ପଶ୍ଚିମବଙ୍ଗର କାର୍ଯ୍ୟକାରୀ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ଲା ଗଣେଶନ

ଏନଡିଏ ଦ୍ୱାରା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବଙ୍ଗଳାର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ମନୋନୀତ କରାଯିବା ପରେ ଲା ଗଣେଶନ ପଶ୍ଚିମବଙ୍ଗର କାର୍ଯ୍ୟକାରୀ ରାଜ୍ୟପାଳ ରୂପେ ଶପଥ ଗ୍ରହଣ କରିଛନ୍ତି।

ଲା ଗଣେଶନ ପଶ୍ଚିମବଙ୍ଗର ରାଜ୍ୟପାଳ (ପ୍ରତିକାତ୍ମକ ଛବି)

ଲା ଗଣେଶନ ପଶ୍ଚିମବଙ୍ଗର ରାଜ୍ୟପାଳ (ପ୍ରତିକାତ୍ମକ ଛବି)

  • Share this:
News 18 Odia Digital

ଏନଡିଏ ଦ୍ୱାରା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ମନୋନୀତ କରାଯିବା ପରେ ସେ ତାଙ୍କ ଇସ୍ତାପା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇଥିଲେ। ଯାହାକୁ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଥିଲେ । ପରେ ରାଷ୍ଟ୍ରପତିଙ୍କ ନିଯୁକ୍ତି କ୍ରମେ ମଣିପୁର ରାଜ୍ୟପାଳ ଲା ଗଣେଶନ ସୋମବାର କୋଲକାତାର ରାଜ ଭବନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗର କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଦ୍ୱାରା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବଙ୍ଗଳାର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ମନୋନୀତ କରାଯିବା ପରେ ଲା ଗଣେଶଙ୍କୁ ଦାୟିତ୍ଵ ଦିଆ ଯାଇଛି।

ଲା ଗଣେଶନ ଜଣେ ବରିଷ୍ଠ ବିଜେପି ନେତା ତଥା ତାଲନିଲନାଡୁର ପୂର୍ବତନ ଆରଏସଏସ ପ୍ରଚରାକ। ଅଗଷ୍ଟ ୧୦ରେ ନଜମା ହେପଟୁଲ୍ଲାଙ୍କ ଅବସର ପରେ ଗଣେଶ ୨୦୨୧ରେ ମଣିପୁର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ବିଜେପିର ତାମିଲନାଡୁ ରାଜ୍ୟର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହେବା ପୂର୍ବରୁ ଗଣେଶ ଜଣେ ଆରଏସଏସ ପ୍ରଚାରକ ଥିଲେ। ସେ ଜାତୀୟ ତଥା ରାଜ୍ୟ ସ୍ତରରେ ଅନେକ କ୍ଷମତା ପୂର୍ଣ୍ଣ ଦଳରେ କାର୍ଯ୍ୟ କରିଥିଲେ।
Published by:Sujit Swain
First published: