୃତ୍ୟୁର ପ୍ରାୟ ୪ ବର୍ଷ ପରେ ପୁଣି ଲଳିତ ପ୍ରେମ ପାଇଛନ୍ତି। ସେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ କରୁଛନ୍ତି। ସେମାନଙ୍କ ଡେଟିଂ ଖବର ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।