ଭାଉଜ ଓ ଦିଅରର ପ୍ରେମ କାହାଣୀରେ ବଳି ପଡ଼ିଲା ବଡ଼ ଭାଇ
News18 Odia Digital
ଲକ୍ଷ୍ନୌ: ୟୁପିର କୁଶୀନଗର ଜିଲ୍ଲାରେ ସାନ ଭାଇ ବଡ଼ ଭାଇକୁ ହତ୍ୟା କରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହତ୍ୟାକାଣ୍ଡର କାରଣ ହେଉଛି ଗତ କିଛି ମାସ ହେବ ଭାଉଜ ଓ ଦିଅର ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ, ଯାହା ବିଷୟରେ ବଡ଼ ଭାଇ ଜାଣିବାକୁ ପାଇଥିଲେ । ହତ୍ୟା ଅଭିଯୋଗରେ ସାନ ଭାଇ ଓ ମୃତକଙ୍କ ପତ୍ନୀଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ କରୁଛି। ଦିଅର ପ୍ରେମରେ ଜଣେ ଭାଉଜ ଏତେ ପାଗଳ ହୋଇଗଲେ ଯେ ମାମଲା ଉନ୍ମୋଚନ ହେବା ପରେ ସାନ ଭାଇ ବଡ଼ ଭାଇକୁ ହତ୍ୟା କରି ଶବ କ୍ଷେତରେ ଫିଙ୍ଗି ଦେଇଥିଲା।
ମୃତ ଦେହକୁ ନେଇ ପୋଷ୍ଟମର୍ଟମ ପଠାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ହାଟା ପୋଲିସ ଉଭୟଙ୍କୁ ଗିରଫ କରିବା ପରେ ପୂରା ହତ୍ୟାକାଣ୍ଡ ବିଷୟରେ ପୋଲିସ ଜାଣିବାକୁ ପାଇଲା।
ପୋଲିସ ମୃତକଙ୍କ ପତ୍ନୀ ଓ ଭାଇଙ୍କୁ ଜେଲକୁ ପଠାଇଛି। ପ୍ରକାଶ ଥାଉକି ଗତ ଡିସେମ୍ବର ୧୯ରେ ହାଟା କୋଟୱାଲିର ସାକ୍ରାଉଲି ଗାଁର ବାସିନ୍ଦା ସନ୍ତୋଷ ସାହନିଙ୍କ ମୃତ ଦେହ ଏକ ଆଖୁ କ୍ଷେତରେ ମିଳିଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ତଦନ୍ତ ଆରମ୍ଭ କରିଥିଲା।
ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମୃତ ଭାଇ ରଞ୍ଜନଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରହିଛି। ରଞ୍ଜନଙ୍କୁ ଗିରଫ କରିବା ପରେ ପୋଲିସ ହତ୍ୟା ମାମଲାରେ ପଚରାଉଚରା କରିଥିଲା। ଭାଉଜଙ୍କ ସହ ଅନୈତିକ ସମ୍ପର୍କ ହେତୁ ରାତିରେ ଶୋଇଥିବା ବେଳେ ରଞ୍ଜନ ସାହନି ତାଙ୍କ ନିଜ ବଡ଼ ଭାଇକୁ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାର ଖୁଲାସା କରି ସିଓ କସୟା ପୀୟୁଷକାନ୍ତ ରାୟ କହିଛନ୍ତି ଯେ ଉଭୟେ ସେମାନଙ୍କ ଅପରାଧକୁ ଗ୍ରହଣ କରିଛନ୍ତି। ହତ୍ୟାରେ ବ୍ୟବହୃତ ବାଡି ମଧ୍ୟ ଉଭୟଙ୍କ ନିକଟରୁ ଉଦ୍ଧାର କରାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।