News18 Odia Digitalନୂଆ ଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ସହାୟତା କରୁଛନ୍ତି। ଏଥି ସହିତ ଚାଷୀଙ୍କୁ ଫସଲର ସଠିକ୍ ମୂଲ୍ୟ ଦେବା, ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହା ସହିତ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି। ଏହି ସମୟରେ କୃଷକମାନଙ୍କ ପାଇଁ ସରକାର ଚଳାଉଥିବା ଅନ୍ୟ ଯୋଜନାରେ ମଧ୍ୟ ସୁବିଧା ଯୋଗାଇ ଦିଆଯାଉଛି।
କିଷାନ ବିକାଶ ପତ୍ରକୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଏକ ଯୋଜନା ମଧ୍ୟ କରୁଛନ୍ତି ଯାହା ଦ୍ୱାରା ସେମାନେ ନିଜ ପାଇଁ ସଞ୍ଚୟ କରିପାରିବେ। ବିଶେଷକରି ଡାକଘର ମାଧ୍ୟମରେ ଚାଷୀଙ୍କ ପାଇଁ ଏକ ଯୋଜନା ଚାଲିଛି। ଏହି ଯୋଜନାର ନାମ ହେଉଛି କିଷାନ ବିକାଶ ପତ୍ର। କିଷାନ ବିକାଶ ପତ୍ର ମାଧ୍ୟମରେ ଚାଷୀଙ୍କୁ ସଞ୍ଚୟ କରିବାକୁ ଉତ୍ସାହିତ କରାଯାଉଛି।
ଡାକଘର ଯୋଜନାଏଥି ସହିତ ନୂତନ ବର୍ଷର ଆରମ୍ଭ ସହିତ ସରକାର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। କୃଷକମାନେ ଯାହା ଆଶା କରିଥିଲେ ସେହି ଅନୁଯାୟୀ ପଦକ୍ଷେପ ମଧ୍ୟ ନିଆଯାଇଛି। ବାସ୍ତବରେ କୃଷକମାନେ କିସାନ ବିକାଶ ପତ୍ରରେ ସୁଧ ହାର ବୃଦ୍ଧି ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ ଓ ବର୍ତ୍ତମାନ ନୂଆ ବର୍ଷରୁ କିଷାନ ବିକାଶ ପତ୍ରରେ ସୁଧ ହାର ବୃଦ୍ଧି କରାଯାଇଛି।
କିଷାନ ବିକାଶ ପତ୍ରରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ୨୦୨୩ ବର୍ଷ ଆରମ୍ଭରୁ କୃଷକମାନେ ଏହି ଯୋଜନା ଉପରେ ଅଧିକ ସୁଧ ପାଇବେ, ଯାହା ସାହାଯ୍ୟରେ କୃଷକମାନେ ସେମାନଙ୍କ ସଞ୍ଚୟ ଉପରେ ଅଧିକ ସୁଧ ପାଇପାରିବେ। ଏହାଦ୍ୱାରା ଚାଷୀଙ୍କ ପାଇଁ ଅଧିକ ଟଙ୍କା ଆସିବ। ବର୍ତ୍ତମାନ ନୂଆ ବର୍ଷରୁ କିଷାନ ବିକାଶ ପତ୍ର ଉପରେ ସରକାର ୭.୨ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ।
କୃଷକମାନଙ୍କ ପାଇଁ ଯୋଜନା୨୦୨୩ ର ପ୍ରଥମ ତ୍ରଇ ମାସିକ (ଜାନୁଆରୀ-ମାର୍ଚ୍ଚ) ପାଇଁ ପ୍ରଯୁଜ୍ୟ KVP ସୁଧ ହାର ଡିସେମ୍ବର ୩୦,୨୦୨୨ ରେ ଘୋଷଣା କରାଯାଇଥିଲା। ନୂତନ ସୁଧ ହାର ହେଉଛି ୭.୨%। କେନ୍ଦ୍ର ସରକାର ତ୍ରଇ ମାସିକ ଭିତ୍ତିରେ କିଷାନ ବିକାଶ ପତ୍ର ସୁଧ ହାରକୁ ସଂଶୋଧନ କରିଛନ୍ତି। KVP ସୁଧ ହାରର ପରବର୍ତ୍ତୀ ସଂଶୋଧନ ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।