ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ପୋଲିସ ଅଫିସର୍ ଲେଖିଲେ: ‘ଏହା ମୋ’ କର୍ମର ଫଳ’
ଘର ମାଲିକ ମହିଳା ପୋଲିସ ଅଫିସରଙ୍କୁ ସକାଳେ ଜଳଖିଆ ଖାଇବାକୁ ଡାକିବାରୁ ସେ କହିଥିଲେ ବାହାରକୁ ଯାଇ ଫେରିବା ପରେ ଖାଇବେ । ହେଲେ ବାହାରକୁ ନ ଯାଇ ସେ ଘର ଭିତରେ ରହିଲେ ଓ ଭିତରୁ କବାଟ ବନ୍ଦ କରିଦେଇଥିଲେ ।

ମହିଳା ସବ୍-ଇନସ୍ପେକ୍ଟର୍ ଆରଜୁ ପୱାର୍
- News18 Odia
- Last Updated: January 2, 2021, 9:16 PM IST
ବୁଲନ୍ଦଶହର: ଜଣେ ସୁନ୍ଦରୀ ଯୁବତୀ ହେବା ସହ ଜଣେ ଭଲ ପୋଲିସ ଅଫିସର ଭାବେ ସୁନାମ ଥିଲା ତାଙ୍କର । କେହି କେବେ ଭାବି ନ ଥିଲେ ସେ ଏମିତି ହଠାତ୍ ଦୁନିଆରୁ ଚାଲିଯିବେ । ତାହା ବି ନିଜ ହାତରେ ନିଜ ଜୀବନ ନେଇ । ଉତ୍ତର ପ୍ରଦେଶର (Uttar Pradesh) ପୋଲିସ୍ ସବ୍-ଇନ୍ସପେକ୍ଟର ଆରଜୁ ପୱାରଙ୍କ (Arju Pawar) ଆତ୍ମହତ୍ୟା ତାଙ୍କ ପରିବାର ସମେତ ଜିଲ୍ଲା ପୋଲିସର କର୍ମୀମାନଙ୍କୁ ଚକିତ କରିଛି ।
ଆରଜୁ ପୱାର ବୁଲନ୍ଦଶହରର (Bulandshahr) କୋଟୱାଲୀ ଅଞ୍ଚଳର ଏକ ଥାନାରେ କାର୍ଯ୍ୟରତ ଥିଲେ । ସେଠାରେ ଏକ ଘରୋଇ କୋଠାରେ ସେ ଭଡ଼ା ନେଇ ରହୁଥିଲେ । ସେହି ଘରର ଏକ କୋଠରୀ ଭିତରୁ ତାଙ୍କ ମୃତ ଦେହ ମିଳିଛି । ଆରଜୁ କୋଠରୀର ଛାତରେ ଥିବା ପଙ୍ଖାରୁ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।
ଏହା ବି ପଢ଼ନ୍ତୁ | ଓଡ଼ିଶାର IAS ସ୍ତରରେ ବଡ଼ ଅଦଳ ବଦଳ ହେଲା; ବଦଳିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ
ଏହା ପରେ ଘର ମାଲିକ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ଘର ଭିତରୁ ଆରଜୁଙ୍କ ମୃତ ଦେହକୁ ପଙ୍ଖାରୁ ଅଲଗା କରିଥିଲା ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଆବଶ୍ୟକୀୟ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା ।
ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା
ଆରଜୁଙ୍କ କୋଠରୀ ଭିତରୁ ଏକ ସୁଇସାଇଡ୍ ନୋଟ ମିଳିଥିଲେ, ଯେଉଁଥିରେ ଲେଖାଥିଲା: ‘‘ଏହା ମୋ’ କର୍ମର ଫଳ’’ (ୟହ ମେରୀ କରନୀ କା ଫଲ୍ ହୈ) । ତଦନ୍ତକାରୀ ଅଧିକାରୀମାନଙ୍କୁ ଏହି ସୁଇସାଇଡ୍ ନୋଟ୍ ଆଶ୍ଚର୍ଯ୍ୟରେ ପକେଇଛି ।
‘‘ଏହି ମହିଳା ସବ୍-ଇନ୍ସପେକ୍ଟର ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି। ଦୁଇ ଧାଡ଼ିର ଏକ ସୁଇସାଇଡ୍ ନୋଟ ଉଦ୍ଧାର କରାଯାଇଛି ଯେଉଁଥିରେ ସେ ନିଜ ମୃତ୍ୟୁ ପାଇଁ ନିଜେ ଦାୟୀ ବୋଲି କହିଛନ୍ତି, କିନ୍ତୁ ପୂରା ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରାଯାଉଛି,’’ କହିଛନ୍ତି ଏସ୍.ଏସ୍.ପି. ସନ୍ତୋଷ କୁମାର ସିଂ ।
ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା
ଆରଜୁ ପୱାର୍ ୨୦୧୫ ବ୍ୟାଚର ଉତ୍ତର ପ୍ରଦେଶ ପୋଲିସର ଜଣେ ଅଧିକାରୀ । ସେ ପ୍ରଥମେ ଆସିଷ୍ଟାଣ୍ଟ୍ ସବ୍-ଇନସ୍ପେକ୍ଟର୍ ଭାବେ ପୋଲିସ ଚାକିରିରେ ଯୋଗ ଦେଇଥିଲେ ଓ ପରେ ପଦୋନ୍ନତି ପାଇ ସବ୍-ଇନସ୍ପେକ୍ଟର ହୋଇଥିଲେ ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।