କୁଲୁରେ ଭୟଙ୍କର ବସ୍ ଦୁର୍ଘଟଣା
News18 Odia Digital
Kullu Bus Accident: ହିମାଚଳ ପ୍ରଦେଶର କୁଲୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୁଲୁରେ ଶେନଶରରୁ ସାଇଞ୍ଜ ଆଡକୁ ଆସୁଥିବା ଘରୋଇ ବସ୍ ଜଙ୍ଗଲା ଗ୍ରାମ ନିକଟ ରାସ୍ତାରୁ ତଳକୁ ଖସିପଡ଼ିଥିଲା।
ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ, ବସ୍ରେ ୩୫ ରୁ ୪୦ ଜଣ ଯାତ୍ରୀ ଥିଲେ। ସକାଳ ପ୍ରାୟ ସାଢ଼େ ୮ ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ସୂଚନା ଅନୁଯାୟୀ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୬ ଜଣ ମୃତଦେହ ମିଳିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ପ୍ରଶାସନ ଅନୁଯାୟୀ, ବସ୍ ତଳେ ପୋତି ହୋଇଯାଇ ଅନେକ ଲୋକ ପ୍ରାଣ ହରାଇଛନ୍ତି।
ଯେଉଁଠାରେ ଦୁର୍ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳ। ବସ ବହୁତ ଗଭୀର ଖାତକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋଗୁଡ଼ିକରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।