News 18 Odia Digital
କୁଲ୍ଲୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଷୟରେ ସମସ୍ତେ ଅବଗତ । ଯେତେବେଳେ ବି ସୋସିଆଲ ମିଡିଆରେ ପିଏମ ମୋଦିଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଭିଡିଓ କିମ୍ବା କଥା କହିଥାନ୍ତି, ସେତେବେଳେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥାଏ । ଏବେ ଏବେ ସେୟାର ହୋଇଥିବା ଏହି ଭିଡିଓଟି ହିମାଚଳ ପ୍ରଦେଶର କୁଲ୍ଲୁରୁ ଆସିଛି, ଯାହାକୁ ହେଲିକପ୍ଟରରୁ ପିଏମ ମୋଦି ସୁଟ କରି ସେୟାର କରିଥିଲେ । କ୍ୟାପସନରେ ମଧ୍ୟ ଲେଖିଛନ୍ତି, କୁଲ୍ଲୁର ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବା କଥା । ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଲକ୍ଷ ଲୋକ ଏହି ଭିଡିଓ ଦେଖିଛନ୍ତି ।
ଏହି ୨୧ ସେକେଣ୍ଡର ଭିଡିଓ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟରରୁ ପ୍ରସ୍ତୁତ କରିଛନ୍ତି। ବୁଧବାର ଦିନ ବିଲାସପୁରରେ AIIMS ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ କୁଲ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ସେ କୁଲୁ ଆକାଶରୁ ଏହି ଭିଡିଓ ସୁଟ୍ କରି କୁଲ୍ଲୁ ସହରର ସୌନ୍ଦର୍ଯ୍ୟ ଦେଖାଇଥିଲେ । ପିଏମ ମୋଦି ଏହି ଭିଡିଓକୁ ଫେସବୁକ ପେଜରେ ଅପରାହ୍ନ ୩ ଟାରେ ଅପଲୋଡ଼ କରିଥିଲେ ଓ ଗୁରୁବାର ସକାଳ ୧୦ ଟା ପର୍ଯ୍ୟନ୍ତ ଏହାକୁ ୧୮ ଘଣ୍ଟାରେ ୩୨ ଲକ୍ଷ ଲୋକ ଦେଖିଛନ୍ତି । ଭିଡିଓଟି ୨.୫୪ ଲକ୍ଷ ଲାଇକ୍ ପାଇଛି । ଆହୁରି ମଧ୍ୟ, ୮୧୦୦ ରୁ ଅଧିକ ଲୋକ ଏହାକୁ ସେୟାର କରିଛନ୍ତି । ଆପଣଙ୍କୁ କହିବୁ ଯେ ଫେସବୁକରେ ପିଏମ ମୋଦିଙ୍କର ୪୭ ମିଲିୟନ ଫଲୋଅର୍ସ ଅଛନ୍ତି ।
ମୋଦି ବିଲାସପୁର ଓ କୁଲୁ ଯାଇଥିଲେବୁଧବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଦିଲ୍ଲୀରୁ ବିଲାସପୁରରେ ପହଞ୍ଚି ୧୪୭୦ କୋଟି ଟଙ୍କାରେ ନିର୍ମିତ AIIMS ର ଉଦଘାଟନ କରିଥିଲେ । ଏଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୋଦି ବିଳାସପୁରରୁ ହେଲିକପ୍ଟର ଯୋଗେ କୁଲ୍ଲୁର ଭୁଣ୍ଟାର ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ସମୟରେ ରାସ୍ତାରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ମୋଦି ଅଟଳ ସଦାନର ପ୍ରାଙ୍ଗଣରୁ ଦେବିଦେବତାଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ପ୍ରୋଟୋକଲ ଭାଙ୍ଗି ରଘୁନାଥଙ୍କ ରଥରେ ପହଞ୍ଚି ଆଶୀର୍ବାଦ ନେଇଥିଲେ । ମୋଦି କୁଲ୍ଲୁ ଦଶହରା ମହୋତ୍ସବରେ ଯୋଗ ଦେଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେ କୁଲ୍ଲୁରେ ୪୭ ମିନିଟ୍ ରହିବା ପରେ ଦିଲ୍ଲୀ ଫେରିଥିଲେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଆନ୍ତର୍ଜାତୀୟ କୁଲ୍ଲୁ ଦଶହରା ମହୋତ୍ସବ ୫ ଅକ୍ଟୋବରରୁ ଆରମ୍ଭ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।